CAG: ୯,୭୮୨.୧୫ କୋଟି ଟଙ୍କାର ବକେୟା ୟୁସିର ପ୍ରାୟ ୭୯ ପ୍ରତିଶତ ୫ଟି ବିଭାଗର ରହିଛି।
ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅନୁଦାନ ବାବଦରେ ୧୨,୩୬୧.୨୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପଯୋଗପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଫଳ ହୋଇଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)।
ନିକଟରେ ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ର ସିଏଜି ରିପୋର୍ଟ ଅନୁଯାୟୀ, ୧୦ ବର୍ଷରୁ ଅଧିକ ସମୟ ଧରି ୫୪୮.୫୪ କୋଟି ଟଙ୍କାର ୩୩୧୪ଟି ୟୁସି ଏବଂ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ୨୭୪୬ କୋଟି ଟଙ୍କାର ୨,୫୬୦ଟି ୟୁସି ସମେତ ୧୧,୦୧୪ଟି ୟୁସି ବାକି ରହିଛି। ଏହା ପ୍ରଶାସନିକ ବିଭାଗଗୁଡ଼ିକର ଆଭ୍ୟନ୍ତରୀଣ ନିୟନ୍ତ୍ରଣର ଅଭାବ ଏବଂ ପୂର୍ବ ଅନୁଦାନର ଉପଯୁକ୍ତ ଉପଯୋଗ ନ କରି ନୂତନ ଅନୁଦାନ ବଣ୍ଟନ କରିବାର ପ୍ରବୃତ୍ତିକୁ ସୂଚାଉଛି ବୋଲି ସିଏଜି କହିଛନ୍ତି।
୯,୭୮୨.୧୫ କୋଟି ଟଙ୍କାର ବକେୟା ୟୁସିର ପ୍ରାୟ ୭୯ ପ୍ରତିଶତ ୫ଟି ବିଭାଗର ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୪୩୮୦.୫୪ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୩୦୯୩.୭୯ କୋଟି, ଯୋଜନା ଓ ସମନ୍ୱୟ ୯୩୫.୩୯ କୋଟି, ମହିଳା ଓ ଶିଶୁ ବିକାଶ ୮୨୩.୦୧ କୋଟି ଏବଂ ମିଶନ ଶକ୍ତି ୫୪୯.୪୨ କୋଟି ଟଙ୍କାର ୟୁସି ଦାଖଲ କରିନାହିଁ।
୧୩ଟି ବିଭାଗ ଥିବା ବେଳେ ୧୦ ବର୍ଷରୁ ଅଧିକ ସମୟ ଧରି ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏଆଣ୍ଡଇ)ଙ୍କ କାର୍ଯ୍ୟାଳୟରେ ୟୁସି ପଡ଼ି ରହିଥିଲା। ସେଥିମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ (୨୧୨.୪୨ କୋଟି), ଯୋଜନା ଓ ସମନ୍ଵୟ ବିଭାଗ (୧୬୩.୫୩ କୋଟି), ପଞ୍ଚାୟତିରାଜ ଓ ପାନୀୟ ଜଳ (୧୨୯.୩୩ କୋଟି), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି (୧୮.୭ କୋଟି) ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (୧୩.୩୮ କୋଟି) ପ୍ରମୁଖ ବିଭାଗ ରହିଛି।
ଯଦି ୟୁସି ଦାଖଲ ନ ହୁଏ, ତେବେ ଆର୍ଥିକ ଆକାଉଣ୍ଟରେ ଦର୍ଶାଯାଇଥିବା ରାଶି ହିତାଧିକାରୀଙ୍କ ନିକଟରେ ପହଞ୍ଚି ନ ପାରେ ଏବଂ ଉଦ୍ଦିଷ୍ଟ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇନଥାଇପାରେ ବୋଲି ଆଶଙ୍କା ରହିଛି। ରାଜ୍ୟ ସରକାର ଏ ଦିଗ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ଏବଂ ଠିକ୍ ସମୟରେ ୟୁସି ଦାଖଲ ନ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରିବା ଉଚିତ। ୨୦୨୩-୨୪ ରେ ୧୫ଟି ମାମଲାରେ ୧୬,୩୨୮.୯୦ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବ୍ୟବସ୍ଥା (ପ୍ରତ୍ୟେକ ମାମଲାରେ ୧୦୦ କୋଟି ଟଙ୍କାରୁ ଅଧିକ) ଅନାବଶ୍ୟକ ସାବ୍ୟସ୍ତ ହୋଇଥିବା ଅଡିଟରେ ଦର୍ଶାଯାଇଛି, କାରଣ ବ୍ୟୟ ମୂଳ ବ୍ୟବସ୍ଥାସ୍ତରକୁ ମଧ୍ୟ ଆସିନାହିଁ।
୨୦୧୩-୧୪ରୁ ୨୦୨୦-୨୧ (୨୦୧୯-୨୦, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ କୌଣସି ଅତିରିକ୍ତ ବ୍ୟୟ ବରାଦ ହୋଇନାହିଁ) ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ର ୬.୬୯ କୋଟି ଟଙ୍କାର ଅତିରିକ୍ତ ବିତରଣ ଏପର୍ଯ୍ୟନ୍ତ ରାଜ୍ୟ ବିଧାନସଭାରେ ନିୟମିତ ହୋଇନାହିଁ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅଧିକ ଖର୍ଚ୍ଚ, ଦୀର୍ଘ ସମୟ ଧରି ନିୟମିତ ନ ରହିବା କାର୍ଯ୍ୟନିର୍ବାହୀ ଉପରେ ଆଇନଗତ ନିୟନ୍ତ୍ରଣକୁ ଦୁର୍ବଳ କରିଦିଏ।
ଘୋର ଅବହେଳା
୧୧,୦୧୪ଟି ଉପଯୋଗ ପ୍ରମାଣପତ୍ର (ୟୁସି) ବାକି ରହିଛି
ଏଥିରେ ୧୦ ବର୍ଷରୁ ଅଧିକ ସମୟ ପାଇଁ ୫୪୮.୫୪ କୋଟି ଟଙ୍କାର ୩,୩୧୪ ଟି ୟୁସି ଏବଂ ୫ ବର୍ଷରୁ ଅଧିକ ସମୟ ପାଇଁ ୨,୭୪୬ କୋଟି ଟଙ୍କାର ୨,୫୬୦ ୟୁସି ଅନ୍ତର୍ଭୁକ୍ତ ।
୯,୭୮୨.୧୫ କୋଟି ଟଙ୍କାର ବକେୟା ୟୁସିର ପ୍ରାୟ ୭୯ ପ୍ରତିଶତ ୫ଟି ବିଭାଗର ରହିଛି।
୧୩ଟି ବିଭାଗ ଥିଲା, ଯେଉଁମାନଙ୍କ ବିରୋଧରେ ୧୦ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟ ଏଜି (ଏଆଣ୍ଡଇ)ଙ୍କ କାର୍ଯ୍ୟାଳୟରେ ୟୁସି ପଡ଼ି ରହିଥିଲା।
