Rahul Gandhi: ରାହୁଲ ଗାନ୍ଧି ଲୋକସଭାରେ କହିଛନ୍ତି ଯେ ଯୁବମାନଙ୍କ ରୋଜଗାରକୁ ନେଇ ସରକାର ଗମ୍ଭୀର ନୁହଁନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ବିଫଳ ହୋଇଛି ଏବଂ ଉତ୍ପାଦନ କ୍ଷେତ୍ରରେ ହ୍ରାସ ଘଟିଛି। ଡାଟା ଏବଂ ଏଆଇରେ ଚୀନଆମଠାରୁ ଆଗରେ ରହିଛି।
ରାହୁଲ ଗାନ୍ଧି ନିଜ ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ ପ୍ରସିଦ୍ଧ। ତାଙ୍କର ‘ପାଟିରୁ ଖସି ଯିବା’ ଅଭ୍ୟାସ ଦଳ ପାଇଁ ଅନେକ ସମୟରେ କାଳ ସାବ୍ୟସ୍ତ ହୋଇଛି। ସୋମବାର ମଧ୍ୟ ରାହୁଲଙ୍କ ପାଟିରୁ କିଛି ଖସିଛି। ଯାହାକୁ ନେଇ ସୋସିଆଲ ମିଡିଆଠାରୁ ରାଜନୈତିକ ଗଳିରେ ଚର୍ଚ୍ଚା ଚାଲିଛି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ନିଯୁକ୍ତି ପ୍ରସଙ୍ଗରେ ସରକାର ଗମ୍ଭୀର ନୁହଁନ୍ତି। ଏତିକି ଯାଏ କଥା ଠିକ୍ ଥିଲା। କିନ୍ତୁ ରାହୁଲ ତାଙ୍କ ଭାଷଣରେ ମୋଦୀ ସରକାର ଓ ୟୁପିଏ ସରକାରକୁ ଗୋଟିଏ ସ୍ଥାନରେ ରଖି ଏହା କହିଛନ୍ତ । ସେ କହିଛନ୍ତି ଯେ ନିଯୁକ୍ତି ପ୍ରସଙ୍ଗରେ ନା ମୋଦୀ ସରକାର ନା ପୂର୍ବବର୍ତ୍ତି ୟୁପିଏ ସରକାର କେହି ମଧ୍ୟ ଗମ୍ଭୀର ନାହାନ୍ତି।
ରାହୁଲ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରିବାକୁ ଯାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନା ଭଲ ଥିଲା କିନ୍ତୁ ସତ୍ୟ ହେଉଛି ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି। ନିଯୁକ୍ତି ପ୍ରସଙ୍ଗରେ ଏହି ସରକାରଙ୍କ ଯୋଜନା ସ୍ପଷ୍ଟ ନୁହେଁ। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ନୂତନତା ନାହିଁ।
ସେ କହିଛନ୍ତି ଯେ ଦେଶରେ ଉତ୍ପାଦନ କ୍ଷେତ୍ରରେ ହ୍ରାସ ଘଟିଛି। ସେ ମୋବାଇଲର ଉଦାହରଣ ଦେଇ କହିଛନ୍ତି ଯେ, ଭାରତରେ ମୋବାଇଲ୍ ଫୋନ୍ ତିଆରି ହେଉନାହିଁ। ଏଠାରେ ମୋବାଇଲଗୁଡ଼ିକୁ କେବଳ ଯୋଡ଼ା ଯାଉଛି। ମୋବାଇଲର ପ୍ରତ୍ୟେକ ଅଂଶ ଚୀନ୍ରୁ ଆସିଥାଏ ଏବଂ ଏଠାରେ କେବଳ ଯୋଡ଼ା ହୋଇଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। କିନ୍ତୁ ଆମେ ସେଥିପ୍ରତି ଧ୍ୟାନ ଦେଉନାହୁଁ।
ସେ କମ୍ପ୍ୟୁଟରର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ଯେତେବେଳେ ଦେଶରେ କମ୍ପ୍ୟୁଟର ପ୍ରଚଳନ ଆରମ୍ଭ ହୋଇଥିଲା, ଅନେକ ଲୋକ ଏହାକୁ ବିରୋଧ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହାକୁ ବିରୋଧ କରିଥିଲେ। ଦେଶକୁ କମ୍ପ୍ୟୁଟରର ଆବଶ୍ୟକତା ନାହିଁ ବୋଲି ସେତେବେଳେ କୁହାଯାଇଥିଲା। କମ୍ପ୍ୟୁଟର ବିପ୍ଳବ କଂଗ୍ରେସର ଉପହାର। ରାହୁଲ ଗାନ୍ଧୀ କହିଥିଲେ ଯେ ଆଜି ଏଆଇ ଡାଟାର ସମୟ। କିନ୍ତୁ ଆମେ ଏହି ଦିଗରେ ଆଗକୁ ବଢ଼ୁନାହୁଁ। ଆଜି ତଥ୍ୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମର ନିଜସ୍ୱ ତଥ୍ୟ ନାହିଁ। ଆମର ତଥ୍ୟ ଆମେରିକୀୟ କମ୍ପାନୀଗୁଡ଼ିକ ପାଖରେ ଅଛି। ଯଦି ଭାରତ ଏଆଇ ଆଡ଼କୁ ଯିବା ବିଷୟରେ କଥା ହୁଏ, ତେବେ ଏହାର ତଥ୍ୟ କେଉଁଠାରେ ଅଛି? ଏହି ମାମଲାରେ ଚୀନ୍ ଆମଠାରୁ ବହୁତ ଆଗରେ। ଗତ ୧୦ ବର୍ଷ ଧରି ଚୀନ୍ ବୈଦ୍ୟୁତିକ ଯାନବାହନ ଏବଂ ଡାଟା କ୍ଷେତ୍ରରେ ବହୁତ କାମ କରୁଛି ବୋଲି ରାହୁଲ କହିଥିଲେ।
ନିମନ୍ତ୍ରଣ ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକା ପଠାଇଥିଲେ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବାକୁ ଚାହୁଁଥିଲେ। ତାଙ୍କୁ ଯେପରି ନିମନ୍ତ୍ରଣ ମିଳେ, ତାହା ସୁନିଶ୍ଚିତ କରିବାକୁ ବୈଦେଶିକ ମନ୍ତ୍ରୀ ଜୟ ଶଙ୍କର ଆମେରିକା ଯାଇଥିଲେ ବୋଲି ରାହୁଲ ସଂସଦରେ କହିଛନ୍ତି।
Also readhttps://purvapaksa.com/india-out-from-forbes-list-of-10-most-powerful-countries-why/
ଭାରତକୁ ଝଟ୍କା : ଫୋର୍ବସର ଶକ୍ତିଶାଳୀ ୧୦ ରାଷ୍ଟ୍ର ତାଲିକାରୁ ଭାରତ ପଡ଼ିଲା ବାଦ୍
