ରାଜନୀତିରେ ସବୁକିଛି ସମ୍ଭବ । ରାଜନୀତିରେ ଆମ୍ ଆଦାମୀ ହିଁ ଅସଲ ତାକତ । ତାରଖୁଣ୍ଟିରେ ଚଢ଼ି ଯେଉଁମାନେ ୧୦ ବର୍ଷ ତଳେ ରାଜନୀତି ଆରମ୍ଭ କରିଥିଲେ,ତାର ଖୁଣ୍ଟିର ରାଜନୀତି ପାଇଁ ଆମ୍ ଆଦମୀ ଯେଉଁମାନଙ୍କୁ ଦିଲ୍ଲୀ ଗାଦି ସମର୍ପଣ କରିଥିଲା,ସେହି ଆମ୍ ଆଦମୀ ଏଥର ନେତାଙ୍କୁ ତାରଖୁଣ୍ଟିରୁ ଓହ୍ଲାଇ ସଡ଼କରେ କଚାଡ଼ି ଦେଇଛନ୍ତି । କଟ୍ଟର ଇମାନଦାରର ଟାଗ୍ ଏଥର ଆମ୍ ଆଦମୀଙ୍କ ମସିହାଙ୍କୁ ଜନ ଆକ୍ରୋଶରୁ ବଂଚାଇ ପାରିନାହିଁ । ସିଧା କହିଲେ ଆମ୍ ଆଦାମୀଙ୍କ ଭୋଟ ମାଡ଼ରେ ଦିଲ୍ଲୀରୁ ଆପ୍ ‘ସାଫ୍’ ହୋଇ ଯାଇଛି । ଆପର ଏହି ଦୁର୍ଗତି ପଛରେ ଏହାର ନେତାଙ୍କ ଯେତିକି ଯୋଗଦାନ ଅଛି ତା’ଠାରୁ ଅଧିକ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ ଉପରେ ଫ୍ରଣ୍ଟାଲ ଆକ୍ରମଣର ରହିଛି ।
‘ଆପ୍-ଦା’ର ଲୋକମାନେ…ତୁମ ଚିକିତ୍ସା, ତୁମ ହସ୍ପିଟାଲ, ଏପରିକି ତୁମର ଔଷଧରେ ମଧ୍ୟ ଠକେଇ କରୁଛନ୍ତି’ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏହି ବକ୍ତବ୍ୟକୁ ଆପଣ ମନେ ରଖିଥିବେ ନିଶ୍ଚୟ। ଯେଉଁ ଦଳ ‘ଆମ ଆଦମୀ ପାର୍ଟି’ ବା ଆପ୍ ନାମରେ ସାଧାରଣ ଲୋକଙ୍କ ସହିତ ନିଜକୁ ଯୋଡିବାକୁ ଚେଷ୍ଟା କରିଥିଲା,ସେଦିଦଳକୁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଶବ୍ଦ ବ୍ୟବହାର କରି ଏହା ‘ଆପଦ’ ବା ‘ବିପର୍ଯ୍ୟୟ’ ବୋଲି ଭୋଟରଙ୍କ ମନରେ ପ୍ରବେଶ କରାଇବାରେ ସଫଳ ହୋଇଥିଲେ ।
‘ଆପଦା’, ‘ଶୀଶମହଲ’ ଏବଂ ‘କଟ୍ଟର ବେଇମାନ’ ଭଳି ଶବ୍ଦ ତୀର ମାରି ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜରିୱାଲଙ୍କ ଦଳ ଉପରେ କରିଥିବା ଆକ୍ରମଣର ପରିଣାମ ଏତେ ଭୟାବହ ହେବ ବୋଲି କେହି ମଧ୍ୟ କଳ୍ପନା କରିନଥିଲେ । ଦେଶର ଦିଲ୍ ଦିଲ୍ଲୀରେ ବିଜୟ ସହିତ ବିଜେପିର ଦିଲ୍ଲୀ ବନବାସ ସରିବାକୁ ଯାଉଛି । ୧୯୯୩ ପରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି । ପ୍ରଥମେ କଂଗ୍ରେସ ଏବଂ ତା’ପରେ ଆମ ଆଦମୀ ପାର୍ଟିର ‘ଶାସନ’ ସମାପ୍ତ କରିବାକୁ ଭାରତୀୟ ଜନତା ପାର୍ଟିକୁ ୩୨ ବର୍ଷର ଦୀର୍ଘ ସମୟ ଲାଗିଗଲା। ଏଥର ବିଜେପି ଆମ ଆଦମୀ ପାର୍ଟିର ‘ମାୟାଜାଲ’ ଛିନ୍ନଭିନ୍ନ କରିବାକୁ କୌଣସି କସରତ ଛାଡ଼ି ନାହିଁ।
ମୋଦିଙ୍କ ‘ଆପ୍-ଦା’ ଆପକୁ ବୁଡ଼ାଇଲା
ଦିଲ୍ଲୀରେ ପ୍ରଚାର ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଆମ ଆଦମୀ ପାର୍ଟି ଉପରେ ଆକ୍ରମଣ କରିବାରେ କୌଣସି କସରତ ଛାଡ଼ି ନଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆମ ଆଦମୀ ପାର୍ଟି ଅର୍ଥାତ୍ ଆପର ଅର୍ଥ ବଦଳାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ବାରମ୍ବାର କହିଛନ୍ତି ଯେ ଦିଲ୍ଲୀ ‘ଆପ-ଦା’ କବଜାରେ ଅଛି।
ଗତ ସପ୍ତାହରେ, ସଙ୍ଗମ ବିହାରରେ ଏକ ରାଲି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଆପ୍-ଦା’ ଦଳର ମୁଖା ଏବେ ହଟି ଯାଇଛି।’ ସେ ଏହା ମଧ୍ୟ କହିଥିଲେ ଯେ ‘ଆପଦା’ର ନେତାମାନେ ଆପଣଙ୍କ ଚିକିତ୍ସା, ଆପଣଙ୍କ ହସ୍ପିଟାଲ ଏବଂ ଆପଣଙ୍କ ଔଷଧରେ ମଧ୍ୟ ଘୋଟାଲ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଆମ ଆଦମୀ ପାର୍ଟିକୁ ଏହି ନାମରେ ଡାକିଥିଲେ।
Also read https://purvapaksa.com/sc-rejects-plea-for-fresh-neet-pg-counselling/