ଆଦାନୀ, ଆଦାନୀ, ଆଦାନୀ। ସକାଳ ସଞ୍ଜ ଯାଏଁ ରାଜ୍ୟର ସୋସିଆଲ ମିଡିଆଠୁ ନେଇ ନିଉଜ ପେପର ଯାଏଁ ସବୁଠି ଗୋଟିଏ କଥା; ଆଦାନୀ। ସବୁଠି ଗୋଟିଏ ନେରେଟିଭ କରାଯାଉଛି କି ଆଦାନୀ ପାଇଁ କାଳେ ମହାପ୍ରଭୁଙ୍କ ରଥ ଗଡ଼ିଲାନି। ଏଠି ଆମେ କହିଦେବାକୁ ଚାହୁଁ ଯେ କେଉଁ ଆଦାନୀ କି ଅମ୍ବାନୀ ଆମର ଗୁଆ ଦିଆ ବନ୍ଧୁ ନୁହନ୍ତି। ଆମେ ବାସ ରାଜ୍ୟରେ ଚାଲିଥିବା ନ୍ୟାରେଟିଭର ଫ୍ୟାକ୍ଟ ଚେକ କରିବା ପାଇଁ ଏ ଖବରକୁ ଆପଣଙ୍କ ସମ୍ନାକୁ ଆଣୁଛୁ। ମିଛରେ କେମିତି ଆଦାନୀକୁ ନେଇ ରାଜ୍ୟ ସରକାରଙ୍କୟୁ ବଦନାମ କରାଯାଉଛି ତାକୁ ଟିକେ ବିଶ୍ଳେଷଣ କରିବାକୁ ଚାହୁଁଛୁ।

ଆପଣଙ୍କୁ କ’ଣ ଲାଗୁଛି ସତରେ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକି ଗଲା। କ’ଣ ସତରେ ଆଦାନୀକୁ ଖୁସି କରିବା ପାଇଁ ସରକାର ଏମିତି ପଦକ୍ଷେପ ନେଲେ। ଆପଣ ବିଶ୍ୱାସ କରିବେନି ଏବେ ରାଜ୍ୟରେ ଅନେକ ସାଧାରଣ ଲୋକ ଏବେ ଏଇଆ ହିଁ ଭାବୁଛନ୍ତି।

ଆଦାନୀକୁ ନେଇ ସୋସିଆଲ ମିଡିଆରେ ତିଆରି ହୋଇଥିବା ନେରେଟିଭ ପାଇଁ ଅନେକ ଲୋକଙ୍କ ମୁହଁରେ ଏବେ ଏହି ଗୋଟିଏ କଥା। କାଳେ ଆଦାନୀ ପାଇଁ ରଥଟଣା ବନ୍ଦ ହୋଇଗଲା। ଗତ ଦୁଇଦିନ ହେଲା ଛକ ବଜାରରେ ଯେଉଁଠିକୁ ଯିବେ ସବୁଠି ଏହି ଚର୍ଚ୍ଚା। ତେବେ ଆପଣ କୁହନ୍ତୁ ଏଥର ସିନା ଆଦାନୀ ଆସିଥିଲେ ବୋଲି ରଥ ଅଟକିଗଲା ବୋଲି କୁହାଯାଉଛି ଗତଥର ବି ରଥ ଅଧା ବାଟରେ ଅଟକିଥିଲା। କ’ଣ ଗତବର୍ଷ ବି ଆଦାନୀ ଆସିଥିଲେ କି ରଥ ଟାଣିବା ପାଇଁ। ନା ଆଉ କେଉଁ ଭିଆପି ଆସିଥିଲେ ଯାହାଙ୍କ ପାଇଁ ରଥ ଅଟକିଗଲା।
ସେମିତି କିଛି ନୁହେଁ; ଆମେ ସମସ୍ତେ ଜାଣିଛେ ମହାପ୍ରଭୁଙ୍କ ରଥ ପୁର୍ବରୁ ଅନେକ ଥର ଏହିଭଳି ଅଟକି ଯାଇଥାଏ। ଆମ ସଂସ୍କୃତି ଇତିହାସ କହୁଛି ମହାପ୍ରଭୁଙ୍କ ରଥ ତାଙ୍କ ଭକ୍ତଙ୍କ ପାଇଁ ଆପେ ଆପେ ରହିଯାଏ। ମହାପ୍ରଭୁ ତାଙ୍କ ଭକ୍ତ ପାଇଁ ଅନେକ ସମୟରେ ଅଟକି ଯାଇଥାନ୍ତି।
ତେବେ ଏ ତ ଗଲା ଆମ ଇତିହାସର କିଛି ଶୁଣା କଥା। ଏବେ ଅସିବା ବାସ୍ତବ କଥାକୁ। ମହାପ୍ରଭୁଙ୍କ ରଥଟଣା ନିତିକାନ୍ତି ସମସ୍ତେ ବସି ଅର୍ଥାତ ସେବାୟତଙ୍କଠୁ ନେଇ ଜିଲ୍ଲା ପ୍ରଶାସନ ଯାଏଁ ସଭିଏଁ ବସି ସ୍ଥିର କରିଥାନ୍ତି। ସେହି ହିସାବରେ ରଥଯାତ୍ରା ଦିନ ଅପରାହ୍ନ ୪ଟାରେ ରଥଟଣା ଯିବା ନେଇ ପୁର୍ବରୁ ନୀତିନିର୍ଘଣ୍ଟ ସରିଥିଲା। ଆଉ ଏହି ନୀତିନିର୍ଘଣ୍ଟ ଏକୁଟିଆ ସରକାର କରିନଥିଲେ। ଏଥିରେ ସାମିଲ ଥିଲେ ବି ସେବାୟତ ଦଇୟାପତିମାନେ। ତେବେ ସେମାନେ ବି କ’ଣ ସବୁ ଆଦାନୀଙ୍କ ସହ ମିଶି ଗଲେ କି?

