ତୃଣମୂଳ ସ୍ତରରେ ଲୋକଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ସମ୍ ହେଲ୍ଥ କେୟାର ସର୍ଭିସେସ ର ପ୍ରସ୍ତାବକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି।
୧୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ସହରରେ ପ୍ରାଥମିକ, ମାଧ୍ୟମିକ, ଟ୍ରମା, ଜରୁରୀକାଳୀନ, ଡାଇଗ୍ନୋଷ୍ଟିକ୍, ଜେରିଆଟ୍ରିକ୍ କେୟାର ଏବଂ ଫିଜିଓଥେରାପି ସୁବିଧା ସହିତ ଫାର୍ମାସି ସୁବିଧା ଯୋଗା ଦିଆଯିବ ବୋଲି ସମ୍ ହେଲ୍ଥକେୟାର ସର୍ଭିସେସ୍ର ପ୍ରୋଜେକ୍ଟ ମ୍ୟାନେଜର ଅନୁରାଗ ନାୟକ ଗୁରୁବାର କହିଛନ୍ତି।
ଏହି ପୁଞ୍ଜିନିବେଶ ଦ୍ୱାରା ୯୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପ୍ରାୟ ୬୦୦୦ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଏକ ବିବୃତିରେ କହିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-କମ-ସଚିବ ଏସ୍.ଅଶ୍ୱତୀଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ଘୋଷଣା କରାଯାଇଛି।
Also read https://purvapaksa.com/kalinga-hospital-opens-new-emergency-trauma-care-centre-in-bhubaneswar/
ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଖୋଲିଲା ନୂଆ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର