ଏକ ସ୍ୱଚ୍ଛ ଓ ନିର୍ମଳ ପରିବେଶ ଜୀବଜଗତ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ହେଲେ ଏଭଳି ସୁନ୍ଦର ପରିବେଶ ମଣିଷ ପାଇଁ ଧୀରେ ଧୀରେ ଅପହଞ୍ଚ ହେବାକୁ ଲାଗିଲାଣି । କାରଣ ଦିନକୁ ଦିନ ଆମ ପ୍ରାକୃତିକ ପରିବେଶ ପ୍ରଦୂଷଣ ପ୍ରଭାବରେ ବିଗିଡ଼ିବାରେ ଲାଗିଛି । ବିଶେଷ କରି ସାରା ବିଶ୍ୱରେ ବାୟୁ ଜଳ ଓ ମୃତ୍ତିକା ଅଧିକ ପ୍ରଦୂଷିତ ହେବାରେ ଲାଗିଛି ।
ସେହିପରି ବର୍ଜ୍ୟବସ୍ତୁ, ଇ-ବର୍ଜ୍ୟବସ୍ତୁ ଆଦି ପ୍ରଦୂଷଣକାରୀ ବସ୍ତୁ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯହୁଁ ଯହୁଁ ଆମର ବିକାଶ ଘଟୁଛି, ତହୁଁ ତହୁଁ ଆମ ସୁନ୍ଦର ପରିବେଶର ବିନାଶ ହେଉଛି । ପ୍ରଦୂଷିତ ପରିବେଶରେ ଜୀବନ ଧାରଣ କରିବା ବିପଜ୍ଜନକ ହେଲାଣି । ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହିତ ଏହାର ଅର୍ଥନୈତିକ ପ୍ରଭାବ ମଧ୍ୟ ପଡୁଛି।
କଳକାରଖାନା ଓ ଗାଡ଼ିମଟରରୁ ନିର୍ଗତ ବିଷାକ୍ତ ଧୂଆଁ, ଚାଷ ଜମିରେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଆମ ପରିବେଶର ଅଶେଷ କ୍ଷତିସାଧନ କରୁଛି । ଏଥିଯୋଗୁଁ ଜଳ, ବାୟୁ ଓ ମାଟି ପ୍ରଦୂଷଣ ଚିନ୍ତାଜନକ ଭାବେ ବଢ଼ି ଚାଲିଛି । କେବଳ ସେତିକି ନୁହେଁ, ଶବ୍ଦ ବା ଧ୍ୱନି ପ୍ରଦୂଷଣ ଓ ଆଲୋକ ପ୍ରଦୂଷଣ ମଧ୍ୟ ମଣିଷର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ସାରା ପୃଥିବୀରେ ପରିବେଶ ପ୍ରଦୂଷଣଜନିତ ସମସ୍ୟା ଉତ୍କଟ ଆକାର ଧାରଣ କରିବାରେ ଲାଗିଛି । ଏହା ସାରାବିଶ୍ୱର ପରିବେଶବିତ୍ଙ୍କ ଠାରୁ ଆରମ୍ଭ କରି ଚିନ୍ତାଶୀଳ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦ୍ବେଗର କାରଣ ପାଲଟିଛି ।
ପରିବେଶ ପ୍ରଦୂଷଣ କେବଳ ମାନବ ସମାଜକୁ ପ୍ରଭାବିତ କରୁଛି ତାହା ନୁହେଁ, ଏହାଦ୍ୱାରା ସମଗ୍ର ପ୍ରାଣୀଜଗତ ଓ ଉଭିଦଜଗତ ମଧ୍ୟ ଆକ୍ରାନ୍ତ ହେଉଛି । ତେବେ ଦେଖିବାକୁ ଗଲେ ପରିବେଶ ପ୍ରଦୂଷଣ ପାଇଁ ମାନବୀୟ କାର୍ଯ୍ୟଶୈଳୀ ହିଁ ଅଧୂକ ମାତ୍ରାରେ ଦାୟୀ । ଆଉ ଏହାର କୁପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ଫୁଛି । ପରିବେଶ ପ୍ରଦୂଷଣକୁ ରୋକାଯିବା ଦରକାର,ନଚେତ୍ ପ୍ରାଣୀ ଜଗତ ପାଇଁ ଏହା ବିପଦ ସୃଷ୍ଟି କରିବ ।
ALSO READ https://purvapaksa.com/be-careful-when-swimming-in-the-swimming-pool/
Be careful when swimming in the swimming pool ।। ସୁଇମିଂ ପୁଲରେ ଗାଧାଉଥିଲେ ସାବଧାନ
