Mahira Khan: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଅନେକ ପାକିସ୍ତାନୀ କଳାକାରମାନେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ଶେୟାର କରି ତାଙ୍କର ଦୁଃଖ ଜଣାଇଛନ୍ତି। ବର୍ତ୍ତମାନ ମାହିରା ଖାନ ଏହି ଘଟଣାକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି ।
୨୨ ଏପ୍ରିଲରେ ପହଲଗାମରେ ଘଟିଥିବା ଆତଙ୍କୀୟ ଆକ୍ରମଣରେ ଅନେକ ଲୋକଙ୍କର ଜୀବନ ଯାଇଛି। ନିର୍ଦୋଷ ଲୋକଙ୍କର ମୃତ୍ୟୁ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ ରହିଛି। ଲୋକମାନେ ଆତଙ୍କୀୟ ଆକ୍ରମଣର କଠୋର ନିନ୍ଦା କରୁଛନ୍ତି। ବଲିଉଡ ନାୟକମାନେ ଏହି ଘଟଣାକୁ ନେଇ କଠୋର କାର୍ଯ୍ୟ ନେବା ପାଇଁ ଦାବି କରୁଛନ୍ତି। କିଛି ପାକିସ୍ତାନୀ ସେଲିବ୍ରେଟିମାନେ ମଧ୍ୟ ଏହି ଆକ୍ରମଣର କଠୋର ନିନ୍ଦା କରିଛନ୍ତି।
ଏହାକୁ ନେଇ ସେମାନେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ଶେୟର କରିଛନ୍ତି। ଏଥିରେ ଫୱାଦ୍ ଖାନ, ହାନିଆ ଆମିର, ମାଭେରା ହୋକେନ ସମୁହ ସାମିଲ ଅଛନ୍ତି। ତେବେ ସବୁ ଘଟଣାରେ ନିଜ ମତ ପାଇଁ ପ୍ରସିଦ୍ଧ ମାହିରା ଖାନ ଏହାକୁ ନେଇ କୌଣସି କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ତାଙ୍କୁ ଟ୍ରୋଲ୍ କରାଯାଉଥିଲା। ତେବେ ମାହିରା ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ଦୁଃଖ ଜଣାଇଛନ୍ତି ମାହିରା
ମାହିରା ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ଶେୟର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ହିଂସା ଦୁନିଆରେ ଯେଉଁଠାରେ ବି ହେଉ, କୌଣସି ଆକାରରେ ବି ହେଉ, ଏହା କାପୁରୁଷତା ଭରା କାମ ଅଟେ। ପହଲଗାମ ଆକ୍ରମଣରେ ମରିଥିବା ଲୋକଙ୍କ ପ୍ରତି ମୋର ସଂବେଦନା ଅଛି।’ ମାହିରାଙ୍କର ଏହି ଲେଟ୍ ପୋଷ୍ଟକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମାହିରା ଶାହରୁଖ ଖାନଙ୍କ ଫିଲ୍ମ ରଇଜ ସହ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମ ପରେ ମାହିରା ଭାରତରେ ଅନେକ ପ୍ରସିଦ୍ଧ ମଧ୍ୟ ହୋଇଥିଲେ। କିନ୍ତୁ ଏହାପରେ ସେ କୌଣସି ବଲିଉଡ ଫିଲ୍ମରେ ନଜର ଆସି ନଥିଲେ।