ବିଶ୍ୱର ଅସ୍ତ୍ର ବାଣିଜ୍ୟରେ ଏକ ପ୍ରମୁଖ ଖେଳାଳିଭାବେ ଚୀନ୍ ଉଭା ହୋଇଛି, ବିଶ୍ୱବ୍ୟାପୀ ଦେଶମାନଙ୍କୁ ଅସ୍ତ୍ର ଯୋଗାଉଛି। କିନ୍ତୁ ସମସ୍ତ କ୍ରେତା ସନ୍ତୁଷ୍ଟ ନୁହନ୍ତି। ଆଜି ଆମେ ଚୀନ୍ରୁ ଅସ୍ତ୍ର କିଣି ଅସୁବିଧାର ସମ୍ମୁଖୀନ ହୋଇଥିବା ଆଠଟି ଦେଶର କଥା କହିବୁ, ଯେଉଁମାନେ ଚୀନ୍ ଅସ୍ତ୍ର କିଣି ଏବେ ପସ୍ତାଉଛନ୍ତି। ଆଉ ଭାରତରେ ଚୀନ୍ ମାଲକୁ ନେଇ ଭାରତରେ ପ୍ରଚଳିତ କଥା. ଚଲେ ତୋ ଚାନ୍ଦ ତକ୍.. ନହିଁ ତୋ ଶାମ୍ ତକ୍କୁ ମନେ ପକାଉଛନ୍ତି।
ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ, ଏହି ଦେଶଗୁଡ଼ିକ ଚୀନ୍ରୁ ସାମରିକ ହାର୍ଡୱେର କିଣି ପଛରେ ଅନୁତାପ କରିଛନ୍ତି।
ପ୍ରଥମେ ପାକିସ୍ତାନ କଥା। ପାକିସ୍ତାନ ଯିଏ ଚୀନ୍କୁ ନିଜର ସବୁ ସମୟର ବନ୍ଧୁ ବୋଲି କୁହେ। ସେହି ପାକିସ୍ତାନ ମଧ୍ୟ ଚୀନ୍ ଅସ୍ତ୍ର କିଣି ପସ୍ତାଉଛି। ଆଗରୁ ପାକିସ୍ତାନର ଏହି ଅଭିଜ୍ଞତା ଥିଲା କିନ୍ତୁ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ମୁଣ୍ଡରେ ହାତ ଦେଇ ବସିଛି। କାରଣ ଯେମିତିଭାବେ ଭାରତୀୟ ମିସାଇଲ ଓ ବିମାନ ପାକିସ୍ତାନୀ ବାୟୁ ପ୍ରତିରକ୍ଷାକୁ ଚକମା ଦେଇ ଆକ୍ରମଣ କଲେ ତାହା ପାକିସ୍ତାନକୁ ଡରାଇ ଦେଇଛି। ସବୁଠାରୁ ବଡ଼କଥା ହେଲା ଚୀନ୍ର ଏୟାର ଡିଫେନ୍ସ ସିଷ୍ଟମ ଭରସାରେ ପାକିସ୍ତାନ ବସିଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ମିମ୍ର ବନ୍ୟା ଆସିଛି।
ପାକିସ୍ତାନ ୮୧% ଅସ୍ତ୍ର ଆମଦାନୀ ପାଇଁ ବେଜିଂ ଉପରେ ନିର୍ଭର କରେ। ଜେଏଫ୍-୧୭ ଫାଇଟର ଜେଟ୍ଠାରୁ ନୌସେନା ଜାହାଜ ପର୍ଯ୍ୟନ୍ତ, ପାକିସ୍ତାନ ଚୀନ୍ର ଟେକ୍ନୋଲୋଜିରେ ବହୁତ ବିନିଯୋଗ କରିଛି। କିନ୍ତୁ ରିପୋର୍ଟରେ ରକ୍ଷଣାବେକ୍ଷଣ ଅସୁବିଧା ଏବଂ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମରେ ନିମ୍ନମାନର ପ୍ରଦର୍ଶନ ଉଲ୍ଲେଖ କରାଯାଇଛି, ଯାହା ଦୀର୍ଘମିଆଦୀ ନିର୍ଭରଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛି।
ଏଥର ଦକ୍ଷୀଣ ଏସିଆର ନୂଆ ପାକିସ୍ତାନ, ମାନେ ବାଂଲାଦେଶ। ୨୦୦୯ ରୁ ୨୦୧୩ ମଧ୍ୟରେ ବାଂଲାଦେଶ ଚୀନ୍ରୁ ବହୁ ଅସ୍ତ୍ର କିଣିଥିଲା, ଫ୍ରିଗେଟ୍ ଏବଂ ସବମାରାଇନ୍ ସାମିଲ। କିନ୍ତୁ ଅପରେସନାଲ ଅଦକ୍ଷତା ଏବଂ ନିୟମିତ ଟେକ୍ନିକାଲ ବିଫଳତା ନୌସେନା କାର୍ଯ୍ୟକୁ ହତାଶ୍ କରିଛି, ଯାହା ଢାକାକୁ ଚୀନ୍ ଯୋଗାଣକାରୀଙ୍କ ଉପରେ ଅତ୍ୟଧିକ ନିର୍ଭରତା ଉପରେ ପୁନର୍ବିଚାର କରିବାକୁ ବାଧ୍ୟ କରିଛି।
