ମୋ ବସ କଥା ଶୁଣିଲେ ରାସ୍ତାରେ ଚାଲିବାକୁ ଡ଼ର ଲଗୁଛି । କାରଣ କେତେବେଳେ କେଉଁ ସମୟରେ ମୋ ବସ କାହା ଉପରେ ଚଢିଯିବ କିଏ କହିବ । କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍ ପାଇଁ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ।
୩ମାସରେ ୬୯ଟି ଦୁର୍ଘଟଣା ଘଟାଇଲାଣି ମୋ ବସ୍। ୨୮ଟି ଗୁରୁତର ଦୁର୍ଘଟଣା ସହ ଏକାଧିକ ଲୋକଙ୍କ ଜୀବନ ଗଲାଣି ଚକା ତଳେ। ବାରମ୍ବାର ମୋ-ବସ୍ ମୃତ୍ୟୁର ଦୂତ ସାଜିବାପରେ ଏବେ ଚିନ୍ତାରେ କ୍ରୁଟ୍। କେମିତି ଗାଡି ଚଳାଇଲେ ହେବନି ଦୁର୍ଘଟଣା, ମୋ-ବସ୍ ଡ୍ରାଇଭରଙ୍କୁ ବିଭାଗ ଓ କମିଶନରେଟ୍ ପୋଲିସ ତରଫରୁ ଦିଆଯାଇଛି ଟ୍ରେନିଂ। କିନ୍ତୁ କିଛି କାମରେ ଲାଗିପାରୁନି ଏହି ଟ୍ରେନିଂ
ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ ୩ ମାସରେ ୬୯ଟି ଦୁର୍ଘଟଣା ଘଟାଇଛି ମୋ ବସ୍। ଯେଉଁଥିରେ ୨୮ଟି ଗୁରୁତର ଦୁର୍ଘଟଣା ଥିବାବେଳେ ଚକାତଳେ ଜୀବନ ଯାଇଛି ଏକାଧିକ। ଏନେଇ CRUT ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସମସ୍ତ ଡ୍ରାଇଭରଙ୍କ ଚେକିଂ ସହ ୧୦ ହଜାର ଟେଷ୍ଟିଂ ସରିଛି। ସ୍ପିଡ୍ ଲିମିଟ୍ ରଖାଯିବା ସହ ଦୁର୍ଘଟଣା ଘଟିବା ପରେ ଆକ୍ସିଡେଣ୍ଟ କମିଟି ଗଠନ କରାଯାଇଛି।
ଯେଉଁଥିରେ ୧୭ ଜଣଙ୍କୁ ଚାକିରୀରୁ ବାହାର କରାଯାଇଛି। ତେଣେ ଦୁର୍ଘଟଣା ମୁକ୍ତ ମୋ-ବସ୍ ସେବା ପାଇଁ ବିଭାଗ ପକ୍ଷରୁ ଡ୍ରାଇଭରଙ୍କୁ ତାଲିମ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। CRUT ପକ୍ଷରୁ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ଭଳି ୬ଟି ସହରରେ ଚାଲିଛି ମୋ ବସ ସେବା।
୫୨୦ଟି ବସ ପାଇଁ ଅଛନ୍ତି ୨ ହଜାରରୁ ଉର୍ଦ୍ଧ କର୍ମଚାରୀ। ପ୍ରତିଦିନ ଯାତାୟତ କରୁଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ। ତେଣେ ମୋ ବସ୍ ଚଳାଇବା ସମୟରେ ଡ୍ରାଇଭରଙ୍କ ଅବସ୍ଥା, ଗାଡିର ସ୍ଥିତି ସହ କିଭଳି ଦୁର୍ଘଟଣାମୁକ୍ତ ବସ୍ ସେବା ଲୋକଙ୍କୁ ମିଳିବ,ସେନେଇ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।
Also read https://purvapaksa.com/ayushman-bharat-yojana-to-be-implemented-in-the-state-soon-minister/
ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା :ସ୍ଵ ସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ


