ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଓଡ଼ିଶାର ମହିଳାମାନେ କେତେ ସୁରକ୍ଷିତ ରହିଛନ୍ତି? ସେମାନଙ୍କ ଉପରେ ନିର୍ଯାତନା ବଢ଼ିଛି ନା କମିଛି। ଏ ସମ୍ପର୍କରେ ଅନେକଥର ପ୍ରଶ୍ନ ଉଠେ, ବିଭିନ୍ନ ସ୍ଥାନରେ। ଆଜି ଏମିତି ଏକ ପ୍ରଶ୍ନ ବିଧାନସଭାରେ ବି ଉଠିଛି।
ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଏହି ପ୍ରଶ୍ନକୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୨୦୨୪ ଜୁନ୍ ମାସଠୁ ନେଇ ଆଜି ଯାଏ କେତେ ମହିଳାଙ୍କୁ ନିର୍ଯାତନା ଦିଆଯାଇଛି। ପୁଣି ସେଥିରୁ କେତେ ମହିଳାଙ୍କୁ ଯୌନ ନିର୍ଯାତନା ଭୋଗିବାକୁ ପଡ଼ିଛି?
ଏହାର ଉତ୍ତରରେ ଗ୍ୟହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ୍ ୧ରୁ ଫେବୃୟାରୀ ୭ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ମହିଳାଙ୍କୁ ନିର୍ଯାତନାର ଅଭିଯୋଗ ହୋଇଛି। ସମୁଦାୟ ୧୫ଟି ଅଭିଯୋଗ ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ଦାଖଲ କରାଯାଇଛି। ଏଥିରୁ ୯ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି।
ଏହି ୧୫ଟି ମାମଲା ଭିତରୁ ୧୧ଟିରେ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ୪ଟିରେ ତାଙ୍କୁ ଶାରିରୀକଭାବେ ନିର୍ଯାତନା ଦିଆଯାଇଛି।
ଏହି ମାମଲାଭିତରେ ସବୁଠାରୁ ଅଧିକ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲାରେ। ଭଞ୍ଜନଗର ସବ୍ଡିଭିଜନ୍ ହସ୍ପିଟାଲରେ ସବୁଠାରୁ ଅଧିକ ୬ ଜଣ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ଏଥିରୁ ୫ଟିରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଢେଙ୍କାନାଳରେ ୧, ଯାଜପୁରରେ ୧, ପୁରୀରେ ୧ ଏବଂ କଟକର ଏସି୍ସିବି ମେଡିକାଲ୍ କଲେଜରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେହିପରି ବ୍ରହ୍ମପୁର କ୍ୟାଟ୍ସ ଆୟୁରବେଦିକ କଲେଜରେ ୨ଜଣ, ବଲାଙ୍ଗୀରରେ ୨ ଜଣ, ଢେଙ୍କାନାଳରେ ଜଣେ ମହିଳାଙ୍କୁ ଶାରିରୀକ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।
ନିକଟରେ କୋଲକତାର ଆର୍ଜି ହସ୍ପିଟାଲରେ ହୋଇଥିବା ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗ ସାରାଦେଶରେ ବିଜୁଳି ଭଳି ଚର୍ଚ୍ଚାର ବିଷୟ ପାଲଟିଥିଲା। ହସ୍ପିଟାଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ହୋଇଥିଲା। ଏହି ମାମଲାଗୁଡ଼ିକ ଭିତରୁ କେତୋଟିରେ ହସ୍ପିଟାଲ୍ର କର୍ମଚାରୀ ବା ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।
Also readhttps://purvapaksa.com/budget-box-color-changed/
