କିଛି ଦିନ ହେଲା ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା । ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ ହେବାରେ ଲାଗିଥିଲା । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ଵ।ଭାବିକ ରହୁଛି ।
ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭବ ହେଉଛି । ଆଜି ଗଞ୍ଜାମ ଗଜପତି, ନୟାଗଡ଼,ପୁରୀରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି । ୧୧ ତାରିଖ ପରେ ବଢିପାରେ ତାପମାତ୍ରା ବୋଲି ଆକଳନ କରାଯାଇଛି ।
ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଏଥିସହ ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି । ପରିଣାମ ସ୍ବରୂପ ଓଡ଼ିଶାର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ତଳ ମୁହାଁ ହୋଇଛି ।
ପୁରୀରେ ପହଞ୍ଚିଲେ ଭାରତୀୟ କ୍ରିକେଟର, ମ୍ୟାଚ୍ ପୂର୍ବରୁ କଲେ ଜଗା ଦର୍ଶନ