ଏକୁଟିଆ ମୁନା ଖାନ୍ ପାଇଁ ଆଜି ନବୀନ ନିବାସ ପଡ଼ିଛି ଉଠିଛି। ବରିଷ୍ଠଙ୍କ ଅନେକ ଯୁକ୍ତି ଯେଉଁଠି ଫସର ଫାଟିଥିଲା, ମୁନାଙ୍କ ଆସିବା ପରେ ଖୋଦ ନବୀନ ବି ଆଉ ଘର ଭିତରେ ବସିବାକୁ ସକ୍ଷମ ହୋଇନାହାନ୍ତି। ବାଧ୍ୟ ହୋଇ ବାହାରକୁ ଆସି ନିଜର ଭାବମୂର୍ତ୍ତିକୁ ରକ୍ଷା କରିବାକୁ ଚାହିଁଛନ୍ତି। ଏହା ହେଉଛି ଆଜିର କଥା। ଆଜି ନବୀନ ନିବାସରେ ସାଂସଦ ମୁନା ଖାନ୍ ବିରୋଧୀ ଦଳ ନେତା ତଥା ବିଜେଡି ମୁଖିଆଙ୍କୁ ଭେଟିବା ବେଳର କଥା। ଏହି ସମୟରେ ସିଧା ସଳଖ ମୁନା ଓ ତାଙ୍କ ସମର୍ଥକ ରାଜ୍ୟ ସଭାର ବିଜେଡି ନେତା ପଦରେ ରହିଥିବା ସସ୍ମିତ ପାତ୍ରଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଆଉ ନବୀନ କହିଛନ୍ତି ‘ଆମେ ଧର୍ମ ନିରପେକ୍ଷ ଦଳ। ରାଜ୍ୟସଭାରେ ଯାହା ଘଟିଲା ତାହା ଆମେ ଦେଖିବୁ’।
ମୁନାଙ୍କ ବିରୁଦ୍ଧରେ କୋହ ଓ କ୍ଷୋଭ ନେଇ ଆଜି ସାଂସଦ ମୁନା ଖାନ୍ଙ୍କ ନେତୃତ୍ୱରେ ମୁସଲମାନ ନେତାମାନେ ନବୀନ ନିବାସରେ ନବୀନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସଂଖ୍ୟାଲଘୁ ନେତାମାନେ ସିଧାସଳଖ ସସ୍ମିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେତିକି ନୁହେଁ ଯାହା କେବେ ସାହସ କରିନଥିଲେ ସହିପରି ଭାବେ ନବୀନଙ୍କ ମୁହଁରେ ଏବେ ନ୍ୟାୟ ଦରକାର ବୋଲି କହିଛନ୍ତି।
ନବୀନଙ୍କୁ ଘେରାଉ ବେଳର ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ କେହି ଜଣେ କହୁଛନ୍ତି ସସ୍ମିତଙ୍କୁ ଟ୍ୱିଟରରେ ଏପରି ଲେଖିବା ଲାଗି କିଏ ଆଦେଶ ଦେଇଛି ତାହା କୁହନ୍ତୁ। ଆପଣଙ୍କୁ ଆମେ ପରିବାର ସଦସ୍ୟ ଭାବେ ଦେଖୁଛୁ ଏଣୁ ଆମ ପାଇଁ ଆପଣ ସଦସୟ ହେବେ ବୋଲି କହିଛନ୍ତି ଏହି ନେତାଏଁ। ଏହା ସିଧା ସଳଖ ନବୀନଙ୍କ ଖାସ ନେତା ଭିକେ ପାଣ୍ଡିଆନ୍ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
କାରଣ ଏହାର କିଛି ସମୟ ପୂର୍ବରୁ ଆଜି ବିଜେଡି କର୍ମୀମାନେ ନବୀନ ନିବାସ ଭିତରେ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଯାହା କେବେ ବିଜେଡି ଇତିହାସରେ ହୋଇ ନଥିଲା ଆଜି ଘଟିଥିବା ଦେଖିବାକୁ ମିଳିଥିଲା। ଯେଉଁ କର୍ମୀ ଦିନେ ତାଙ୍କୁ ବିଜେଡିର ଚାଣକ୍ୟ ବୋଲି କହି ପଦ ପ୍ରକ୍ଷାଳନ କରୁଥିଲେ ତାଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ଆଜି ଦଳ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର କେନ୍ଦ୍ର ବିନ୍ଦୁରେ ସେ ବୋଲି ଅଭିଯୋଗ କରି ନବୀନ ନିବାସ ଘେରଉ କରିଥିଲେ ବିଜେଡିର ତୃଣମୂଳ କର୍ମୀ।
ମଧ୍ୟାହ୍ଣର ଟାଇଁ ଟାଇଁ ଖରାରେ ଏହି କର୍ମୀମାନେ ଆଜି ତାତି ଉଠି ଆଜି ନବୀନ ନିବାସକୁ ସ୍ଲୋଗାନ୍ ଦେଇ ଘେରାଉ କରିଥିଲେ। ଯେଉଁ ନବୀନ ନିବସ ଚାରି କଡ଼ରେ ଠିଆ ହେବା ସେମାନଙ୍କ ପାଇଁ ଦିନେ ଅସମ୍ଭବ ବ୍ୟାପାର ବୋଲି ଗଣାଯାଉଥିଲା ଆଜି ସେହି ନବୀନ ନିବାସର ଲୁହା ବାଡ଼କୁ ଟପିବାକୁ ସାହସ କରିଛନ୍ତି ବିଜୁ ଜନତାର ଦଳର କର୍ମୀ। ଖାଲି ସେତିକି ନୁହେଁ ଗଣମାଧ୍ୟମର ମାଇକ ସାମ୍ନାରେ ‘ ପାଣ୍ତିଆନ୍ ଗୋ ବ୍ୟାକ୍’ ବୋଲି ସ୍ଲୋଗାନ ଦେଇଥିଲେ। ‘ପାଣ୍ଡିଆନ୍ ତୁମେ ଓଡ଼ିଶା ଛାଡ଼ ବୋଲି କହିଛନ୍ତି। ଏହି ବିଦ୍ରୋହ ଆଜି ନବୀନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି।
ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ପାଣ୍ଡିଆନ୍ ସରକାରୀ ଚାକିରିରେ ଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆଇଏଏସ୍ ଅଧିକାରୀଭାବେ ସରକାର ନିଷ୍ପତ୍ତିର ମଙ୍ଗୁଆଳ ଥିଲେ। ଏେବ ଦୁଇଜଣଯାକ ଚାକିରି ଛାଡ଼ିଛନ୍ତି। ଚାକିରି ଛାଡ଼ିଲାପରେ କିଛି ଲୋକ ସେ ବିଦେଶରେ ଚାକିରି କିବରିବାକୁ ଓଡ଼ିଶା ଛାଡ଼ିବେ ବୋଲି କହୁଥିବାବେଳେ ଆଉ କିଛି ପାଣ୍ଡିଆନ୍ ପ୍ରେମୀ ତାଙ୍କୁ ବିଜେଡିକୁ ସମ୍ଭାଳିବାକୁ ଅନୁରୋଧ କରିଥିବା ନେଇ ଖବର ପ୍ରକାଶ ପାଇଛି। ଏ ଭିତରେ କିନ୍ତୁ ଦଳରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଲାଗି ପାଣ୍ଡିଆନ୍ଙ୍କୁ ଦାୟୀ କରିଛନ୍ତି ଉଭୟ ବୟସ୍କ ଓ ତୁଙ୍ଗ ନେତୃତ୍ୱ । ଅଭିଜ୍ଞ ବୟସ୍କମାନେ ନବୀନ ନିବାସରେ ଶୃଙ୍ଖଳାର ସହ ବସି ଏ ବିଷୟରେ ତର୍ଜମା କରିବାକୁ କହିଥିବା ବେଳେ ତୁଙ୍ଗ ନେତୃତ୍ୱମାନେ ସିଧା ସଳଖ ବିଶୃଙ୍ଖଳା ଲାଗି ପାଣ୍ଡିଆନ୍ଙ୍କୁ ଦାୟୀ କରିଥିଲେ।
ଏବେ ଅପେକ୍ଷା ଛାମୁ କେଉଁ ନିଷ୍ପତ୍ତି ନେବେ ? କର୍ମୀଙ୍କ ଉଦବେଗ କାର୍ଯ୍ୟରେ ଆସିବ ନା ନବୀନ ପୁଣି ନିଦା ବିଷ୍ଣୁ ପାଲଟିବେ। ତେବେ ଯଦି ମୁନା ଖାନ୍ ନବୀନ ନିବାସରେ ସସ୍ମିତଙ୍କ ବିରୋଧରେ ପ୍ରଦର୍ଶନ କରିପାରିଲେ ତେବେ ସସ୍ମତ୍ ମଧ୍ୟ କମ୍ ନୁହନ୍ତି। ରାଜ୍ୟର ୨.୭୭ ପ୍ରତିଶତ ଶ୍ରିଷ୍ଟିଆନ ସମ୍ପ୍ରଦାୟକ ସେ ନେତା। ସେ ଚାହିଁଲେ ମୁନାଙ୍କ ବିରୋଧରେ ମଧ୍ୟ ପ୍ରଦର୍ଶନ କରିପାରିବେ। ତେବେ ଦେଖିବାକୁ ବେକି ରହିଲା ସସ୍ମିତ କ’ଣ କରୁଛନ୍ତି।
Also readhttps://purvapaksa.com/shgs-to-be-reconstituted-this-month/
