ଭାରତରେ ମଧ୍ୟବିତ୍ତ ବର୍ଗକୁ ଦେଶର ଅର୍ଥନୀତିର ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ତଥାପି, ଏହି ମଧ୍ୟବିତ୍ତ ବର୍ଗ ଏବେ ନିରନ୍ତର ଋଣରେ ଫସିଯାଇଛନ୍ତି । ଲିଙ୍କଡିନ୍ରେ ମଧ୍ୟବିତ୍ତ ବର୍ଗଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସମ୍ପତ୍ତି ପରାମର୍ଶଦାତା ତାପସ ଚକ୍ରବର୍ତୀ ଲିଙ୍କଡିନ୍ ପୋଷ୍ଟରେ ଲେଖିଛନ୍ତି ଯେ ଭାରତର ମଧ୍ୟବିତ୍ତ ବର୍ଗ ମୁଦ୍ରାସ୍ତାତି କିମ୍ବା ଟିକସ ଦ୍ଵାରା ଏତେ ଅସୁବିଧାରେ ପଡ଼ିନାହାଁନ୍ତି ଯେପରି ସେମାନେ ଇଏମ୍ଆଇରେ ଫସିଛନ୍ତି ।
ଚକ୍ରବର୍ତ୍ତାଙ୍କ ମତରେ ଲୋକମାନେ ରୋଜଗାର କରନ୍ତି, ତା’ପରେ ରଣ ନିଅନ୍ତି, ତା’ପରେ ପରିଶୋଧ କରନ୍ତି ଏବଂ ଏହି ଚକ୍ର ଜାରି ରୁହେ । ଏହା ଫଳରେ ସେମାନେ ସଞ୍ଜୟ କରିପାରୁନାହାଁନ୍ତି ଏବଂ ପୁଣି ରଣ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି କାରଣରୁ ମଧ୍ୟବିତ୍ତ ବର୍ଗ ଉପରେ ଋଣ ବୋଝ ମଧ ବୃଦ୍ଧି ପାଉଛି ।
ପୂର୍ବରୁ ଇଏମ୍ଆଇ କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି । ଚକ୍ରବର୍ତ୍ତୀ ଲେଖିଛନ୍ତି ଯେ ଆଜି ଫୋନ୍ଠାରୁ ଆରମ୍ଭ କରି ଫ୍ରିଜ୍, ସୋଫା, ଏସି, ବିମାନ ଟିକେଟ୍ ପର୍ଯ୍ୟନ୍ତ ସବୁକିଛି ଇଏମ୍ ଆଇରେ ଉପଲବ୍ଧ । ଏପରିକି କିଣା ସାମଗ୍ରୀ ମଧ୍ୟ ଇଏମ୍ଆଇରେ କାଗଜପତ୍ର ବିନା, କେବଳ ଗୋଟିଏ ସ୍ୱାଇପ୍ରେ ଋଣ ମିଳିପାରିବ । କିନ୍ତୁ ବାସ୍ତବତା କଥା ଭିନ୍ନ ।
ଭାରତରେ ଲୋକଙ୍କ ଉପରେ ଋଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୪୨% କୁ ବୃଦ୍ଧି ପାଇଛି । ଏହି ଋଣ ମଧ୍ୟରୁ ୩୨.୩% ଏପରି ଯାହା କିଛି ବନ୍ଧକ ନ ରଖି ନିଆଯାଇଛି । ଯେପରିକି କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ ଏବଂ ବର୍ତ୍ତମାନ କିଣନ୍ତୁ, ପରେ ଦେୟ କରନ୍ତୁ ଭଳି ସେବା ।
ଏହି ରିପୋର୍ଟ ଅନୁସାରେ ଭାରତରେ ଆଇଫୋନ୍ ବ୍ୟବହାର କରୁଥିବା ୭୦% ଲୋକ ଇଏମ୍ଆଇରେ ଏହାକୁ କିଣିଛନ୍ତି । ଛୋଟ ଋଣ ନେଉଥିବା ପ୍ରାୟ ୧୧% ଲୋକ ଟଙ୍କା ପରିଶୋଧ କରିବାରେ ବିଫଳ ହୋଇଛନ୍ତି । ଦେଶରେ ପ୍ରତି ୫ ଜଣରୁ ତିନି ଜଣ ଲୋକ ଏକକାଳୀନ ତିନି କିମ୍ବା ତା’ଠାରୁ ଅଧିକ ଋଣ ନେଇଛନ୍ତି । ଆମେ କେବଳ ଖର୍ଚ୍ଚ କରୁନାହୁଁ, ବରଂ ଧୀରେ ଧୀରେ ଋଣ ବୃଦ୍ଧି କରୁଛୁ ।
