Istanbul: ଦୁନିଆରେ ଆମେ ପ୍ରାୟତଃ ୨ ପ୍ରକାରର ମଣିଷ ଦେଖିବାକୁ ପାଇବା । ପ୍ରଥମ ଯିଏ ନିଜକୁ ଡଗ ଲଭର(Dog Lover) କୁହେ ତ ପୁଣି କେହି କେହି ନିଜକୁ ବିଲେଇ ପ୍ରେମୀ (Cat Lover) ବୋଲି କୁହନ୍ତି ।
ହେଲେ ପ୍ରାୟତଃ ସମସ୍ତେ ନିଜ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି। କାରଣ କୁକୁରମାନେ ଦେଖିବାକୁ ଯେତେ ସୁନ୍ଦର ହୋଇଥାନ୍ତି, ସେମାନେ ସେତେ ହିଁ ବିଶ୍ୱସ୍ତ ହୋଇଥାନ୍ତି ।ସେମାନେ ଆମ ଘରକୁ ପ୍ରୋଟେକ୍ଟ କରିବା ସହ ଆମକୁ ଭଲପାଇ ଥାନ୍ତି। ହେଲେ ଆମେ ଏମିତି ଲୋକଙ୍କୁ ଦେଖିବା ଯେଉଁମାନେ କି ବିଲେଇକୁ ଟିକେ ବି ପସନ୍ଦ କରି ନଥାନ୍ତି। ତାଙ୍କୁ ଅଶୁଭ ବୋଲି ମାନେ କରନ୍ତି । ସେଥିପାଇଁ ତାଙ୍କୁ ଘରେ ନ ରଖିବା ସହ ବିଲେଇ ଦେଖିଲେ ତାଙ୍କୁ କଷ୍ଟ ପହଞ୍ଚାଇଥାନ୍ତି।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ସହର ଅଛି ଯେଉଁଠି ବିଲେଇ ମାନଙ୍କୁ ଅନେକ ଭଲପାଇବା ଦିଆଯାଏ। ଯେମିତି ଆମେ ଗୋଟିଏ ଛୋଟ ପିଲାର ଯତ୍ନ ନେଉ ଠିକ ସେହିପରି ବିଲେଇର ମଧ୍ୟ ଯତ୍ନ ନିଆଯାଏ। ଆମେ ଆପଣଙ୍କୁ କହୁଛୁ ଟର୍କିର ଇସ୍ତାନବୁଲ ସହର ବିଷୟରେ। ଏହି ସହରରେ ୨ ମିଲିୟନରୁ ଅଧିକ ବିଲେଇ ରହିଛନ୍ତି। ସେଠାରେ ସେମାନେ ଚା’ ଦୋକାନଠୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ ଲୋକଙ୍କୁ ସ୍ୱାଗତ କରନ୍ତି, ଡଙ୍ଗା ଏବଂ ବସ୍ରେ ଯାତ୍ରା କରିଥାନ୍ତି ଏବଂ ସାଧାରଣତଃ ସୂର୍ଯ୍ୟଙ୍କ ଉଷ୍ମ କିରଣରେ ଆରାମ କରିବା ସହ ବୁଲିବାକୁ ପସନ୍ଦ କରନ୍ତି ।

ଇସ୍ତାନବୁଲର ବିଲେଇମାନଙ୍କର ମାଲିକ ନାହାଁନ୍ତି, କିନ୍ତୁ ସହରରେ ରହୁଥିବା ଲୋକ ନିଶ୍ଚିତ କରନ୍ତି ଯେ ସେମାନଙ୍କ ମଧ୍ୟରେ ରହୁଥିବା ବିଲେଇମାନଙ୍କର ଶୋଇବା, ଖାଇବା ଏବଂ ପିଇବା ସ୍ଥାନକୁ ନେଇ କୌଣସି ଅବହେଳା ନ କରାଯାଉ । ଇସ୍ତାନବୁଲବାସୀଙ୍କ ପାଇଁ ବିଲେଇମାନେ ଦୀର୍ଘ ଦିନରୁ ସ୍ୱତନ୍ତ୍ର ରହିଆସିଛନ୍ତି।
ଇସ୍ତାନବୁଲରେ ଏତେ ସଂଖ୍ୟକ ବିଲେଇ କାହିଁକି ଅଛନ୍ତି?
ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଗୃହପାଳିତ ପ୍ରକ୍ରିୟା ଆରମ୍ଭ ହୋଇଥାଇପାରେ ଯେତେବେଳେ ମଣିଷ ଫର୍ଟିଲ କ୍ରେସେଣ୍ଟ ଅଞ୍ଚଳରେ ବସବାସ କରିବାକୁ ଲାଗିଲା।
କେତେକ ଲୋକ ବିଶ୍ୱାସ କରନ୍ତି ଯେ, ବିଲେଇମାନେ ଗୃହପାଳିତ ପ୍ରକ୍ରିୟାରେ ପ୍ରଥମ ପାଦ ଦେଇଥିଲେ ଏବଂ ସେମାନେ ରହିବ ଖାଇବା ତଥା ବଞ୍ଚିବା ପାଇଁ ମଣିଷଙ୍କ ନିକଟତର ରହିବାକୁ ନିଷ୍ପତ୍ତି ନେଇଥିଲେ।
ଇସ୍ତାନବୁଲର ବିଲେଇମାନଙ୍କୁ ବାଣ୍ଟିବା ପାଇଁ ବାସିନ୍ଦାମାନେ ସେମାନଙ୍କ ସହିତ ଖାଦ୍ୟ ନେଇଥାନ୍ତି। ସହରରେ ସେମାନଙ୍କ ଆଶ୍ରୟସ୍ଥଳଗୁଡିକରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିଷ୍କାର ଏବଂ ସୁରକ୍ଷିତ ରଖାଯାଇଥାଏ । ସେମାନଙ୍କୁ ଖାଇବାକୁ ଦେବା ତାଙ୍କ ଯତ୍ନ ନେବା ପରେ ଧୀରେ ଧୀରେ ବିଲେଇ ଏବଂ ସେଠାରେ ବାସ କରୁଥିବା ମଣିଷମାନେ ପରସ୍ପର ସହ ହୃଦୟରୁ ଜଡ଼ିତ ହୋଇଯାଇଛନ୍ତି । ସେଥିପାଇଁ ଏହି ସହରର ପ୍ରତ୍ୟେକ ସ୍ଥାନରେ ବିଲେଇ ଦେଖିବାକୁ ମିଳେ ।
ALSO READ: https://purvapaksa.com/bengaluru-engineer-job-search-ready-to-work-free/
ମୁଁ ମାଗଣାରେ କାମ କରିଦେବି, ମୋତେ କାମ ଦିଅ … ଏମିତି କାହିଁକି ଲେଖିଲେ ଯୁବକ

