ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ, ଯାତ୍ରା ମୋହତ୍ସବ । ନିଜ ଘରେ ରହି କୁକିଙ୍ଗ ଏକ୍ସପୋର୍ଟ ହେବାର ସମୟ ବୋଧେ ଏଵେ ପୁଣି ଫେରିବାକୁ ଯାଉଛି । କାରଣ କରୋନା ପୁଣି ଆସୁଛି । ଏ ସବୁ ଭିତରେ ବେଶୀ ଚିନ୍ତା ବଢ଼ାଉଛି ପିଲାଙ୍କ ପାଠ ପଢା । ଖୋଲିବାକୁ ଯାଉଛି ସ୍କୁଲ । ରାଜ୍ୟରେ କୋଭିଡ ବଢୁଛି ସେପଟେ ସ୍କୁଲ ଖୋଲିବାର ସମୟ ପାଖକୁ ଆସୁଛି । ଏ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି ସ୍ଥିତି ଦେଖି ହେବ ନିଷ୍ପତ୍ତି । ଏବେ ରାଜ୍ୟରେ କିଛି ଭୟର ସ୍ଥିତି ହୋଇନାହିଁ । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଆଗକୁ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନିଆଯାଇପାରେ। ନିକଟରେ ଓଡ଼ିଶା ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରାଯାଇଥିଲା । ୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଥିଲା । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଥିଲା ।
ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ତେବେ ମେ ୬ ତାରିଖରୁ ଖରାଛୁଟି ଲାଗୁ ହୋଇଥିଲା । ମେ ୬ ତାରିଖରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଆସନ୍ତା ୧୭ ତାରିଖରେ ସ୍କୁଲ ଖୋଲିବ କି ନାହିଁ ସରକାରଙ୍କ ନିଷ୍ପତ୍ତି ପରେ ଜଣାପଡ଼ିବ। ।
ସେପଟେ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଥଯାତ୍ରା ମନା । ଥଣ୍ଡା, କାଶ ଜ୍ଵର ଥିଲେ ରଥଯାତ୍ରାରେ ସାମିଲ୍ ନ ହେବାକୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯାଇଛି। ସ୍କୁଲରେ ଛାତ୍ର ଛାତ୍ରୀ ଏକତ୍ରିତ ହେଲେ କୋଭିଡ ସମସ୍ୟା ବଢ଼ିପାରେ ଓ ରଥ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଏକାଠି ହେବାକୁ ନେଇ ବଢ଼ିଲାଣି ଚିନ୍ତା ତେବେ ଆଗକୁ କଣ ରହିବ ସ୍ଥିତି ତା ଉପରେ ରହିଛି ସଭିଙ୍କ ନଜର ।
ALSO READ https://purvapaksa.com/mohan-bhagwat-lauds-indias-unity-after-pahalgam-attack/
1 Comment
Pingback: pm awas yojana ଘର ତିଆରି ପାଇଁ ମାଗଣା ବାଲି ଦେବେ ରାଜ୍ୟ ସରକାର