ନିକଟରେ ପ୍ରିୟଦର୍ଶନଙ୍କ ସହ ବହୁ ପ୍ରତୀକ୍ଷିତ ହେରା ଫେରି-୩ର ଆନୁଷ୍ଠାନିକ ନିଶ୍ଚିତତା ଚଳଚ୍ଚିତ୍ର ପ୍ରେମୀଙ୍କୁ ରୋମାଞ୍ଚିତ କରିଛି। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲ ଯଥାକ୍ରମେ ରାଜୁ, ଶ୍ୟାମ ଓ ବାବୁରାଓଙ୍କ ଚରିତ୍ରରେ ଅଭିନୟ କରିବାକୁ ପ୍ରଶଂସକମାନେ ଆଗ୍ରହୀ ଥିବା ବେଳେ ନିକଟରେ ଗୁଲସନ ଗ୍ରୋଭର ‘କବିରା’ ଭାବେ ଫ୍ରାଞ୍ଚାଇଜକୁ ଫେରିବାର ସଙ୍କେତ ଉତ୍ସାହକୁ ଦ୍ୱିଗୁଣିତ କରିଛି। ତେବେ ପ୍ରିୟଦର୍ଶନ ହେରା ଫେରି ଫ୍ରାଞ୍ଚାଇଜର ଓଜିକୁ ତୃତୀୟ କିସ୍ତିରେ ଆଣିବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ତବୁଙ୍କ ଏକ ପୋଷ୍ଟ ପରେ ସେ ଫ୍ରାଞ୍ଚାଇଜକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଅନୁରାଧା ଭୂମିକାରେ ହେରା ଫେରୀକୁ ଫେରୁଛନ୍ତି ତବୁ?
ତେବେ ଏହି ପୋଷ୍ଟ ପରେ ହେରା ଫେରି ଫ୍ରାଞ୍ଚାଇଜ୍ ର ଓଜିଙ୍କ ପୁନର୍ମିଳନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।ଉଲ୍ଲେଖଯୋଗ୍ୟ, ୨୦ମସିହାରେ ରିଲିଜ୍ ହୋଇଥିବା ହେରା ଫେରିରେ ଅନୁରାଧା ଶିବଶଙ୍କର ପାଣିକରଭୂମିକାରେ ଅଭିନୟ କରିଥିବା ତବୁ ଶ୍ୟାମ (ସୁନୀଲ)ଙ୍କ ପ୍ରେମିକା ମଧ୍ୟ ଥିଲେ। ତେବେ ଦ୍ୱିତୀୟ କିସ୍ତିରେ ରାଜୁ, ଶ୍ୟାମ ଓ ବାବୁରାଓଙ୍କ ପ୍ରସିଦ୍ଧ ତିନୋଟି ଚରିତ୍ରକୁ ବାଦ୍ ଦେଲେ ଆହୁରି ଅନେକ ଚରିତ୍ର ରଚନା କରାଯାଇଥିଲା। ଫିର ହେରା ଫେରିରେ ବିପାଶା ବାସୁ ଏବଂ ରିମି ସେନ୍ ନାୟିକା ଭୂମିକାରେ ଅଭିନୟ କରିଥିଲେ । ତେବେ ନିକଟରେ ଓଜିର ସମ୍ଭାବ୍ୟ ପୁନର୍ମିଳନ ନେଇ ତବୁ ଯେଉଁ ପୋଷ୍ଟ କରିଛନ୍ତି ତାହା ସମସ୍ତଙ୍କୁ ଆନନ୍ଦିତ କରିଛି। ତେବେ ପ୍ରଶଂସକମାନେ ହେରା ଫେରୀ-୩ର କଳାକାରଙ୍କ ବିଷୟରେ ଆନୁଷ୍ଠାନିକ ସୂଚନାକୁ ଅପେକ୍ଷା କରିବା ଦରକାର।
ହେରା ଫେରୀ ୩ କେବେ ଫ୍ଲୋରକୁ ଯାଉଛି? ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଷୟ, ସୁନୀଲ ଓ ପରେଶ ୨୦୨୫ ଡିସେମ୍ବରରେ ହେରା ଫେରୀ-୩ର ପ୍ରଥମ ସିଡ୍ୟୁଲ୍ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରିୟଦର୍ଶନ ବର୍ତ୍ତମାନ ଅକ୍ଷୟଙ୍କ ଭୂତ ବଙ୍ଗଳା ରେ ବ୍ୟସ୍ତ ଥିବା ବେଳେ ସେ ୨୦୨୫ ଜୁନ୍ ସୁଦ୍ଧା ଭିଏଫଏକ୍ସ ଏବଂ ପୋଷ୍ଟ ପ୍ରଡକ୍ସନ ପାଇଁ ଚଳଚ୍ଚିତ୍ରର ସମ୍ପାଦନା ଚୂଡ଼ାନ୍ତ କରିବାକୁ ଯୋଜନା କରିଛନ୍ତି। ଏହାପରେ ସେ ଫ୍ଲୋରକୁ ଯିବା ପୂର୍ବରୁ ହେରା ଫେରି-୩ର ସ୍କ୍ରିପ୍ଟକୁ ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
Also read https://purvapaksa.com/odisha-rs-1-50-crore-cash-seized-from-odisha-officer-during-vigilance-raid/
ଭିଜିଲାନ୍ସ ଚଢ଼ାଉ ବେଳେ ଜଣେ ଓଡ଼ିଶା ଅଧିକାରୀଙ୍କ ଠାରୁ ନଗଦ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