ବାଲେଶ୍ଵର ଫକୀରମୋହନ କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । କଲେଜ ଗେଟ୍ ଆଗରେ ନିଜକୁ ଜାଳିଦେଲେ ଛାତ୍ରୀ। କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି ପୀଡିତା ଛାତ୍ରୀ ବୋଲି ଅଭିଯୋଗ ହେଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ ବିଇଡି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ଗତ ୧୨ ଦିନ ହେଲା ସେ ମାନସିକ ଚାପରେ ଥିଲେ । ତାଙ୍କୁ କ୍ଳାସ କରିବାକୁ ଦିଆଯାଉନଥିଲା, ଦୁର୍ବ୍ୟହାର କରାଯାଉଥିଲା ବୋଲି ଅଭିଯୋଗ ହୋଇଛି।
କଲେଜ ଅଧ୍ୟାପକ ଛାତ୍ରୀଙ୍କୁ ଦୁର୍ବବ୍ୟବହାର କରୁଥିବା ନେଇ ସେ କଲେଜ ଅଧ୍ୟକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ କଲେଜ କର୍ତ୍ତୃପକ୍ଷ ଏକ ଇଣ୍ଟରନାଲ କମିଟି ଗଠନ କରିଥିଲେ । ଅନ୍ୟପଟେ ଛାତ୍ରୀ ଜଣକ ଅଧ୍ୟାପକ ଅସଦାଚରଣ କରୁଥିବା ନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ଆଜି କଲେଜ ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ କଥା ହେବା ପାଇଁ ଡାକିଥିଲେ । ପ୍ରିନ୍ସିପାଲଙ୍କ ପ୍ରକୋଷ୍ଠରୁ ବାହାରିବା ପରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅନୁଭବ କରିବା ପରେ ପୀଡିତା ଚରମ ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ଅଭିଯୋଗ ହେଉଛି। ତେବେ ଛାତ୍ରୀ ଅଭିଯୋଗ ଆଣିଥିବା ଅଧ୍ୟାପକ ଗିରଫ ହୋଇଥିବା ଜଣାପଡ଼ିଛି।
Also Readhttps://purvapaksa.com/china-colonising-1-million-tibet-kids-in-boarding-schools/
China Colonising 1 Million Tibet Kids In Boarding Schools ।। ତିବ୍ଦତର ପିଲାମାନଙ୍କୁ ଚୋରୀ କରୁଛି ଚୀନ!
