ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଶନିବାର ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ନିଟ୍-ୟୁଜି ୨୦୨୫ ପାଇଁ ମେ ୪ରେ ଗୋଟିଏ ସିଫ୍ଟରେ ୨୪ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୨,୩୬,୫୩୧ ଜଣ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯,୨୩୮ ଜଣ ଓଡ଼ିଶାରୁ ରହିଥିବା ବେଳେ ୩୧,୬୭୩ ଜଣ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି।
ରାଜସ୍ଥାନର ମହେଶ କୁମାର ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ, ମଧ୍ୟପ୍ରଦେଶର ଉତ୍କର୍ଷ ଆୱାଧିୟା ଏବଂ ମହାରାଷ୍ଟ୍ରର କୃଶାଙ୍ଗ ଜୋଶୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଓଡ଼ିଶାର ସ୍ନେହାସିସ NEET ଅଲ୍ ଇଣ୍ଡିଆ ରାଙ୍କରେ ଟପ୍ ୧୦୦ ତାଲିକାର ୬୦ତମ ସ୍ଥାନ ଅଧିକାର କରି ରାଜ୍ୟ ଟପ୍ପର ହୋଇଛନ୍ତି। ସ୍ନେହାସିସ ନିଟ୍ ପରୀକ୍ଷାରେ ୯୯.୯୯୭୨୩୯୦ ପ୍ରତିଶତ ସ୍କୋର କରିଛନ୍ତି। ଓଡିଶାର ଆଉ ଜଣେ ଛାତ୍ର ପବିତ୍ର ସେଠି ନିଟ୍-ୟୁଜି ୨୦୨୫ ରେ ୧୦ ଜଣ SC ବର୍ଗର ଟପ୍ପରଙ୍କ ତାଲିକାରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେ NEET AIRରେ ୧୮୦ ତମ ସ୍ଥାନ ଅଧିକାର କରିଛନ୍ତି।
ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ ଆଧାରରେ ମେଡିକାଲ କଲେଜରେ ଏମ୍ବିବିଏସ, ବିଡିଏସ ଏବଂ ଅନ୍ୟ ମେଡିକାଲ କୋର୍ସ ପାଇଁ ନାମ ଲେଖିବାକୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହା ସର୍ବ ଭାରତୀୟ କୋଟା ଏବଂ ରାଜ୍ୟ କୋଟା ହିସାବରେ ଅଲଗା ଅଲଗା ଭାବରେ ଆୟୋଜିତ ହେବ। ଏହାପରେ ଦେଶର ୭୮୦ ମେଡ଼ିକାଲ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ। ଭାରତରେ ୨୦୨୫ ଯାଏ ୧,୧୮,୧୯୦ ଏମ୍ବିବିଏସ୍ ସିଟ୍, ୨୭,୮୬୮ ବିଡିଏସ୍ ସିଟ୍ ଓ ୧,୨୦୫ ଏମ୍ସ ସହ ୨୦୦ ଜେଆଇପିଏମ୍ଇପି ସିଟ୍ ରହିଛି। ନିଟ୍ ୟୁଜି କାଉନସିଲିଂ ପ୍ରଣାଳୀ ଅଧୀନରେ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ହୋଇଥାଏ। ଏନଟିଏ (NTA) ନିଟ୍ ୟୁଜି ୨୦୨୫ ପରୀକ୍ଷାଫଳ ଅଫିସିଆଲ ୱେବସାଇଟରେ ଜାରି କରିଛି । ତେଣୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ neet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ପରୀକ୍ଷାର୍ଥୀ ଇମେଲ ଜରିଆରେ ସ୍କୋର କାର୍ଡ ଦେଖିପାରିବେ ।
କେମିତି ଡାଉନଲୋଡ କରିବେ :
-ପ୍ରଥମେ ATA ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
-ଏଠାରେ ହୋମ୍ ପେଜ୍ ରେ NEET UG 2025 Result ର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
-ଏବେ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ। ଏହା କରିବା ପରେ, ଫଳାଫଳ ଆସିଯିବ।
-ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନିଅନ୍ତୁ।
-ଫାଇନାଲ ଆନ୍ସର କି ଆଜି ଅର୍ଥାତ ଜୁନ୍ ୧୪ ରେ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ NTA neet.nta.nic.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ PDF ଫାଇଲ୍ ଡାଉନଲୋଡ୍ କରିପାରିବେ।
Also read https://purvapaksa.com/drink-this-water-at-home-and-you-will-lose-weight/
Drink this water at home and you will lose weight ।। ଘରେ ବସି ଏହି ପାଣି ପିଅନ୍ତୁ ହେବ ଓଜନ ହ୍ରାସ