ଓଡ଼ିଶା ସରକାର ଚଳିତ ମାସରୁ ରାଜ୍ୟର ପ୍ରତ୍ୟେକ ପଦ୍ମ ପୁରସ୍କାର ପ୍ରାପ୍ତବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି।
ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ପୂର୍ବ ଘୋଷଣାରେ ଏହି ଯୋଜନା ରଖାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞପ୍ତି ରୁ ରାଜ୍ୟରୁ ପ୍ରାୟ ୫୫ ଜଣ ଜୀବନ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ସମାଜ ପ୍ରତି ଏହି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସମର୍ଥନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । ବର୍ଦ୍ଧିତ ମାନଦଣ୍ଡ ଯୋଗୁଁ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ପାଖାପାଖି ୨ କୋଟି ଟଙ୍କା ଖର୍ଚ ହେବ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ମାସରେ ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ପୂର୍ବ ସରକାର ପ୍ରତିଶ୍ରୁତି ଦେଇଥିଲେ।
ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ସଂପୃକ୍ତ ଜିଲ୍ଲାର ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିବରଣୀ (ଜିଲ୍ଲାପାଳଙ୍କ ସାର୍ଟିଫିକେଟ୍, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଆଇଏଫଏସସି କୋଡ) ଯଥାଶୀଘ୍ର ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟକୁ ପଠାଇବାକୁ କୁହାଯାଇଛି, ଯାହାଦ୍ୱାରା ସମସ୍ତ ଜୀବିତ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ମାଧ୍ୟମରେ ସହାୟତା ରାଶି ପାଇପାରିବେ। ସୂତ୍ରରୁ ପ୍ରକାଶ।
Also read https://purvapaksa.com/buddhism-sends-a-message-of-peace-and-salvation/