ରାଜ୍ୟରୁ ଗୋଟି ଗୋଟି ଖୋଜି ବାହାର କରାଯାଉଛି ଅବାଧ ବାଂଲାଦେଶୀମାନଙ୍କୁ। କେନ୍ଦ୍ରାପଡା ଜିଲ୍ଲାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ରାପଡାରୁ ଧରାପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ବାଂଲାଦେଶୀ । ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଇଛି ପୋଲିସ, ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ଚାଲିଛି ପଚରାଉଚରା । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ଏହି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି l ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୋଲିସ l ଅନ୍ୟପକ୍ଷରେ ପ୍ରଶାସନ ଅଟକ ସନ୍ଦିଗ୍ଧମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଛି । ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ଆଣି ପ୍ରଥମେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି ଓ ସନ୍ଦେହ ହେଲେ ଉପରିସ୍ଥ ଅଧିକାରୀ ଓ STF ସହାୟତା ନିଆ ଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଏହାପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ୍ ଥାନା ପୋଲିସ ୧୮ ଜଣ ସନ୍ଦିଗ୍ଧ ମୁସଲିମ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ। ଏପର୍ଯ୍ୟନ୍ତ ଗିରଫ ହୋଇଥିବା ସମସ୍ତ ବାଂଲାଦେଶୀ ଅବୈଧ ଅନୁପ୍ରବେଶକାରୀ ଥିବା ଜଣାପଡିଛି। ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଫଲୋ କରି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ସମ୍ପର୍କରେ ତଥ୍ୟ ଅନୁସନ୍ଧାନ କରାଯାଇ ସେମାନଙ୍କୁ ଉଠାଇ ଅଣାଯାଉଛି ଓ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଥାନା ଅଧିନରେ ମୋଟ ୨୪ ଜଣ ଅବୈଧ ଅନୁପ୍ରବେଶକାରୀ ଥିବା ଜଣାପଡିଛି । ତେବେ ଏହି ବାଂଲାଦେଶୀମାନେ ବିଭିନ୍ନ ସମୟରେ କେନ୍ଦ୍ରାପଡା ଜିଲ୍ଲାର ମୁକୁଳା ଜଳପଥ ଦେଇ ପ୍ରବେଶ କରିଥାନ୍ତି। ବୈଧ କାଗଜପତ୍ର ବିନା ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ପୋଲିସ ଏକ ଦଳ ଗଠନ କରିଛି। ଓଡ଼ିଶାରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ଚିନ୍ତାର କାରଣ ପାଲଟିଛି,କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ, ତନ୍ତିଆପାଳ,ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଭିନ୍ନ ଗାଁ ସମେତ ମହାକାଳପଡ଼ା ଥାନା ଅଧିନ ପ୍ରାୟ ୨୩ଟି ଗାଁରେ ବସବାସ କରୁଥିବା ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରଯାଉଛି। ସମୁଦ୍ର ଉପକୂଳରେ ଥିବା ଓଡ଼ିଶାର କେନ୍ଦ୍ରାପଡ଼ା,ଜଗତସିଂହପୁର, ଭଦ୍ରକ,ପୁରୀ ଓ ଗଞ୍ଜାମ ଭଳି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି ସତ୍ବେ ଏହି ବାଂଲାଦେଶୀମାନେ ଜଳପଥରେ ଗୁପ୍ତ ରାସ୍ତା ଖୋଜି ଆସି ଓଡ଼ିଶାରେ ପହଞ୍ଚି ଯାଉଛନ୍ତି। ଓଡ଼ିଶାରେ ଲୁଚି ରହିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଏମାନଙ୍କ ସମ୍ପୃକ୍ତି ରହୁଥିବା ପୋଲିସ ପକ୍ଷରୁ ଅନେକ ଥର କୁହାଯାଇଛି। ଗତମାସ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡା ଗସ୍ତ ସମୟରେ ଅବୈଧ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଦା କରାଯିବ ବୋଲି କହିଥିଲେ।
Also read https://purvapaksa.com/raja-swain-opens-secrets-of-naveen-government/
