Which countries and companies have dominance in technology entertainment and pharmaceutical industry: ଆଜି ଆମେ ଏପରି ଏକ ଯୁଗରେ ରହୁଛୁ ଯେଉଁଠି ଟେକ୍ନୋଲୋଜିଠାରୁ ଆରମ୍ଭ କରି ଔଷଧ, ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କିଛି ବଡ଼ କମ୍ପାନୀ ର ଆଧିପତ୍ୟ ରହିଛି । ସେମାନେ କେବଳ ଆମର ଆବଶ୍ୟକତାକୁ ନିର୍ଦ୍ଧାରଣ କରନ୍ତି ନାହିଁ ବରଂ ଆମର ନିଷ୍ପତ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏହି ଧାରାକୁ ‘ଟେକ୍ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ’ ବୋଲି କହିଛନ୍ତି। ଆସନ୍ତୁ ଜାଣିବା କେଉଁ ବଛାବଛା ଦେଶର କଂପାନି ଗୁଡ଼ିକ ବିଶ୍ୱକୁ ନିଜ ଅକ୍ତିଆରକୁ ନେଇଛନ୍ତି।
ଥରେ ଭାବନ୍ତୁ ,ଆପଣ ଯାହା ଖାଉଛନ୍ତି, ପିନ୍ଧୁଛନ୍ତି, ଦେଖୁଛନ୍ତି, ଶୁଣୁଛନ୍ତି କିମ୍ବା ବ୍ୟବହାର କରୁଛନ୍ତି,ତାହା କଣ ପ୍ରକୃତରେ ଆପଣଙ୍କ ପସନ୍ଦ ? ନା ହାତଗଣତି କିଛି କମ୍ପାନି ଆପଣ କଣ ପିନ୍ଧିବେ,କ’ଣ ଖାଇବେ ତାକୁ ନିର୍ଧାରିତ କରୁଛନ୍ତି ? ବୈଷୟିକ ଜ୍ଞାନକୌଶଳଠାରୁ ଆରମ୍ଭ କରି ଔଷଧ, ଅସ୍ତ୍ରଶସ୍ତ୍ର ଓ ମନୋରଞ୍ଜନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏବେ କିଛି ବଡ଼ ବଡ଼ କମ୍ପାନିର ଆଧିପତ୍ୟ ରହିଛି। କହିବାକୁ ଗଲେ ସେମାନଙ୍କ ଇଶାରରେ ପୁରା ଦୁନିଆ ନାଚୁଛି ଓ ଚାଲୁଛି।
କିଛି କମ୍ପାନୀଙ୍କ ଏଭଳି ଆଧିପତ୍ୟ କେବଳ ଆମର ଆବଶ୍ୟକତାକୁ ନିର୍ଦ୍ଧାରଣ କରୁ ନାହିଁ, ବରଂ ଆମର ନିଷ୍ପତ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଛି । ଆସନ୍ତୁ ଜାଣିବା ସେମାନଙ୍କର ଏକଛତ୍ରବାଦ ନୀତି ଯୋଗୁ କେମିତି ଦୁନିଆ ସେମାନଙ୍କ ସର୍ତ୍ତରେ ଚାଲୁଛି,ଆଉ କେମିତି ହାତଗଣତି କେତୋଟି ଦେଶ ଓ ସେମାନଙ୍କ ମଲ୍ଟିନ୍ୟାସନାଲ ବ୍ରାଣ୍ଡ୍ ପୁରା ଦୁନିଆ ଉପରେ କରୁଛନ୍ତି ରାଜତ୍ୱ।
ଗ୍ଲୋବାଲ ଟେକ୍ ସେକ୍ଟର
ଗ୍ଲୋବାଲ ଟେକ୍ ସେକ୍ଟରର ଅର୍ଥ ହେଉଛି ସମଗ୍ର ବିଶ୍ୱରେ ଟେକ୍ନୋଲୋଜି ସମ୍ବନ୍ଧୀୟ ଶିଳ୍ପ। ସୂଚନା ପ୍ରଯୁକ୍ତି ବିଦ୍ୟା ବଜାରର ଆକାର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ବଜାରର ଆକାର ୫୬ ଟ୍ରିଲିୟନ ଡଲାର । ମାଇକ୍ରୋସଫ୍ଟ, ଗୁଗଲ, ଆମାଜନ, ଆପଲ, ମେଟା ଏହି ସେକ୍ଟରର ପ୍ରମୁଖ କମ୍ପାନୀ । ବୈଷୟିକ ଜ୍ଞାନକୌଶଳ କମ୍ପାନୀଆମ ଡାଟାକୁ ନିୟନ୍ତ୍ରଣ କରିଥାନ୍ତି । ସେମାନଙ୍କର ଆଲଗୋରିଦମ୍ ନିର୍ଦ୍ଧାରଣ କରେ ଯେ ଆମେ କେଉଁ ଖବର ପଢ଼ିବୁ, ଆମେ କ’ଣ କିଣିବୁ ଏବଂ କାହା ଉପରେ ବିଶ୍ୱାସ କରିବୁ । ଏବେ ଏହି 5 କମ୍ପାନୀ କେଉଁ ଦେଶର ତାହା ଯଦି ଆପଣ କହି ଦିଅନ୍ତି ସେଥିପାଇଁ ଆପଣଙ୍କୁ କୌଣସି ପୁରସ୍କାର ମିଳିବ ନାହିଁ। କାରଣ ସାଧାରଣ ଜ୍ଞାନ ରଖୁଥିବା ସମସ୍ତେ ଜାଣନ୍ତି ଏହି ୫ଟି କମ୍ପାନୀଙ୍କ ଜନ୍ମସ୍ଥାନ ହେଉଛି ଆମେରିକା। ଏହି ଭଳି କମ୍ପାନୀଙ୍କୁ ନେଇ ଆମେରିକା ପୁରା ଦୁନିଆକୁ ନିଜ ଆଙ୍ଗୁଠିରେ ନଚାଉଛି।
ଉଦାହରଣ ସ୍ୱରୂପ ମାଇକ୍ରୋସଫ୍ଟ ଓ ଗୁଗୁଲ ଭଳି କମ୍ପାନୀ ନିଜର କ୍ଲାଉଡ ସର୍ଭିସ ଏବଂ ଏଆଇ ଟେକ୍ନୋଲୋଜି ଦ୍ୱାରା ବିଶ୍ୱର କୋଣ ଅନୁକୋଣରେ ପହଂଚିଛନ୍ତି । ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ଭଳି ଦେଶରେ ଏହି କମ୍ପାନିଗୁଡ଼ିକ କେନ୍ଦ୍ରୀଭୂତ। ସାମସଙ୍ଗ, ଆପଲ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀ ଆମର ଡିଜିଟାଲ ଜୀବନକୁ ନିୟନ୍ତ୍ରିତ କରୁଛନ୍ତି କହିଲେ ଭୁଲ ହେବନାହିଁ।
ଗ୍ଲୋବାଲ ମିଲିଟାରୀ-ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ
ଏହି କ୍ଷେତ୍ରର ବଜାର ଆକାର ବାର୍ଷିକ ୨.୫ ଟ୍ରିଲିୟନ ଡଲାର । ଆମେରିକାର ଲକହିଡ୍ ମାର୍ଟିନ୍, ରେଥିଓନ୍, ନର୍ଥରୋପ୍ ଗ୍ରୁମ୍ମ୍ୟାନ୍ ଭଳି କମ୍ପାନୀଙ୍କର ଏହି ସେକ୍ଟର ଉପରେ ଆଧିପତ୍ୟ ରହିଛି। ଏହି କମ୍ପାନିଗୁଡ଼ିକ ବିଭିନ୍ନ ଦେଶଙ୍କୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଥାନ୍ତି। ଯୁଦ୍ଧରୁ ଏମାନେ ଲାଭର ଫସଲ ଅମଳ କରନ୍ତି। ତେଣୁ ଶାନ୍ତି ଏହି କମ୍ପାନୀଙ୍କ ପାଇଁ ଅଭିଶାପ। ଯୁଦ୍ଧ ଯେତେ ଲମ୍ବା ହେବ ଏହି ସବୁ କମ୍ପାନୀଙ୍କ ଆର୍ଥିକ ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଗତ ୨୫ବର୍ଷ ଧରି ପୃଥିବୀର ବିଭିନ୍ନ ଭାଗରେ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଆରମ୍ଭ ହେଉଛି। ତେଣିକି ତାହା ଋଷ-ୟୁକ୍ରେନ ଯୁଦ୍ଧ ହେଉ କି ସିରିଆ ଯୁଦ୍ଧ। ଯୁଦ୍ଧ ଯେତେ ଲମ୍ବା ହେବ ଏଭଳି କମ୍ପାନୀ ଅସ୍ତ୍ରଶସ୍ତ୍ର ବିକି ସେତେ ମାଲାମାଲ ହୋଇଥାନ୍ତି।
ଅସ୍ତ୍ରଶସ୍ତ୍ରର ଚାହିଦା ବଢ଼ୁଥିବାରୁ ଏହି କମ୍ପାନିଗୁଡ଼ିକ ବିଶ୍ୱ ରାଜନୀତିରେ ମଧ୍ୟ ପ୍ରଭାବ ପକାଉଛନ୍ତି। ଏହି କ୍ଷେତ୍ରରେ ଆମେରିକାର ଆଧିପତ୍ୟ ମଧ୍ୟ ରହିଛି। ରୁଷ୍ ଓ ଚୀନ୍ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମେରିକୀୟ କମ୍ପାନିମାନେ ଏବେ ବି ଆଗୁଆ ରହିଛନ୍ତି।
କଳା ଓ ମନୋରଞ୍ଜନ ଶିଳ୍ପ
