Odisha: ଯୋଜନାବଦ୍ଧ ଭାବେ ବିକଶିତ ସହର ବୃଦ୍ଧି ଉପରେ ଗୁରୁତ୍ୱ
ରାଜ୍ୟ ସରକାରଙ୍କ ଗୁରୁତ୍ୱ ବିକଶିତ ଓଡିଶା ବିକଶିତ ସହର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ମାଧ୍ୟମରେ ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏ ନେଇ ଗୁରୁବାର ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି । ଖାରବେଳ ଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ , ପୌର ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆଙ୍କ ସମେତ ଭୁବନେଶ୍ୱର , କଟକ , ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଭିସି , ସହର ପ୍ଲାନର ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍ କଟକ , ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ ଲାଗି ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧୀନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କର ନିଜର ଆୟ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଖାଲିଥିବା ଟାଉନପ୍ଲାନର ପଦବୀର ଆବଶ୍ୟକତା, ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟଗୁଡିକର କ୍ରିୟାଶୀଳ ଓ ଆବଶ୍ୟକତା ଦୃଷ୍ଟିରୁ ପରିବର୍ତ୍ତନ କରାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଛି।
ବୈଠକ ପରେ ମନ୍ତ୍ରୀ ଡ. ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେ ୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । କିଛି ଏଜେଣ୍ଡା ଅନୁସାରେ ଟାଉନସିପ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ । ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ ।
ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘରଟିର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରିକରଣ ସରଳିକାରଣ ହେବ ଓ ପୁରୁଣା ସିଟି ଗୁଡିକରେ ମଧ୍ୟ ଲୋକମାନେ ଘର କରିପାରିବେ । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଗୁରୁତ୍ୱ ଆରୋପ କରାଯାଇଛି ।
ଏହି ଅବସରରେ ବିଡିଏ ତରଫରୁ କାର୍ଯ୍ୟକାରୀ ହେଉଥିବା ଏହି ଟିପି ସ୍କିମର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହିତ କାର୍ଯ୍ୟକୁ ଅଧିକ ତ୍ୱରାନ୍ନିତ କରିବାକୁ କୁହାଯାଇଛି । କଟକ , ବ୍ରହ୍ମପୁର ଓ ପୁରୀ-କୋଣାର୍କ କର୍ତ୍ତୃପକ୍ଷ ସେମାନଙ୍କର ପ୍ରାରମ୍ଭିକ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।
previous article:https://purvapaksa.com/unity-in-diversity-speciality-of-india/
