Stampede: ମହାକୁମ୍ଭ ମେଳା ୨୦୨୫ ରେ ମୌନି ଅମାବାସ୍ୟାରେ ପ୍ରୟାଗରାଜର ସଙ୍ଗମ ଘାଟରେ ଏକ ଦୁଃଖଦ ଦଳାଚକଟା ଘଟିଛି, ଯେଉଁଥିରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।
- ପ୍ରୟାଗରାଜରେ ମହାକୁମ୍ଭରେ ୧୦ ମୃତ
- ବ୍ୟାରିୟର ଭୁଶୁଡ଼ିବାରୁ ବିଶୃଙ୍ଖଳା ସୃଷ୍ଟି ହେଲା, ଶତାଧିକ ଆହତ
- କୁମ୍ଭମେଳାରେ ମାରାତ୍ମକ ଦଳାଚକଟାର ଇତିହାସ ରହିଛି; ୧୯୫୪ରେ ୮୦୦ ମୃତ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମହାକୁମ୍ବରେ ବୁଧବାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମୌନି ଅମାବାସ୍ୟାରେ ସ୍ନାନ କରିବାକୁ ଆସିଥିବାବେଳେ ସେଠାରେ ଦଳାଚକଟା ହେବାରୁ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ଏକ ବ୍ୟାରିୟର ଭୁଶୁଡ଼ି ପଡ଼ିବା ପରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଏହି ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବାବେଳେ ଅନେକ ଲୋକ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶଭାବେ ପରିଗଣିତ କୁମ୍ଭ ମେଳାରେ ଅତୀତରେ ମଧ୍ୟ ଏକାଧିକ ଦଙ୍ଗା ଦେଖିବାକୁ ମିଳିଥିଲା।
କୁମ୍ଭମେଳାରେ ଦଳାଚକଟା ଘଟଣା
୧୯୫୪: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆୟୋଜିତ କୁମ୍ଭମେଳା ୧୯୫୪ର କୁମ୍ଭମେଳା ଭାରତ ପାଇଁ ଏକ ଐତିହାସିକ ଘଟଣା ଥିଲା, କିନ୍ତୁ ଏହା ଏକ ଦୁଃଖଦ ଘଟଣା ଭାବରେ ମଧ୍ୟ ସ୍ମରଣୀୟ। ୩ ଫେବୃଆରୀ ୧୯୫୪ରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ର କୁମ୍ଭମେଳାରେ ମୌନି ଅମାବାସ୍ୟା ପବିତ୍ର ଅବସରରେ ପବିତ୍ର ସ୍ନାନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପାଖାପାଖି ୮୦୦ ଲୋକ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ।
୧୯୮୬: ହରିଦ୍ୱାରର କୁମ୍ଭ ମେଳାରେ ଏକ ଦୁଃଖଦ ଦଳାଚକଟା ହୋଇଥିଲା ଯେଉଁଥିରେ ଅତି କମରେ ୨୦୦ ଲୋକ ପ୍ରାଣ ହରାଇଥିଲେ। ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହ ବିଭିନ୍ନ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ସହ ହରିଦ୍ୱାରରେ ପହଞ୍ଚିବା ପରେ ଏହି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସୁରକ୍ଷା କର୍ମୀମାନେ ସାଧାରଣ ଲୋକଙ୍କୁ ନଦୀ କୂଳକୁ ପ୍ରବେଶ କରିବାକୁ ବାରଣ କରିବାରୁ ଭିଡ଼ ଅଶାନ୍ତ ହେବା ସହ ଅନିୟନ୍ତ୍ରିତ ହୋଇପଡ଼ିଥିଲା, ଯାହା ଫଳରେ ଭୟଙ୍କର ଦଳାଚକଟା ସୃଷ୍ଟି ହୋଇଥିଲା।
୨୦୦୩: ୨୦୦୩ମସିହାରେ ମହାରାଷ୍ଟ୍ରର ନାସିକରେ କୁମ୍ଭମେଳା ସମୟରେ ପବିତ୍ର ସ୍ନାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଗୋଦାବରୀ ନଦୀରେ ଏକାଠି ହୋଇଥିବାବେଳେ ଦଳାଚକଟାରେ ବହୁଲୋକ ପ୍ରାଣ ହରାଇଥିଲେ। ଏଥିରେ ମହିଳାଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।
୨୦୧୩: ଫେବ୍ରୁଆରି ୧୦ରେ କୁମ୍ଭମେଳା ସମୟରେ ଆହ୍ଲାବାଦ ରେଳ ଷ୍ଟେସନରେ ଏକ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୫ ଜଣ ଆହତ ହୋଇଥିଲେ।
୨୦୨୫: ମହାକୁମ୍ଭର ନଦୀକୂଳର ୧୨ କିଲୋମିଟର ଲମ୍ବା ରେଞ୍ଜରେ ସୃଷ୍ଟି ହୋଇଥିବା ସଙ୍ଗମ ଏବଂ ଅନ୍ୟାନ୍ୟ ଘାଟରେ ପ୍ରବଳ ଜନସମାଗମ ମଧ୍ୟରେ ବୁଧବାର ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି।
ଦୀର୍ଘ ୧୨ ବର୍ଷ ପରେ ଆୟୋଜିତ ମହାକୁମ୍ଭ ଜାନୁଆରି ୧୩ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।
