ସାରା ବିଶ୍ଵରେ ବଢ଼ି ବଢ଼ି ଚାଲିଛି ସୁନା ଦର । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ଦୀପାବଳି ସୁଦ୍ଧା ଲକ୍ଷେ ଛୁଇପାରେ ସୁନା । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି । ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୦୬୦ ଟଙ୍କା ଛୁଇଁଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୩୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ଛୁଇଁଛି ।
ସେହିପରି ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୬୦୦ ଟଙ୍କା ଓ ୮୭,୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୭୫୦ ଟଙ୍କା ଓ ୮୮, ୦୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୬୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୯୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୬୦୦ ଟଙ୍କା ଓ ୮୭,୯୩୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୯, ୫୦୦ ଟଙ୍କା ହୋଇଛି ।
Also read https://purvapaksa.com/expands-enclosure-for-tigress-zeenat/