ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ନେଇ ବିରାମ ଲାଗିଥିବା ବେଳେ ରୁଷ୍ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକଲା ଭଳି ତଥ୍ୟା ସମ୍ନାକୁ ଆସିଛି। ନିଜ ଦେଶ ଫେରିବ ୬୦୦୦ ସୈନିକଙ୍କ ଶବ। ଏହି ଶବଗୁଡ଼ିକୁ ଉଭୟ ଦେଶ ପରିସ୍ପରକୁ ଫେରାଇବାକୁ ନେଇ ନିଷ୍ପତ୍ତି ହୋଇଛି ।
ରୁଷ୍ – ୟୁକ୍ରେନର ପ୍ରତିନିଧିମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ କିଛି କଥା ଉପରେ ସହମତି ପ୍ରକାଶ ପାଇଛି। ଏହି ଆଲୋଚନା ମଧ୍ୟରେ ଯୁଦ୍ଧରେ ସହୀଦ ହୋଇଥିବା ୬୦୦୦ ସୈନିକମାନଙ୍କ ଶବଙ୍କୁ ଅଦଳବଦଳ କରିବାକୁ ନେଇ ଦୁଇ ଦେଶ ରାଜି ହୋଇଛନ୍ତି । ଦୁଇ ଦେଶ ଯୁଦ୍ଧ ବନ୍ଦୀ ଏବଂ ୬୦୦୦ ସୈନିକମାନଙ୍କ ଶବଙ୍କୁ ଅବଦ ବଦଳ ପାଇଁ ରାଜି ହୋଇଛନ୍ତି । ଇସ୍ତାବୁଲରେ ହୋଇଥିବା ଆଲୋଚନାରେ ଯୁବ ସୈନିକ ଓ ଗମ୍ଭୀରଭାବେ ରୋଗରେ ପିଡ଼ିତଥିବା ସୈନିକମାନଙ୍କୁ ମୁକ୍ତ କରିବା ଉପରେ ବି ସହମତି ପ୍ରକାଶ ପାଇଛି। କିନ୍ତୁ ବୈଠକରେ ଯୁଦ୍ଧଉପରେ ରୋକ ଲାଗାଇବାକୁ ନେଇ କୌଣସି ଆଲୋଚନା ହୋଇନଥିବା ଜଣାପଡ଼ିଛି। କିନ୍ତୁ କଏଦୀମାନଙ୍କୁ ଅଦଳବଦଳ କରିବା କଥା ଏପରି ସମୟରେ ହୋଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଏହାରି ଭିତରେ ରୁଷ୍ର ଏୟାରବେସ ଉପରେ ଆକ୍ରମଣ କରି ରୁଷ୍ର ୪୦ରୁ ଅଧିକ ବିମାନ ନଷ୍ଟ କରିଦେଇଛି ।
ରିପୋର୍ଟ ଅନୁସାରେ ଗତ ସୋମବାର ଦିନ ଦୁଇଦେଶ ମଧ୍ୟରେ ଆହତ ସୈନିକମାନଙ୍କର ନିଜ ନିଜ ଦେଶକୁ ଅଦଳ ବଦଳ ଉପରେ ଆଲୋଚନା ହୋଇଛି । ଯୁଦ୍ଧବନ୍ଦୀମାନଙ୍କୁ ବି ଯଥା ଶ୍ରୀଘ୍ର ଅଦଳବଦଳ କରାଯାଇପାରେ । କିନ୍ତୁ କେତେ ତାରିଖରେ ଏମାନଙ୍କୁ ଅଦଳ ବଦଳ କରାଯିବା ତାକୁ ନେଇ କିଛି ଜଣାପଡ଼ିନାହିଁ । ଏହି ସବୁ ଭିତରେ କିବ ରୁଷ୍ ଉପରେ ପିଲା ଚୋରିର ଆରୋପ ଲାଗାଇଛି । ଏହି ଆଲୋଚନା ମଧ୍ୟରେ କିବ ୟୁକ୍ରେନୀୟ ପିଲାଙ୍କ ଏକ ସୂଚୀ ରୁଷ୍କୁ ଦେଇଛନ୍ତି । କିବ ରୁଷ୍ ଉପରେ ଏହି ପିଲାମାନଙ୍କ ଅପହରଣ ଅଭିଯୋଗ କରି ସେମାନଙ୍କୁ ପୁନଃ ଫେରାଇ ଆଣିବାକୁ ଦାବି କରିଛନ୍ତି ।
ୟୁକ୍ରେନ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମେରୋବ ରୁଷ୍ ସହତ ହୋଇଥିବା ଆଲୋଚନା ସମ୍ପର୍କରେ କହିଛନ୍ତି । ଏହି ଡିଲରେ ଦୁଇ ଦେଶର ଆହତ ହୋଇଥିବା ସୈନିକ, ୧୮-୨୫ ବର୍ଷ ହୋଇଥିବା ଯୁବା ସୈନିକଙ୍କ ସହ ୬୦୦୦ ମୃତ ସୈନିକଙ୍କ ଶବ ଅଦଳବଦଳ କରିବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ରୁଷ୍ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତ ପାଇଁ ଆଲୋଚନା ହେଉଛି I
ALSO READ https://purvapaksa.com/pearl-harbor-operation-spider-web-and-world-war-iii-2/