ଆପଣମାନେ ଥରେ ଚିନ୍ତା କରନ୍ତୁ ଅପରାହ୍ନ ଚାରିଟାବେଳୁ ରଥଟଣା ଆରମ୍ଭ ହେଲେ ଏତେ ସଂଖ୍ୟକ ଭକ୍ତଙ୍କ ଭିଡ଼ ଭିତରେ କ’ଣ ତିନିଘଣ୍ଟାରେ ରଥ ଯାଇ କେବେ ବି ଗୁଣ୍ଡିଚା ମନ୍ଦିରରେ ପହଁଚି ପାରିବ କି? ତେବେ ଆମେ ଆଉ ଟିକେ ଅଧିକ ବୁଝାବୁଝି କରିବା ପରେ ଜାଣିବାକୁ ପାଇଲୁ ଯେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ସରିଥିଲା। ତା ସହ ଠିକ୍ ୪ଟା ବେଳେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମଧ୍ୟ ଗଡ଼ିଥିଲା। କିନ୍ତୁ ରଥ ଗଡ଼ିବା ପରେ ତାଳଧ୍ୱଜ ରଥର ମୋଡ୍ ଗୋଟେ ସାଇଡକୁ ଟିକେ ଢଳିଥିଲା। ଆଉ ତା’ପରେ ତାକୁ ସିଧା କରିବାକୁ ପାଖାପାଖି ଘଣ୍ଟେ ଲାଗିଥିଲା। ରଥର ମୋଡ଼ ସିଧା ହେବା ପରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। କିନ୍ତୁ ନନ୍ଦିଘୋଷ ରଥ ଗଡ଼ିବା ବେଳକୁ ସଂନ୍ଧ୍ୟା ହୋଇଯାଇଥିଲା। ଯେମିତି ଆମେ ସମସ୍ତେ ଜାଣିଛେ ସଂଧ୍ୟା ପରେ ରଥ ଗଡ଼େନି, ତେଣୁ ନନ୍ଦିଘୋଷ ରଥ ଆଉ ଗଡ଼ିନଥିଲା। ବଇଦ ଖୋଜୁଥିଲା ଯାହା ଦଇବ ବତାଇଲା ସେଇଆ ଭଳି ତା’ପର ଦିନ ଗୌତମ ଆଦାନୀ ରଥ ଟଣାରେ ସାମିଲ ହେବାକୁ ଆସିବାକୁ ନେଇ ସୋସିଆଲ ମିଡିଆରେ ଏମିତି ନେରେଟିଭ କରାଗଲା, ଯେମିତି ସରକାର ଏଥିରେ ବଦନାମ ହୋଇପାରିବେ।
ଆଉ ଏକ କଥା ଆମେ ଆଗରୁ କହିଛି ମହାପ୍ରଭୁଙ୍କ ନୀତିନିର୍ଘଣ୍ଟରେ ସରକାରଙ୍କ ବେଶି କିଛି ଭୂମିକା ନ ଥାଏ। ସରକାରଙ୍କ ଦାୟିତ୍ୱ ଥାଏ କି ଏହାକୁ ଠିକ ଢଙ୍ଗରେ କେମିତି ସୁପରିଚାଳନା କରିହେବ। ଯେଉଁଥିରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି। କିନ୍ତୁ ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ଆମ ମନକୁ ଆସୁଛି। ଯଦି ଆଦାନୀ ରଥ ଟାଣିବେ ବୋଲି ରଥକୁ ଅଟକାଇ ଦିଆଗଲା ତେବେ ଯଦି ରଥଟଣା ବି ହୋଇଥାନ୍ତା ତେବେ ରଥ କ’ଣ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ପାରିଥାନ୍ତା କି? ଯଦି ନା ତେବେ ତା’ର ଉତ୍ତର ହେଉଛି ରଥ ଅଧାବାଟରେ ଅଟକି ଥାନ୍ତା। ତା’ ପରଦିନ ଆଦାନୀ ଆସି ରଥ ଟାଣିବି ପାରିଥାନ୍ତେ। ତେବେ କାହିଁକି ତାଙ୍କ ପାଇଁ ରଥ ଅଟକାଯିବାର ଆବଶ୍ୟକ ପଡ଼ିଲା। କୌଣସି ଆବଶ୍ୟକତା ନ ଥିଲା ରଥ ଟଣାଯିବା ବନ୍ଦ କରିବା ପାଇଁ।
You Can Also Read -: https://purvapaksa.com/arvinds-adani-love/

STAND WITH TRUTH