ଛଅ ବର୍ଷ ପରେ ପ୍ରଥମ ଥର ପାଇଁ ସରକାର ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କ ସଂଖ୍ୟା ଗଣନା କରିବା ପାଇଁ ଯୋଜନା କରୁଛନ୍ତି । ରାଜ୍ୟ ସରକାର ଚଳିତ ବର୍ଷ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଏହିପରି ପିଲାମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଯାଇପାରିବ । ମଙ୍ଗବାର ଦିନ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ ପାଇଁ ବିସ୍ତୁତ ନିର୍ଦ୍ଦେଶାବଳୀ ଜାରି କରିଛି । ସଂଗ୍ରହକାରୀଙ୍କୁ ଅନାଥ ଏବଂ ଅସହାୟ ଅବସ୍ଥାରେ ରହୁଥିବା ପିଲାମାନଙ୍କ ଉପରେ ଏକ ସର୍ଭେ ଆରମ୍ଭ କରିବାକୁ କୁହାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଏହି ସର୍ଭେ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା କରାଯିବ ।
ପ୍ରକାଶ ପାଇ ଥିବା ବିଜ୍ଞପ୍ତି ଅନୁସାରେ ,ବିଭାଗ ସର୍ଭେରେ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଯେଉଁପିଲାମାନେ ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ଏବଂ ଯେଉଁମାନଙ୍କର ଏକମାତ୍ର ରୋଜଗାରକ୍ଷମ ପିତାମାତା ଅଛନ୍ତି ,ସେମାନଙ୍କୁ ଯୋଜନାରେ ସାମିଲ କରାଯିବ । ଯେଉଁଥିରେ ବିଭିନ୍ନ ଆନୁଷ୍ଠାନିକ ଅଣ ଆନୁଷ୍ଠାନିକ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ ।
ଏହି ସର୍ଭେ ପାଇଁ ଏକ ଲକ୍ଷ୍ୟ ସ୍ଥିର କରାଯାଇଛି । ଅନାଥ ଶିଶୁ ଯାହାର ଜୈବିକ ପିତାମାତା କିମ୍ବା ପାଳିତ ପିତାମାତା ନାହାଁନ୍ତି । ଏକକ ପିତାମାତା ଶିଶୁ ହେଉଛି ଏପରି ଏକ ଶିଶୁ ଯାହାର କେବଳ ମାଆ ଥିବେ କିମ୍ବା ପିତା ୪୦ ପ୍ରତିଶତରୁ ଅଧିକ ଅକ୍ଷମତା କିମ୍ବା ଦିର୍ଘକାଳୀନ ରୋଗରେ ପୀଡ଼ିତ ଏବଂ ପରିବାର ପାଇଁ ରୋଜଗାର କରିବାକୁ ଅକ୍ଷମ।
ସର୍ଭେ ପରେ ଓଡ଼ିଶା ,ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅୟୋଗକୁ ସେପ୍ଟେମ୍ବର ୪ ସୁଦ୍ଧା ଚୁଡ଼ାନ୍ତ ତଥ୍ୟ ଦାଖଲ କରିବେ । କୋଭିଡ଼-୧୯ ମହାମାରୀ ପୂର୍ବରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅୟୋଗ ଏହି ଅଭିଯାନ ଚଳାଇଥିଲା । ଯେଉଁଥିରେ୨.୩ ଲକ୍ଷ ପିଲାଙ୍କୁ ଚିହ୍ନଟ କରାଯାଇଥିଲା । ଯେଉଁଥିରେ ୩୩ , ୦୦୦ ଅନାଥ ପିଲା ଥିଲେ । ସେମାନଙ୍କ ମଧ୍ୟରୁ ୮୪୧୮ ଜଣଙ୍କୁ ୨୩୮ ଶିଶୁ ଯତ୍ନ ପ୍ରତିଷ୍ଠାନ( ସିସିଆଇ) ରେ ରଖାଯାଇଥିଲା । କିଛି ଶିଶୁ ଯତ୍ନ ନେଉଥିଲେ କିଛି ପୋଷ୍ୟ ମଧ୍ୟ ଥିଲେ ।
ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ବାଲ ସ୍ୱରାଜ ପୋର୍ଟାଲର ଏକ ରିପୋର୍ଟ ଅନୁଯାୟୀ, ୧ ଏପ୍ରିଲ, ୨୦୨୦ ରୁ ୧୫ ସେପ୍ଟେମ୍ବର, ୨୦୨୧ ମଧ୍ୟରେ ଓଡ଼ିଶାର ୪୮,୨୦୯ ଜଣ ପିଲା କୋଭିଡ-୧୯ , ଅନ୍ୟ କୌଣସି ରୋଗ କିମ୍ବା କାରଣ ଯୋଗୁଁ ସେମାନଙ୍କର ପିତାମାତା କିମ୍ବା ପ୍ରାଥମିକ ଯତ୍ନଦାତାଙ୍କୁ ହରାଇଛନ୍ତି ଏବଂ ୨୦୭୭ ଜଣ ସେମାନଙ୍କର ପିତାମାତା ଉଭୟଙ୍କୁ ହରାଇଛନ୍ତି। ଭାରତର ଶୀର୍ଷ ପାଞ୍ଚଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ଯେଉଁଠାରେ ଏପରି ଶିଶୁଙ୍କ ସଂଖ୍ୟା ସର୍ବାଧିକ।
ALSO READ https://purvapaksa.com/pandian-is-the-all-powerful-figure-in-odisha-politics/
Pandian is the all-powerful figure in Odisha politics. ।। ଓଡ଼ିଶା ରାଜନୀତିରେ ପାଣ୍ଡିଆନ ସର୍ବଶକ୍ତିମାନ