ବଜାରରେ ବିକ୍ରି ହେଉଛି ‘ଡକ୍ଟରେଟ୍’ ଡିଗ୍ରୀ । ମୂଲ୍ୟ ବି ବେଶୀ ନୁହେଁ, ମାତ୍ର ୧୦୦ ଡଲାର। ହିସାବ କଲେ ୮୦୦୦ରୁ ୮୫୦୦ ଟଙ୍କା । ଏତିକି ଟଙ୍କା ଦେଲେ ଘରେ ଆସି ପହଞ୍ଚିବ ଡକ୍ଟରେଟ୍ ଡିଗ୍ରୀ । ଏଥିପାଇଁ ପାଠଶାଠ ଲୋଡ଼ା ନାହିଁ, ଗବେଷଣା ବି ଦରକାର ନାହିଁ । ଶିକ୍ଷାଗତ ଯୋଗ୍ୟତା ନ ଥିଲେ ବି ଚଳିବ, ଦଶମ ପାସ୍ କରିନଥିଲେ ମଧ୍ୟ ମିଳିଯିବ ‘ଡକ୍ଟରେଟ୍’ ଉପାଧ୍; ପୁଣି ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବିଶବିଦ୍ୟାଳୟରୁ। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ବେଶ୍ ପ୍ରଚାର ହେଉଛି, ବିଜ୍ଞାପନ ପ୍ରକାଶ ପାଉଛି । ମାତ୍ର କେହି ଏହାର ପ୍ରତିବାଦ କରୁନାହାନ୍ତି,
ଓଲଟି ବିନା ପରିଶ୍ରମ ଓ ବିନା ପାଠରେ ନାମ ଆଗରେ ଡକ୍ଟରେଟ୍ ଲଗାଇବାକୁ ଲୋକ ଧାଡ଼ି ଲଗାଇଛନ୍ତି। ଗତ ମାସେ ମଧ୍ୟରେ ରାଜଧାନୀର ପାଖାପାଖି ୩୦୦ ଲୋକଙ୍କ ସହ ରାଜ୍ୟର ପ୍ରାୟ ୫୦୦ ଲୋକ ଏପରି ଡକ୍ଟରେଟ୍ ଡିଗ୍ରୀ କିଣିଥିବା ସୂଚନା ମିଳିଛି ।
ସାମାଜିକ ଗଣମାଧ୍ୟମରେ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଡକ୍ଟରେଟ୍’ ଉପାଧି ପାଇଁ ମାଳମାଳ ବିଜ୍ଞାପନ ଆସୁଛି। କିଏ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମୋଦନପ୍ରାପ୍ତ ବୋଲି ଉଲ୍ଲେଖ କରିଛି ତ ଆଉ କିଏ ଗ୍ଲୋବାଲ୍ ମାନ୍ୟତାପ୍ରାପ୍ତ ଲେଖୁଛନ୍ତି। ଏଥପାଇଁ ଯେ କେହି ଆବେଦନ କରିପାରିବେ ବୋଲି କୁହାଯାଉଛି। ନାମ ଆଗରେ ଶ୍ରୀଯୁକ୍ତ, ଶ୍ରୀମତୀ ବଦଳରେ ଡ. ଲଗାଇବାକୁ ସୁବର୍ଣ୍ଣ ସୁଯୋଗ ବୋଲି ଉଲ୍ଲେଖ କରୁଛନ୍ତି। ଆମେରିକୀୟ ସଂସ୍ଥା ଏମ୍ଲି ଓ ଆମେରିକାନ୍ ମେରିଟ୍ କାଉନ୍ସିଲ ।
ସଂସ୍ଥା ଗ୍ଲୋବାଲ୍ ହ୍ୟୁମାନ୍ ରାଇଟ୍ ଟ୍ରଷ୍ଟ ପକ୍ଷରୁ ଦୁଇ ପ୍ରକାର ଦର ଧାର୍ଯ୍ୟ କରାଯାଇଛି। ଡକ୍ଟରେଟ୍ ଉପାଧି କୋରିଅର୍ରେ ନେବାପାଇଁ ହେଲେ ୧୨,୫୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଜୋତା, ମୋଜା, କୋର୍ଟ ଓ ଗାଉନ୍ ପିନ୍ଧି ଫଟୋ ଉଠାଇ ଉପାଧି ନେଲେ ୨୮, ୫୦୦ ଟଙ୍କା ପଡ଼ିବ ବୋଲି କୁହାଯାଇଛି। ସେହିପରି ଅନରାରି ଡକ୍ଟରେଟ୍ ଆୱାର୍ଡେଡ୍ କାଉନ୍ସିଲ୍ ଅଫ୍ ବ୍ୟକ୍ତିମାନଙ୍କୁ ସମ୍ମାନଜନକ ପିଏଚ୍ଡ଼ି ଡିଗ୍ରୀ ପ୍ରଦାନ କରିଥାଆନ୍ତି; ସେହିପରି ବିଭିନ୍ନ ଗବେଷଣାରେ ଉତ୍ତୀର୍ଣ୍ଣ ପରେ ଗବେଷକମାନଙ୍କୁ ପିଏଚ୍ଡ଼ି ଡିଗ୍ରୀ ପ୍ରଦାନ କରାଯାଇଥାଏ। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି “ଡକ୍ଟରେଟ୍’ ଡିଗ୍ରୀ ବିକ୍ରି ହେଉଛି ଓ କିଣିବାକୁ ଗ୍ରାହକ ମଧ୍ୟ ପ୍ରବଳ। ବିଶେଷ କରି ରାଜନୈତିକ ରୁଚି ରଖୁଥିବା ବ୍ୟକ୍ତିମାନେ ଏହାର ଗାଉନ୍ ପିନ୍ଧି ଫଟୋ ଉଠାଇଲେ ଲାଗୁଛି ଦୁଇଗୁଣା ଫି’ ଇଣ୍ଡିଆ, ଉଷା ମାର୍ଟିନ୍ ପ୍ରମୁଖ ଗ୍ରାହକ ପାଲଟିଛନ୍ତି। ଫେସବୁକ୍ରେ ବ୍ଲୁ ଟିକ୍ ।
ନିଜକୁ ୟୁଜିସି ମାନ୍ୟତାପ୍ରାପ୍ତ ଦର୍ଶାଇଛନ୍ତି। ‘ଡକ୍ଟରେଟ୍’ ପାଇଁ ମାତ୍ର ଶହେ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୮୫୦୦ ଟଙ୍କା ରଖିଛନ୍ତି। ସେହିପରି ଲଭିଂ ସେଣ୍ଟ ଏଜୁକେସନ୍ସ ମାତ୍ର ମାସେ ମଧ୍ୟରେ ‘ଡକ୍ଟରେଟ୍” ଉପାଧି ପ୍ରଦାନ କରିବ ବୋଲି ଉଲ୍ଲେଖ କରିଛି | ବରିଷ୍ଠ ନାଗରିକ, ମହିଳା, କଳାକାର ଓ ଶିକ୍ଷାବିତ୍ଙ୍କ ପାଇଁ ସ୍ପେଶାଲ୍ ଅଫର୍ ମଧ୍ୟ ରହିଛି। ୧୪,୯୯୯ ଟଙ୍କା ଦେଇ ସେମାନେ ଉପାଧି ନେଇ ପାରିବେ | ଆଉ ଏକ ୟୁନିଭର୍ସିଟି, ବିଦ୍ୟା ବାଚସ୍ପତି, ଏମ୍ ୟୁନିଭର୍ସିଟି କଲେଜ୍ ବିଦ୍ୟା, ଲର୍ଣ୍ଣିଂ ସେଣ୍ଟ ଏଜୁକେସନ୍, ଏଡ୍ୱେଡ୍ କଲେଜ ପରି ମାଳମାଳ ବିଶ୍ୱବିଦ୍ୟାଳୟ ସେମାନଙ୍କ ଠାରୁ ‘ଡକ୍ଟରେଟ୍ ଉପାଧ୍ ନେବାପାଇଁ ଅଫର୍ ଦେଉଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ସେବା କ୍ଷେତ୍ରରେ ହିଁ ଏସବୁ ଉପାଧି ଦିଅଯାଉଛି। ‘ଡକ୍ଟରେଟ୍’ ଏକ ସମ୍ମାନଜନକ ଓ ମର୍ଯ୍ୟାଦାପୂର୍ଣ୍ଣ ଉପାଧି ଭାବେ ବିବେଚନା କରାଯାଏ। ନାମ ପୂର୍ବରୁ ଡ. ଲାଗିଲେ ମନରେ ସମ୍ମାନ ଭାବ ଜାଗ୍ରତ ହୁଏ। ବିଶ୍ଵବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠିତ ସହ ଡ. ଲେଖି ନିଜର ପତିଆରା ବଢ଼ାଇବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଏସବୁ ଉପାଧି ଦେବାକୁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହେଉଛି । ନିକଟରେ ଇଣ୍ଟିଗ୍ରେଟେଡ୍ ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ଭୁବନେଶ୍ବରରେ ପ୍ରାୟ ୩ଶହ ଲୋକଙ୍କୁ ଉପାଧି ପ୍ରଦାନ କରାଯାଇଥିବାବେଳେ ରାଉରକେଲାରେ ଏକ ସମାରୋହ କରିବାକୁ ବିଜ୍ଞାପନ ଜାରି କରିଛି। ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ରୀମାନେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ। ଫଳରେ ଡକ୍ଟରେଟ୍ ଉପାଧିର ମାନ ମାଟିରେ ମିଶିବା ସହ ମାଳମାଳ ଡକ୍ଟରେଟଧାରୀ କାୟାବିସ୍ତାର କଲେଣି।
