French Fries: ପ୍ରତ୍ୟେକ ଭାରତୀୟ ପସନ୍ଦ ଆଳୁ। ଆଳୁ ବିନା ଖାଇବା ଥାଳି ଖାଲି ଖାଲି ଲାଗେ ।
ଆଳୁ ଖାଇବାକୁ ଛୋଟରୁ ବଡ଼ ସମସ୍ତେ ପସନ୍ଦ କରନ୍ତି । ସେଥିପାଇଁ ମା’ ମାନେ ସବୁବେଳେ ଆଳୁ ଦେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଇବା ତିଆରି କରିଥାନ୍ତି । ସେହିପରି ଆଳୁରେ ପ୍ରସ୍ତୁତ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବାକୁ ତ ଛୋଟପିଲା ଯେମିତି ପାଗଳ । କିନ୍ତୁ ଫ୍ରେଞ୍ଚ୍ ଫ୍ରାଇସକୁ ଲଗାତାର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ଏହା ଆମେ ନୁହଁ ଆଜ୍ଞା ଡାକ୍ତର କହୁଛନ୍ତି ।

‘ଦ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ ମୁତାବକ ୪୫୦୦ ଜଣ ଯୁବବର୍ଗଙ୍କ ଉପରେ ଯେତେବେଳେ ଷ୍ଟଡି କରାଗଲା ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଲା । ରିପୋର୍ଟରେ କୁହାଗଲା କି ଯେଉଁ ଲୋକମାନେ ପ୍ରତି ସପ୍ତାହରେ ଫ୍ରେଞ୍ଚ୍ ଫ୍ରାଇସକୁ ୨ ଥରରୁ ଅଧିକ ଖାଆନ୍ତି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁର ବିପଦ ଦୁଇଗୁଣା ବଢିଯାଏ।
ସମଗ୍ର ବିଶ୍ୱରେ ଆଳୁରେ ତିଆରି ଫ୍ରେଞ୍ଚ ଫ୍ରାଇର ଅଭାବ ନାହିଁ । ଏହାକୁ ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଭାବରେ ବିବେଚନା କରାଯାଏ, ଯଦିଓ ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥାଏ । ତେବେ ଏହାକୁ ଅଧିକ ମାତ୍ରାରେ ସେବନ କରିବା କ୍ଷତିକାରକ ହୋଇପାରେ ବୋଲି ଡାକ୍ତରମାନେ ବିଶ୍ୱାସ କରୁଛନ୍ତି।

ଫ୍ରେଞ୍ଚ୍ ଫ୍ରାଇସରେ କ୍ୟାଲୋରୀ ଅଧିକ ଥିବାରୁ ଏଥିରେ ଡାଇଜେସନ୍ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟସ୍ କମ୍ ଥାଏ । ପାଟିକୁ ସୁଆଦ ଲାଗୁଥିବା ଏହି ଫ୍ରେଞ୍ଚ୍ ଫ୍ରାଇସକୁ ପ୍ରତିଦିନ ଖାଇଲେ ପେଟ ଦରଜ ସମସ୍ୟାରେ କଲବଲ ହେବାକୁ ପଡ଼ିଥାଏ । ଏହାଛଡ଼ା ଡାଇରିଆ , ବାନ୍ତି ଏବଂ ଗ୍ୟାସ୍ ଭଳି ସମସ୍ୟା ଯେମିତି ଶରୀରକୁ କୁଣିଆ ଭଳି ପ୍ରବେଶ କରନ୍ତି । ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ ।
ହାଇଡ୍ରୋଜେନେଟେଡ୍ ଅଏଲ୍ ଏବଂ ଫ୍ରାଇସରେ ଅଧିକ ମାତ୍ରାରେ ଟ୍ରାନ୍ସ୍ ଫ୍ୟାଟ୍ ଥିବାରୁ ଅଲଜାଇମର୍ ରୋଗର ବିପଦ ଅଧିକ ବଢିଯାଏ । ଏଥିରେ ସ୍ମୃତିଶକ୍ତି କ୍ଷୀଣ ବା ମେମୋରୀ ଲସ୍ ହେବାର ମଧ୍ୟ ସମ୍ଭାବନା ଥାଏ । ଫ୍ରେଞ୍ଚ୍ ଫ୍ରାଇସର ପ୍ରଭାବ ଇମ୍ୟୁନ୍ ସିଷ୍ଟମ୍ ଉପରେ ମଧ୍ୟ ପଡେ । ଏଭଳି ଖାଦ୍ୟରେ ଅନହେଲ୍ଦି ବ୍ୟାକ୍ଟେରିଆ ଆପଣଙ୍କ ଗଟ୍ ମାଇକ୍ରୋବାୟୋମକୁ କ୍ଷତି ପହଂଚାଇଥାନ୍ତି । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି କମେ ଯାହାଦ୍ୱାରା ରୋଗ ସହ ଲଢିବାର କ୍ଷମତା କମିଯାଏ ।

ALSO READ: https://purvapaksa.com/health-benefits-of-eating-green-onion/

