Banking Services: ଚଳିତ ମାସ ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବ୍ୟାଙ୍କ। ଦୁଇ ଦିନିଆ ବ୍ୟାଙ୍କ୍ ଧର୍ମଘଟ ହେବ । ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ ।
ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ୱନ୍ଧିୟ କାମ ରହିଛି ତେବେ ଶୀଘ୍ର ଶେଷ କରି ନିଅନ୍ତୁ । କାରଣ ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ୯ ଦଫା ଦାବୀ ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ- UFBU । UFBU ଆହ୍ଵାନରେ ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁଯାୟୀ, ବ୍ୟାଙ୍କ ୟୁନିଅନଗୁଡ଼ିକ ନିୟମିତ ନିଯୁକ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଭଳି ଦାବି କରୁଛନ୍ତି। ତେବେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୬ ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ତେବେ ମାର୍ଚ୍ଚ ୨୨ ଏବଂ ୨୩ ତାରିଖରେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ଥିବାରୁ ୨୫ ତାରିଖ ପର୍ଯ୍ୟନ୍ତ ଲଗାତର ୪ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ।
ଦେଶର ପ୍ରାୟ ୯ଟି ବ୍ୟାଙ୍କ ସଙ୍ଘ ଏହି ଧର୍ମଘଟରେ ସାମିଲ ହେବେ ବୋଲି ନିଷ୍ପତି ନେଇଛନ୍ତି । ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କ କର୍ମଚାରୀଙ୍କୁ ସୁରକ୍ଷା ଦେବା ଭଳି ଅନେକ ଦାବିକୁ ସେମାନେ ଏହି ଆନ୍ଦୋଳନକୁ ଓଲ୍ହାଇବେ ।
ALSO READ: https://purvapaksa.com/indian-railways-providing-safe-and-quality-services/
ନିରାପଦ ଓ ଗୁଣାତ୍ମକ ସେବା ଯୋଗାଇବାରେ ଭାରତୀୟ ରେଳ ବିଶ୍ୱରେ ପ୍ରମୁଖ ସ୍ଥାନ ହାସଲ କରିଛି