ପବିତ୍ର ରଥଯାତ୍ରାରେ ଅନ୍ନ ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ କରୁଛି ରିଲାଏନ୍ସ । ଜୁନ ୨୬ ତାରିଖରୁ ଆରମ୍ଭ ହୋଇଥିବା ରିଲାଏନ୍ସର ଏହି ୧୩ ଦିନ ବ୍ୟାପୀ ଅନ୍ନ ସେବା ଜୁଲାଇ ୮, ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଜାରି ରହିବ । ଉଭୟ ମଧ୍ୟାହ୍ନ ଏଵଂ ସନ୍ଧ୍ୟାରେ ରିଲାଏନ୍ସ ଫାଉଣ୍ଡେସନ୍ ପୁରୀରେ ପ୍ରମୁଖ ସ୍ଥାନଗୁଡିକରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରୁଛି ।
ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମରୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବା ବିଞ୍ଚଣା ବିତରଣ କରାଯାଉଛି ।
ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ । ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ । ଭୋଜନ ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ଅନୁଭୂତିକୁ ସୁଗମ, ନିରାପଦ ଓ ଆରାମଦାୟକ କରି ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ” ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅନନ୍ତ ଏମ୍ ଅମ୍ବାନୀ କହିଛନ୍ତି । ଏଥି ସହିତ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ୧୦୦ ଟି ପୋଲିସ ସହାୟତା ପୋଷ୍ଟ ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି । ଯାହା ସହାୟତା ଆବଶ୍ୟକ କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସହଜ ଓ ସୁଗମ ସହାୟତା ସ୍ଥାନ ପ୍ରଦାନ କରୁଛି ।
ପୌରପାଳିକା ସହିତ ସହଭାଗିତାରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବର୍ଜ୍ୟ ସଂଗ୍ରହ ବ୍ୟାଗ ଯୋଗାଇ ଦିଆଯାଇଛି ଏବଂ ପୋଲିସ ଶିବିରଗୁଡ଼ିକୁ ପରିଚ୍ଛନ୍ନତା ଓ ପରିମଳ ସୁବିଧା ଉପଲବ୍ଧ କରାଯାଇଛି । ପୌରପାଳିକା ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ମିଳିତ ସହଭାଗିତାରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ମାର୍ଗଦର୍ଶନ ଏବଂ ସୁଗମ ଯାତ୍ରା ପାଇଁ ଦୂରରୁ ସ୍ପଷ୍ଟ ଦେଖାଯାଉଥିବା ମାର୍ଗଦର୍ଶକ ବୋର୍ଡ ଏବଂ ଦିଗସୂଚକ ସ୍ଥାପନ କରାଯାଇଛି ।
ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନଙ୍କୁ ୩,୫୦୦ ରେନକୋଟ୍ ବିତରଣ କରାଯାଇଛି । ଏଥି ସହିତ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ସେବା ଯୋଗାଉଥିବା ସ୍ୱେଚ୍ଛାସେଵୀ, ପୌର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ରିଫ୍ରେସମେଣ୍ଟ କିଟ୍ ମଧ୍ୟ ପ୍ରଦାନ କରାଯାଉଛି ।
ଚଳିତ ବର୍ଷ ପ୍ରାରମ୍ଭରେ ମହାକୁମ୍ଭ ୨୦୨୫ ରେ ପ୍ରୟାଗରାଜ ଠାରେ ରିଲାଏନ୍ସ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ଭୋଜନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିବହନ ସେବା ସମେତ ବିବିଧ ପଦକ୍ଷେପ ଜରିଆରେ ସେବା ପ୍ରଦାନ କରିଥିଲା । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜନ ସମୁଦାୟକୁ ସହାୟତା କରି ସମସ୍ତଙ୍କୁ ଏକ ସୁରକ୍ଷିତ, ସୁସ୍ଥ ଅନୁଭୂତି ପ୍ରଦାନ କରିବାନେଇ ରିଲାଏନ୍ସ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି । ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ କାର୍ଯ୍ୟକାରୀ କରାଯାଉଥିବା ବିବିଧ ପ୍ରୟାସ ମାନବତା ଓ ଈଶ୍ୱରଙ୍କ ସେବା କରିବାର ଆଉ ଏକ ସୁଯୋଗ ଆଣିଦେଇଛି ।
ALSO READ https://purvapaksa.com/has-politics-become-a-license-for-goondaism/
Has politics become a license for goondaism? ।। ରାଜନୀତି କ’ଣ ଗୁଣ୍ଡାଗିରିର ଲାଇସେନ୍ସ ପାଲଟିଛି?