ଚୀନ୍ ଅସ୍ତ୍ର କିଣି ମୁଣ୍ଡରେ ହାତ ଦେଇ ବସିଥିବା ତୃତୀୟ ରାଷ୍ଟ୍ର ହେଉଛି ମିଆଁମାର। ମିଆଁମାର ବାୟୁସେନା ଚୀନ୍ ନିର୍ମିତ ଜେଏଫ୍-୧୭ ଜେଟ୍ ଏବଂ ଡ୍ରୋନ୍ ପରିଚାଳନା କରେ। ପାଇଲଟ୍ ଏବଂ ଟେକ୍ନିସିଆନମାନେ ନିରନ୍ତର ଯାନ୍ତ୍ରିକ ସମସ୍ୟା ଏବଂ ଅପର୍ଯ୍ୟାପ୍ତ ଆଫଟର-ସେଲ୍ସ ସପୋର୍ଟ ରିପୋର୍ଟ କରିଛନ୍ତି, ଯାହା ଯୁଦ୍ଧ ପ୍ରସ୍ତୁତିକୁ ବାଧାପ୍ରାପ୍ତ କରିଛି ଏବଂ ସେମାନଙ୍କ ଅସ୍ତ୍ରଶସ୍ତ୍ରରେ ଦୁର୍ବଳତା ପ୍ରକାଶ କରିଛି।
ଭେନେଜୁଏଲା ଚୀନ୍ରୁ କେ-୮ଡବ୍ଲ୍ୟୁ ବିମାନ ଏବଂ ଭିଏନ-୧ ଆର୍ମର୍ଡ ଭେହିକଲ୍ କିଣିଥିଲା। ଚୀନ୍ ମଧ୍ୟ ଭେନେଜୁଏଲାକୁ ସେନା ଆଧୁନିକୀକରଣର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଖରାପ ମାଲ, ବିକ୍ରି ପରବର୍ତ୍ତି ସେବା ଏବଂ କଠିନ ପରିସ୍ଥିତିରେ ଖରାପ ପ୍ରଦର୍ଶନ ସେନାକୁ ଏହାର ଫ୍ଲିଟ୍ ରକ୍ଷଣାବେକ୍ଷଣ କରିବାରେ ଅସୁବିଧା ସୃଷ୍ଟି କରିଛି।
ନାଇଜେରିଆ ବିଦ୍ରୋହୀଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଚୀନରୁ ଡ୍ରୋନ୍ ଏବଂ ଆର୍ମର୍ଡ ଭେହିକଲ୍ କିଣିଥିଲା। କିନ୍ତୁ ଟେକ୍ନିକାଲ ତ୍ରୁଟି ଏବଂ ଅପର୍ଯ୍ୟାପ୍ତ ପ୍ରଶିକ୍ଷଣ ସମର୍ଥନ ଏହାର ଅପରେଶନାଲ କ୍ଷମତାକୁ ଦୁର୍ବଳ କରିଛି।
ଚୀନ୍ ମାଲ କିଣି ପସ୍ତାଉଥିବା ରାଷ୍ଟ୍ରଙ୍କ ତାଲିକାରେ ଇରାନ ମଧ୍ୟ ରହିଛି। ଇରାନ ଚୀନରୁ ମିସାଇଲ ଏବଂ ନୌସେନା ଉପକରଣ କିଣିଥିଲା, କିନ୍ତୁ ଦୁର୍ବଳ ଗୁଣବତ୍ତା ଏବଂ ଅପର୍ଯ୍ୟାପ୍ତ ସପୋର୍ଟ ସିଷ୍ଟମ ହେତୁ ଏହାର ସାମରିକ ରଣନୀତିରେ ଅସୁବିଧା ସୃଷ୍ଟି ହୋଇଛି।
ଆଲଜେରିଆ ଚୀନ୍ରୁ ଡ୍ରୋନ୍ ଏବଂ ଆର୍ଟିଲାରୀ ସିଷ୍ଟମ କିଣିଥିଲା, କିନ୍ତୁ ଅପରେସନାଲ ବିଫଳତା ଏବଂ ଖୁଣ୍ଡାଖୁଣ୍ଡି ଯୋଗାଣର ଅଭାବ ଏହାର ପ୍ରତିରକ୍ଷା କ୍ଷମତାକୁ ପ୍ରଭାବିତ କରିଛି।
ଥାଇଲ୍ୟାଣ୍ଡ ଚୀନ୍ରୁ ସବମାରାଇନ୍ ଏବଂ ଆର୍ମର୍ଡ ଭେହିକଲ୍ କିଣିଥିଲା, କିନ୍ତୁ ଟେକ୍ନିକାଲ ସମସ୍ୟା ଏବଂ ଅତ୍ୟଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏହାର ବଜେଟ୍ ଏବଂ ଅପରେଶନକୁ ଚାପଗ୍ରସ୍ତ କରିଛି।
ଚୀନ୍ର ଅସ୍ତ୍ର ଶସ୍ତା ହୋଇପାରେ, କିନ୍ତୁ ଏହାର ଗୁଣବତ୍ତା ଏବଂ ସପୋର୍ଟ ଅନେକ ଦେଶକୁ ପୁନର୍ବିଚାର କରିବାକୁ ବାଧ୍ୟ କରିଛି। ଏହି ଦେଶଗୁଡ଼ିକ ଏବେ ଅଧିକ ନିର୍ଭରଯୋଗ୍ୟ ବିକଳ୍ପ ଖୋଜୁଛନ୍ତି। ଆପଣ କ’ଣ ଭାବୁଛନ୍ତି?
Also readhttps://purvapaksa.com/hopes-are-fading-from-the-bjd-king-the-royal-family-is-moving-away/
