Vinayak Damodar Savarkar: ଆଜି ଆମେ ଆପଣଙ୍କୁ ସାବରକରଙ୍କ ଜୀବନ ସହ ଜଡ଼ିତ କିଛି ବିବାଦ ବିଷୟରେ କହିବୁ ଯାହା ସେମାନଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ଭଳି ଲୋକଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ଆଣିଥିଲା।
ବିନାୟକ ଦାମୋଦର ସାବରକର ,ଏମିତି ଏକ ନାମ ଯାହାକୁ ନେଇ ଭାରତୀୟ ରାଜନୀତିରେ ହୁଏ ବିବାଦ ଓ ବିତର୍କ। ୧୮୮୩ ମସିହା ମଇ ୨୮ ତାରିଖରେ ନାସିକରେ ଜନ୍ମଗ୍ରହଣ କରିଥିବା ବିନାୟକ ଦାମୋଦର ସାବରକରଙ୍କ କାହାଣୀ ଏପରି ଯେ ସେ କିଛି ଲୋକଙ୍କ ପାଇଁ ମାତ୍ର ସାବରକର ଏବଂ କିଛି ଲୋକଙ୍କ ପାଇଁ ସେ ହେଉଛନ୍ତି ସ୍ୱତନ୍ତ୍ରତା ବୀର ସାବରକର। ଭାରତୀୟ ଇତିହାସର ସେ ଏମିତି ଏକ ଚରିତ୍ର ଯାହାଙ୍କୁ ଗୋଟିଏ ଗୋଷ୍ଠୀ ମହାନାୟକ ବୋଲି ମାନେ ଏବଂ ଆଉ ଏକ ଗୋଷ୍ଠୀ ତାଙ୍କୁ ଖଳନାୟକ, ଇଂରେଜଙ୍କ ବଚସ୍କର ବୋଲି ସମାଲୋଚନା କରେ। ସାବରକର ଥିଲେ ଏକାଧାରରେ ଜଣେ ଆଇନଜୀବୀ, ରାଜନେତା, କବି, ଲେଖକ ଓ ନାଟ୍ୟକାର ଥିଲେ।
ଫେବ୍ରୁଆରି ୨୬ ହେଉଛି ତାଙ୍କର ଶ୍ରାଦ୍ଧବାର୍ଷିକୀ, ତାଙ୍କ ପ୍ରଶଂସକ ତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦେବେ। କିନ୍ତୁ ବିନାୟକ ଦାମୋଦର ସାବରକରଙ୍କ ଆଉ ଏକ ଦିଗ ରହିଛି, ଯାହା ତାଙ୍କ ଜୀବନ କାହାଣୀକୁ ଆକର୍ଷଣୀୟ ତଥା ବିବାଦୀୟ କରିଛି। ହଁ, ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡ଼ିତ ଏମିତି କିଛି ବିବାଦ ବିଷୟରେ କହିବୁ, ଯେଉଁଥିପାଇଁ ସେ ଆଜି ମଧ୍ୟ ବିତର୍କିତ ବ୍ୟକ୍ତିତ୍ୱ। ଏହି ବ୍ୟକ୍ତିଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ମଧ୍ୟ ଥିଲା।
ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ
ସାବରକର ନାସିକ ନିକଟସ୍ଥ ଭାଗୁର ନାମକ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୯ ବର୍ଷ ବୟସରେ ସେ ନିଜ ମା’ଙ୍କୁ ହରାଇଥିଲେ ଏବଂ ୭ ବର୍ଷ ପରେ ତାଙ୍କ ବାପାଙ୍କର ମଧ୍ୟ ସ୍ୱର୍ଗବାସ ହୋଇଥିଲା। ସାବରକର ଅଭିନବ ଭାରତ ନାମକ ବିପ୍ଲବୀ ସଂଗଠନ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ମାଧ୍ୟମରେ ସେ ଭାରତର ସ୍ୱାଧିନତା ପାଇଁ ହିଂସାତ୍ମକ ଆନ୍ଦୋଳନ କରିବା ଲକ୍ଷ୍ୟ ରଖିଥିଲେ।
ତାଙ୍କ ବିରୋଧରେ ଇଂରେଜମାନେ ହତ୍ୟା ଷଡ଼ଯନ୍ତ୍ର ଆଣିଥିଲେ। ଆଉ ସ୍ୱାଧିନ ଭାରତରେ ସେ ମଧ୍ୟ ଗାନ୍ଧୀ ହତ୍ୟା ଷଡ଼ଯନ୍ତ୍ର ସାମିଲ ଥିବା ଅଭିଯୋଗ ହୋଇଥିଲା। ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ୧୯୪୮ମସିହାରେ ଯେତେବେଳେ ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ସେତେବେଳେ ସାବରକରଙ୍କ ବିରୋଧରେ ମଧ୍ୟ ଏହି ମାମଲାରେ ମାମଲା ରୁଜୁ ହୋଇଥିଲା। ମାତ୍ର ପ୍ରମାଣ ଅଭାବରୁ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା।
ଇଂରେଜଙ୍କ ନଜରରେ ସାବରକର
ଇଂରେଜମାନେ ସାବରକକରଙ୍କୁ ଆଣ୍ଡାମାନରେ ବନ୍ଦୀ କରି ରଖିଥିଲେ। ସେଠାରୁ ମୁକ୍ତି ପାଇବା ପାଇଁ ସେ ଇଂରେଜ ସରକାରଙ୍କୁ କ୍ଷମାପତ୍ର ଲେଖିଥିଲେ ବୋଲି ଏବେ ମଧ୍ୟ ଅଭିଯୋଗ ହୁଏ। କିନ୍ତୁ ସେହି ଇଂରେଜ ସରକାର ତାଙ୍କ ବିରୋଧରେ ବ୍ରିଟିଶ ଅଧିକାରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଅଭିଯୋଗ ମଧ୍ୟ ଆଣିଥିଲେ।
୧୯୦୯ ମସିହାରେ ନାସିକର ଜିଲ୍ଲାପାଳ ଏ.ଏମ୍.ଟି. ଜ୍ୟାକସନଙ୍କ ହତ୍ୟାକାଣ୍ଡରେ ତାଙ୍କ ନାମ ମଧ୍ୟ ଯୋଡ଼ି ହୋଇଥିଲା। ଅଭିନବ ଭାରତ ସଂଗଠନ ସହ ଜଡ଼ିତ ଥିବା ତାଙ୍କ ସହଯୋଗୀ ଅନନ୍ତ କାହ୍ନେରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସାବରକରଙ୍କ ବିରୋଧରେ ବିପ୍ଳବୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗ ହୋଇଥିଲା, କିନ୍ତୁ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବରୁ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇନଥିଲା। ତେବେ ଗାନ୍ଧୀହତ୍ୟା (୧୯୬୯) ସମ୍ବନ୍ଧୀୟ ତଦନ୍ତରେ ଜୀବନ ଲାଲ କପୁର କମିଶନ ପରେ କହିଥିଲେ ଯେ ସାବରକରଙ୍କ ବିରୋଧରେ କିଛି ପରିସ୍ଥିତିଗତ ପ୍ରମାଣ ରହିଛି, କିନ୍ତୁ ଆଇନଗତଭାବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ।
Also readhttps://purvapaksa.com/halal-certificate-know-how-it-is-issued-for-which-things-it-is-issued/
