Gyanesh Kumar: ପୂର୍ବତନ ରେଜିଷ୍ଟ୍ରାଲ୍ ଜେନେରାଲ ଓ ଜନସଂଖ୍ୟା କମିଶନର ତଥା ୧୯୮୮ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ତାଙ୍କୁ ନିର୍ତବାଚନ ଆୟୁକ୍ତ ପଦବୀ ଲାଗି ନୁଯୁକ୍ତ କରିଛନ୍ତି। ବିରୋଧି ଦଳ ନେତା ରାହୁଲ ଗାନ୍ଧି ଏହି ନିଯୁକ୍ତିକୁ ନେଇ ଅସହମତି ଜାହିର କରିଥିଲେ। ଶ୍ରୀ କୁମାର ୨୦୩୦ ଯାଏ କାର୍ଯ୍ୟ କରିବେ। ଏହି ସମୟରେ ୨୦୨୯ ସାଧାରଣ ନିର୍ବାଚନ, ସୀମା ପୁନଃ ନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି।
ଶ୍ରୀ କୁମାର ପୂର୍ବତନ କମିଶନର ରାଜୀବ କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ପୂର୍ବରୁ ରାଜୀବ କୁମାରଙ୍କ ନେତୃତ୍ୱରେ ଥିବା ତିନି ଜଣିଆ ପ୍ୟାନେଲର ସେ ସବୁଠାରୁ ବରିଷ୍ଠ ଅଧିକାରୀ ତଥା କମିଶନର ଭାବେ କାର୍ଯ୍ୟ କରୁଥିଲେ।
ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ମଧ୍ୟ ସମ୍ଭାବ୍ୟ ତାଲିକାରେ ଥିବା ଅନ୍ୟତମ ଆଇଏଏସ୍ ଅଧିକାରୀ ବିବେକ ଯୋଶୀଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେ ଶ୍ରୀ କୁମାରଙ୍କ ନେତୃତ୍ୱରେ ଭାରତର ନିର୍ବାଚନ ପରିଚାଳନା କରିବେ।
ଡିସେମ୍ବର ୨୦୨୩ ମସିହାରେ ପାରିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନ ବଳରେ ଏହା ହେଉଛି ପ୍ରଥମ ନିଯୁକ୍ତି। ୨୦୨୦ ମସିହାରେ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ତାଙ୍କର ସାଢ଼େ ୪ ବର୍ଷ ନିର୍ବାଚନ କାଳରେ ଶ୍ରୀ କୁମାର ଅନେକ ସଂସ୍କାର ଆଣିବାରେ ସମର୍ଥ ହୋଇଛନ୍ତି। ଏଥିରେ ଢଞ୍ଚାଗତ ପରିବର୍ତ୍ତନ ସହ ଟେକ୍ନୋଲୋଜି ବିକାଶ ଓ ପ୍ରଣୟନକୁ ଗୁରୁତ୍ୱ ଦିଆଯାଇଛି। ତାଙ୍କ ସମୟରେ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ସମେତ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି।
ALSO READ: https://purvapaksa.com/know-when-a-big-stampede-like-new-delhi-railway-station-happened-in-india/
ଲୋକମାନେ ଆଉ କେତେଦିନ ମରିବେ… ଦେଖନ୍ତୁ ଘଟିଥିବା ବଡ଼ ଧରଣର ଅଘଟଣର ଏହି ଆଶ୍ଚର୍ଯ୍ୟଜନକ ଚିତ୍ର