ଭାରତୀୟ ପରିବାରରେ ରସୁଣକୁ ଖାଇବାର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କୁ ଜାଣିବା ଦରକାର ଯେ ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କଞ୍ଚା ରସୁଣକୁ ଘିଅରେ ଭାଜି ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ କମିଥାଏ।
ରସୁଣରେ ଏଣ୍ଟିବ୍ୟାକ୍ଟେରିଆଲ୍, ଏଣ୍ଟିଫଙ୍ଗାଲ୍ ଏବଂ ଏଣ୍ଟିଭାଇରାଲ୍ ତତ୍ତ୍ୱ ରହିଥାଏ । ଏହା ବ୍ୟତୀତ ରସୁଣରେ ବିଟାମିନ୍ ସି, ମ୍ୟାଗ୍ନିସ୍, ବିଟାମିନ୍ ବି 6, କ୍ୟାଲସିଅମ୍, ଆୟରନ୍ ଏବଂ ଫାଇବର୍ ମିଳିଥାଏ।
ଶରୀରରେ ଜମା ଖରାପ କୋଲେସ୍ଟ୍ରୋଲ ହୃଦୟ ପାଇଁ କ୍ଷତିକାରକ। ରସୁଣ ଖରାପ କୋଲେଷ୍ଟ୍ରଲ୍ କୁ ଦେହରୁ ବାହାର କରିବାରେ ସାହାଜ୍ୟ କରେ। ସେହିପରି ଶିରାର ସଫାଇ କରେ।
ରସୁଣକୁ ଘିଅରେ ଭାଜି ଖାଇଲେ ହୃଦୟ ଷ୍ଟ୍ରୋକ୍ ର ଚାନ୍ସ ମଧ୍ୟ କମ୍ ହୋଇପାରେ। ଭଜା ରସୁଣ ଖାଇଲେ ବିପି କଣ୍ଟ୍ରୋଲ୍ ହୋଇଥାଏ । ରସୁଣକୁ ଖାଲି ପେଟରେ ଖାଇବାକୁ ଅଧିକ ପ୍ରୟୋଜନୀୟ ମନେ ଯାଏ। ଘିଅରେ ରସୁଣକୁ ଭାଜି ଆପଣ ଖାଲି ପେଟରେ ମଧ୍ୟ ଖାଇପାରିବେ।
ALSO READ: https://purvapaksa.com/what-will-happen-if-you-eat-raw-garlic-every-day-know/