Sheikh Mujib Rahman: ଖବରକାଗଜ ‘ପ୍ରୋଥମ୍ ଆଲୋ’ର ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଢାକାର ଧାନମଣ୍ଡି-୩୨ସ୍ଥିତ ଶେଖ୍ ମୁଜିବୁର୍ ରେହମାନ ମେମୋରିଆଲ ମ୍ୟୁଜିୟମ୍ ନିକଟରେ ବିପ୍ଳବୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ବେଳେ ବିକ୍ଷୋଭକାରୀମାନେ ପ୍ରବେଶ ପଥ ଅତିକ୍ରମ କରି ବିଲ୍ଡିଂ ପରିସରରେ ପ୍ରବେଶ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏହି ଅଞ୍ଚଳରେ ଏକଛତ୍ରବାଦ, ଫାସିବାଦ ଓ ଆୱାମୀ ଲିଗ୍ ବିରୋଧରେ ସ୍ଲୋଗାନ ଦେଉଥିଲେ।
ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେନା ଘଟଣାସ୍ଥଳରେ ପହଞ୍ଚି ଘର ସମ୍ମୁଖରେ ମୁତୟନ ହୋଇଛନ୍ତି।
ଦୀର୍ଘ ଦିନ ଧରି ମୁଜିବୁର ପରିବାର ସହ ଜଡ଼ିତ ଏହି ଘର ଏକଛତ୍ରବାଦ ଓ ଫାସିବାଦର ପ୍ରତୀକ ବୋଲି ବିକ୍ଷୋଭକାରୀମାନେ ଘୋଷଣା କରିଥିଲେ। ସେମାନେ ଦେଶରେ “ମୁଜିବିଜମ୍” ଏବଂ ଫାସିବାଦର କୌଣସି ଚିହ୍ନକୁ ଲୋପ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଅପରାହ୍ନରେ ପ୍ରଥୋମ ଆଲୋ ରିପୋର୍ଟ କରିଥିଲେ ଯେ, ଇନ୍କିଲାବ ମଞ୍ଚର ଆବାହକ ତଥା ଜାତୀୟ ନାଗରିକ କମିଟିର ସଦସ୍ୟ ସରିଫ୍ ଓସମାନ ବିନ୍ ହାଦି ଧନମଣ୍ଡିରେ ଥିବା କୋଠା ଭଙ୍ଗାରୁଜା ନେଇ ଏକାଧିକ ଫେସବୁକ ପୋଷ୍ଟ କରିଥିଲେ। ପ୍ରଥମେ ରାତି ୯ଟାରେ ଆନ୍ଦୋଳନ ହେବାର ଥିଲା କିନ୍ତୁ ପରେ ରାତି ୮ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।
ନିର୍ଦ୍ଧାରିତ ସମୟ ପୂର୍ବରୁ କିଛି ବିକ୍ଷୋଭକାରୀ ଶାହାବାଗସ୍ଥିତ ଜାତୀୟ ସଂଗ୍ରହାଳୟରୁ ଧାନମଣ୍ଡି ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରେ ସେମାନେ ମୁଖ୍ୟ ପ୍ରବେଶ ପଥକୁ ବଳପୂର୍ବକ ଭାଙ୍ଗି ଐତିହାସିକ କୋଠାକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ।
ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନର ଆବାହକ ହସନତ ଅବଦୁଲ୍ଲା ଏକ ଫେସ୍ ବୁକ୍ ପୋଷ୍ଟରେ ଲେଖିଛନ୍ତି, ‘ଆଜି ରାତିରେ ବାଂଲାଦେଶ ଫାସିବାଦର ତୀର୍ଥସ୍ଥଳରୁ ମୁକ୍ତ ହେବ।
ଏହା ପ୍ରଥମ ଥର ନୁହେଁ ଯେ ଧାନମଣ୍ଡି-୩୨ ବାସଭବନକୁ ଟାର୍ଗେଟ କରାଯାଇଛି। ଅଗଷ୍ଟ ୫ ତାରିଖରେ ଆୱାମୀ ଲିଗ୍ ସରକାରକୁ ହଟାଇବା ପରେ ଅସନ୍ତୁଷ୍ଟ ବିକ୍ଷୋଭକାରୀମାନେ ସମାନ ଆକ୍ରମଣ କରି କୋଠା ଭଙ୍ଗାରୁଜା କରିବା ସହ ଏହାର କିଛି ଅଂଶରେ ନିଆଁ ଲଗାଇ ଦେଇଥିଲେ। ସେବେଠାରୁ ଏହି ଘର ଟି ପ୍ରାୟତଃ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଣାପଡିଛି ।
ALSO READ: https://purvapaksa.com/after-us-israel-halts-participation-in-un-human-rights-council/
ଆମେରିକା ପରେ ଜାତିସଂଘ ମାନବାଧିକାର ପରିଷଦରେ ଅଂଶଗ୍ରହଣ ବନ୍ଦ କଲା ଇସ୍ରାଏଲ