Cyber Fraud: ଆଜିକାଲି ସୋସିଆଲ ମିଡ଼ିଆରେ ବ୍ୟବସାୟ କରିବା ଅତି ସହଜ ହୋଇ ଯାଇଛି। ଆପଣ ଡ୍ରେସ ବ୍ୟବସାୟ କରନ୍ତୁ କି ଖାଇବା, ସୋସିଆଲ ମିଡିଆରେ ଆପଣ ଅତି ସହଜରେ କିଣା ବିକା କରି ପାରିବେ। ସେହିପରି ସୋସିଆଲ ମିଡ଼ିଆ ଠକ ମାନଙ୍କର ମଧ୍ୟ ମନପସନ୍ଦର ଜାଗା ହୋଇଯାଇଛି ସାଇବର ଠକେଇ କରିବାର।
ବର୍ତ୍ତମାନ ସୋସିଆଲ ମିଡ଼ିଆ ଖୋଲିଲେ ଭାଗ୍ୟଫଳ ବା ଜ୍ୟୋତିଷ ଶାସ୍ତ୍ର ବିଷୟରେ ଅନେକ ବିଜ୍ଞାପନ ଦେଖିବାକୁ ମିଳେ । ଯିଏ ଆପଣଙ୍କ ବିବାହ, ଚାକିରୀ, ପରିବାର ଠୁ ଆରମ୍ଭ କରି ସମସ୍ତ ସମସ୍ୟାର ସମାଧାନ ଦେବେ ବୋଲି କହିଥାନ୍ତି । ଯାହା ଉପରେ ଅନେକ ଲୋକ ବିଶ୍ୱାସ କରି ଅନେକ ଆପ୍ ଫୋନରେ ଇନଷ୍ଟଲ କରିଥାନ୍ତି । ଯାହା ଫଳରେ ଅନେକ ଲୋକ ଠକାମିର ଶିକାର ହୋଇଥାନ୍ତି ।
ଆଜିକାଲି ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ନିକଟରେ ଏକ ସମାନ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ମାମଲାରେ ପ୍ରେମ ବିବାହ ନାମରେ ଜଣେ ମହିଳାଙ୍କଠାରୁ ପ୍ରାୟ 6 ଲକ୍ଷ ଟଙ୍କା ଠକିଥିଲେ।
ପ୍ରକୃତରେ, ପୀଡିତା ମହିଳା ପ୍ରିୟା ଇଲେକ୍ଟ୍ରୋନିକ୍ସ ସିଟିର ବାସିନ୍ଦା ଏବଂ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସେ‘splno1indianastrologer’ ନାମକ ଏକ ଇନଷ୍ଟାଗ୍ରାମ ପ୍ରୋଫାଇଲ ପାଇଥିଲେ, ଯେଉଁଥିରେ ଆଗୋରୀ ବାବାଙ୍କ ଚିତ୍ର ଥିଲା ଏବଂ ବ୍ୟକ୍ତି ଜଣକ ଜ୍ୟୋତିଷ ଶାସ୍ତ୍ରରେ ପାରଦର୍ଶୀତା ଥିବା ଦାବି କରିଥିଲେ। ତାଙ୍କ ଭବିଷ୍ୟତ ବିଷୟରେ ଜାଣିବା ପାଇଁ, ପ୍ରିୟା ସେହି ପ୍ରୋଫାଇଲରେ ମେସେଜ୍ କରିଥିଲେ ଏବଂ ଜଣେ ବ୍ୟକ୍ତି ତାଙ୍କୁ ମେସେଜ୍ କରିଥିଲେ । ଏହା ପରେ Whatsappରେ ତାଙ୍କ ନାମ ଏବଂ ଜନ୍ମ ତାରିଖ ସେୟାର କରିବା ପରେ ଠକ ତାଙ୍କୁ କହିଥିଲେ ଯେ ତାଙ୍କର ପ୍ରେମ ବିବାହ ହେବ, କିନ୍ତୁ ତାଙ୍କ ରାଶିଫଳରେ କିଛି ତ୍ରୁଟି ରହିଛି। ଏଥିପାଇଁ ମହିଳାଙ୍କୁ ସ୍ୱତନ୍ତ୍ର ପୂଜା କରିବାକୁ କୁହାଯାଇଥିଲା।
ପ୍ରଥମେ ମହିଳାଙ୍କୁ ୧.୮୨୦ ଟଙ୍କା ଦେବାକୁ କୁହାଯାଇଥିଲା। ମହିଳା ଜଣକ ବିନା ଦ୍ୱିଧାରେ ରାଜି ହୋଇ ଟଙ୍କା ପଠାଇଥିଲେ। ଧୀରେ ଧୀରେ ବ୍ୟତି ଜଣଙ୍କ ତାଙ୍କଠାରୁ ଅଧିକ ଟଙ୍କା ମାଗିବାକୁ ଲାଗିଲା। ପରେ ମହିଳା ଜଣକ ଜାଣିପାରିଲେ ଯେ ତାଙ୍କୁ ପ୍ରତାରଣା କରାଯାଇଛି, ସେତେବେଳେ ପର୍ଯ୍ୟନ୍ତ ସେ ପ୍ରାୟ ୬ ଲକ୍ଷ ଟଙ୍କା ଦେଇସାରିଥିଲେ।
ଆପଣ ମଧ୍ୟ ଅନ୍ଧବିଶ୍ୱାସି ନ ହୋଇ ଚିନ୍ତା କରି ସୋସିଆଲ ମିଡିଆରେ ଥିବା ଆପ ଗୁଡିକୁ ବ୍ୟବହାର କରନ୍ତୁ ।
ALSO READ: https://purvapaksa.com/sexual-harassment-on-campus-what-does-the-law-say/