କଳା ଏବଂ ମନୋରଞ୍ଜନ ଶିଳ୍ପ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଉ ଏହି କାରଣରୁ ପ୍ରତିବର୍ଷ ଏହି କ୍ଷେତ୍ରର ଆକାର ବଢିବାରେ ଲାଗିଛି । ଏହି ବଜାରର ଆକାର ପ୍ରତିବର୍ଷ ୨ ଟ୍ରିଲିୟନ ଡଲାର । ଡିଜନି, ନେଟଫ୍ଲିକ୍ସ, ୱାର୍ଣ୍ଣର ବ୍ରଦର୍ସ ଭଳି କିଛି ପ୍ରମୁଖ କମ୍ପାନୀ ଏହି କ୍ଷେତ୍ରରେ ଆଗରେ ରହିଛନ୍ତି। ଏହି କ୍ଷେତ୍ରରେ କାମ କରୁଥିବା ଆମେରିକୀୟ କମ୍ପାନୀ ମାନେ ୟୁରୋପର ଫିଲ୍ମ ଶିଳ୍ପକୁ ଧ୍ୱଂସ କରିଦେଇଥିଲେ। ସେମାନେ ଏବେ ସମାନ ଢଙ୍ଗରେ ଭାରତୀୟ ସିନେମା ଓ ମନୋରଂଜନ ବଜାରକୁ ପ୍ରବେଶ କରୁଛନ୍ତି।
ଏହି କମ୍ପାନିଗୁଡ଼ିକ ବିଶ୍ୱସ୍ତରୀୟ ମନୋରଞ୍ଜନକୁ ନିୟନ୍ତ୍ରଣ କରିଥାନ୍ତି। ଆମେରିକାର ଫିଲ୍ମ ଏବଂ ମିଡିଆ ବ୍ରାଣ୍ଡଗୁଡିକ ସେମାନଙ୍କ କାହାଣୀ ଏବଂ ବିଷୟବସ୍ତୁ ମାଧ୍ୟମରେ ସମଗ୍ର ବିଶ୍ୱରେ ଏକ ସାଂସ୍କୃତିକ ପ୍ରଭାବ ସୃଷ୍ଟି କରନ୍ତି। ସିନେମାଠାରୁ ଓଟିଟି ପ୍ଲାଟଫର୍ମ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଆମେରିକାର ସର୍ବାଧିକ ନିୟନ୍ତ୍ରଣ ରହିଛି। ଡଲାରର ପାହାଡ଼ ଉପରେ ବସିଥିବା ଆମେରିକୀୟ କମ୍ପାନୀଙ୍କୁ ଟକ୍କର ଦେବାକୁ ବିଶ୍ୱରେ ପ୍ରାୟତଃ ଖେଳାଳୀ ନାହାନ୍ତି।
ଗ୍ଲୋବାଲ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି
ନୂତନ ଔଷଧ ଏବଂ ଟିକା ବିକାଶ ମାଧ୍ୟମରେ ଔଷଧ ଶିଳ୍ପ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହି ଶିଳ୍ପରେ ଗବେଷଣା ଏବଂ ବିକାଶ (ଆରଆଣ୍ଡଡି) କ୍ଷେତ୍ରରେ ନିବେଶ କରାଯାଏ । କୋଭିଡ୍-୧୯ ପରେ ବିଶ୍ବରେ ଔଷଧ ଶିଳ୍ପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାର ବଜାର ଆକାର ବାର୍ଷିକ ୧.୫ ଟ୍ରିଲିୟନ ଡଲାର । ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ, ନୋଭାର୍ଟିସ୍, ବାୟର ପ୍ରମୁଖ ଖେଳାଳି। ଏହି କଂପାନିଗୁଡ଼ିକ ନୂଆ ନୂଆ ଔଷଧ ଓ ଟିକା ଉତ୍ପାଦନ କରୁଛନ୍ତି।
ବିଶ୍ୱ ଔଷଧ ଶିଳ୍ପରେ ଆମେରିକା ଓ ୟୁରୋପର ବଜାର ଅଗ୍ରଣୀ । ଚାଇନା ମଧ୍ୟ ଏହି ଶିଳ୍ପର ଏକ ପ୍ରମୁଖ ଖେଳାଳି । ବ୍ରାଜିଲ ଭଳି ଉଦୀୟମାନ ବଜାରରେ ମଧ୍ୟ ଔଷଧ ବଜାର ବୃଦ୍ଧି ପାଉଛି। ଔଷଧ ଶିଳ୍ପରେ ନିୟାମକ ଏଜେନ୍ସିଗୁଡିକ ଔଷଧ ବିକାଶ ସମ୍ବନ୍ଧୀୟ ଆଇନଗତ ନିୟମପାଳନ ସୁନିଶ୍ଚିତ କରନ୍ତି ।
୧୦ ବନ୍ଦେ ଭାରତ ସ୍ଲିପର, ୧୦୦ ଅମୃତ ଭାରତ ଏକ୍ସପ୍ରେସ; ଚଳିତ ବଜେଟରେ ରେଳବାଇ ପାଇଁ କ’ଣ ଘୋଷଣା ହୋଇପାରେ?
