Debendra Pradhan Passes Away: ଆରପାରିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା । ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ଅଧ୍ୟକ୍ଷ, ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ । ଦିଲ୍ଲୀସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ମହାପ୍ରୟାଣ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳେକୁ ପୁଅ ଧର୍ମେନ୍ଦ୍ର ଓ ବୋହୂ ମୃଦଳା ଓ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ଉପସ୍ଥିତ ଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ସାଂସଦ ଥିବା ସମୟରେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ସେ ସଡ଼କ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ଓଡ଼ିଶା ବିଜେପିର ପ୍ରମୁଖ ଚେହେରା ଥିଲେ ।
ସେ ୧୯୮୮ରୁ ୧୯୯୦, ୧୯୯୦ରୁ ୧୯୯୩ ଓ ୧୯୯୫ରୁ ୧୯୯୭ ରାଜ୍ୟ ବିଜେପିର ସଭାପତି ଥିଲେ । ଏହାସହ ୨୦୦୧ରୁ ୨୦୦୨ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଥିଲେ । ଜୁଲାଇ ୧୬ ୧୯୪୧ରେ ଅନୁଗୁଳ ନାଲମ ଠାରେ ଜନ୍ମ ଗ୍ରହଣ କରିଥିଲେ ଦେବେନ୍ଦ୍ର । ୧୯୭୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ALSO READ: https://purvapaksa.com/rainfall-thunderstorm-with-lightning-from-19-to-22-march/