ପ୍ରଥମେ ଇଏମ୍ଆଇ ଛୋଟ ଦେଖାଯାଏ, କିନ୍ତୁ ପରେ ଏସବୁ ମିଶି ଏକ ବହୁତ ବଡ଼ ପରିମାଣରେ ପରିଣତ ହୁଏ । ଉଦାହରଣ ସ୍ୱରୂପ, ଗୋଟିଏ ଫୋନର ମାସିକ ଦେୟ ୨୪୦୦ ଟଙ୍କା, ଗୋଟିଏ ଲାପଟପ୍ ୩୦୦୦ ଟଙ୍କା, ଗୋଟିଏ ବାଇକ ୪୦୦୦ ଟଙ୍କା ଏବଂ କ୍ରେଡିଟ୍ କାର୍ଡ ବିଲ୍ ୬୫୦୦ ଟଙ୍କାରୁ ଅଧିକ ହୋଇପାରେ । ଏସବୁ ମିଶି ମାସର ମଧ୍ୟଭାଗରେ ୨୫,୦୦୦ ଟଙ୍କା ହୋଇପାରେ । ଏହା ଲୋକଙ୍କୁ ସଞ୍ଚୟ କରିବାରୁ ବାଧା ଦିଏ । ଯଦି କୌଣସି ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ହୁଏ, ତେବେ ସବୁକିଛି ଏପଟ ସେପଟ ହୋଇଯାଏ ।
ଚକ୍ରବର୍ତ୍ତୀ ଏହା ମଧ୍ୟ କହିଛନ୍ତି ଯେ ଏହା କେବଳ ଏକ ପରିବାରର ସମସ୍ୟା ନୁହେଁ । କମ୍ ସଞ୍ଚୟ ଯୋଗୁଁ ଦେଶରେ ନିବେଶ ହ୍ରାସ ପାଇବ, ଅଧିକ ଋଣ ଯୋଗୁଁ ଲୋକମାନେ ଅଧିକ ଖିଲାପୀ ହେବେ ଏବଂ ବର୍ଦ୍ଧିତ ଚାପ ଯୋଗୁଁ କାମ କରିବାର କ୍ଷମତା ପ୍ରଭାବିତ ହେବ । ସେ ଲେଖିଛନ୍ତି ଯେ ଯଦି ମଧ୍ୟବିତ୍ତ ବର୍ଗ ଏହା ଦ୍ଵାରା ଅସୁବିଧାରେ ପଡ଼ିବେ, ତେବେ ଦେଶର ପ୍ରଗତି ମନ୍ଥର ‘ହୋଇଯିବ । ଏହା କେବଳ ଗୋଟିଏ ପରିବାରକୁ ନୁହେଁ ବରଂ ସମସ୍ତଙ୍କୁ ପ୍ରଭାବିତ କରିବ ।
ଏହି ରଣ ଫାଶରୁ ବଞ୍ଚିବା ପାଇଁ, ସେ ଚାରୋଟି ସହଜ ଉପାୟ ପରାମର୍ଶ ଦେଇଛନ୍ତି । ପ୍ରଥମେ ଦେଖିବା କଥା, ଜଣେ ପ୍ରତି ମାସରେ କେତେ ଇଏମ୍ଆଇ ଦେଉଛନ୍ତି ? ଯଦି ଏହା ମାସିକ ଆୟର ୪୦% ରୁ ଅଧିକ, ତେବେ ଅଟକି ଯାଇ
ପୁଣି ଥରେ ଚିନ୍ତା କରିବା ଦରକାର ।
ଦ୍ଵିତୀୟତଃ, ପ୍ରତି ମାସରେ ୫୦୦ ଟଙ୍କା ସଞ୍ଚୟ କଲେ ମଧ୍ୟ ଏକ ଜରୁରୀ ପାଣ୍ଠି ସୃଷ୍ଟି କରିବା ଦରକାର। ତୃତୀୟତଃ, କେବଳ ସୌଖିନ ଜିନିଷ ପତ୍ର ପାଇଁ ରଣ ନେବା କଥା ନୁହେଁ ଶେଷ ଓ ଗୁରୁତ୍ୱପୂର୍ଣ୍ଣ, ଶୀଘ୍ର ନିବେଶ ଆରମ୍ଭ କରିବା ଦରକାର ଯଦିଓ ଏହା ଏକ ଛୋଟ ପରିମାଣ ବି ହୋଇପାରେ ।
ALSO READ https://purvapaksa.com/a-huge-conspiracy-of-the-opposition-against-odisha/
A huge conspiracy of the opposition against Odisha! ।। ଓଡ଼ିଶା ବିରୋଧରେ ବିରୋଧିଙ୍କ ବିରାଟ ଷଡ଼ଯନ୍ତ୍ର!
