Benefits Of Green Onion: ସବୁଜ ପିଆଜ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହେବା ସହ ଖାଦ୍ୟର ସ୍ୱାଦ ମଧ୍ୟ ବଢାଇଥାଏ ।
ସବୁଜ ପିଆଜ ସାଧାରଣତଃ ପନିପରିବା, ଡାଲି ଏବଂ ସାଲାଡ ଭାବରେ ବ୍ୟବହୃତ ହୁଏ । ସବୁଜ ପିଆଜ ପୋଷକ ତତ୍ତ୍ୱର ଭଣ୍ଡାର ଅଟେ । ଏଥିରେ ଭିଟାମିନ୍-ସି, ଭିଟାମିନ୍-ଏ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା, ସବୁଜ ପିଆଜ ଖାଇବାର ଫାଇଦା ।
ହାଡ଼କୁ ମଜବୁତ କରେ : ସ୍ପ୍ରିଙ୍ଗ ଓନିୟନ୍ ବା ସବୁଜ ପିଆଜ ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । କ୍ୟାଲସିୟମ୍ ଗୁଣରେ ଭରପୂର ଥିବାରୁ ଏହା ହାଡକୁ ଷ୍ଟ୍ରଙ୍ଗ୍ କରିଥାଏ ।
ହଜମ ପ୍ରକ୍ରିୟାରେ ସହାୟକ ହୁଏ : ସ୍ପ୍ରିଙ୍ଗ ଓନିୟନ୍ ପାଚନତନ୍ତ୍ରକୁ ସୁଧାରିବାର କାମ କରେ । ଖାଦ୍ୟ ପରେ ହଜମର ସମସ୍ୟା ହେଉଥିଲେ ଆପଣ ଖାଦ୍ୟରେ ସ୍ପ୍ରିଙ୍ଗ ଓନିୟନକୁ ବ୍ୟବହାର କରିପାରିବେ ।
ଡାଇବେଟିସ୍ ପାଇଁ ଉପକାରୀ ସବୁଜ ପିଆଜ : ସ୍ପ୍ରିଙ୍ଗ ଓନିୟନରେ ଆଣ୍ଟି-ଡାଇବିଟିକ୍ ଗୁଣ ଥାଏ । ଯାହା ଡାଇବେଟିସ୍ ରୋଗ ପାଇଁ ବହୁତ ଭଲ । ନିୟମିତ ସ୍ପ୍ରିଙ୍ଗ ଓନିୟନର ସେବନ ଡାଇବେଟିସ୍ ରୋଗୀଙ୍କ ପାଇଁ ଭଲ ଔଷଧ ସାବ୍ୟସ୍ତ ହେବ କହିଲେ ଅତ୍ୟୁକ୍ତି ହେବନାହିଁ ।
ଥଣ୍ଡା-କାଶକୁ ଦୂର କରେ : ଶୀତରେ ଥଣ୍ଡା ହେବା ସମସ୍ୟା ସାଧାରଣ କଥା । ଯଦି ଆପଣ ବି ଶୀତଋତୁଟା ଥଣ୍ଡା-କାଶରେ ବିତାଉଛନ୍ତି ତାହେଲେ ସବୁଜ ପିଆଜ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଥଣ୍ଡା ସମସ୍ୟାକୁ ଦୂର ରଖେ ।
ଆଖି ପାଇଁ ଲାଭଦାୟକ ସ୍ପ୍ରିଙ୍ଗ ଓନିୟନ୍ : ସବୁଜ ପିଆଜରେ କେରୋଟେନାୟଡସ୍ ଏବଂ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥାଏ ଯାହା ଆଖି ପାଇଁ ବହୁତ ଲାଭକାରୀ ।
ଇମ୍ୟୁନିଟିକୁ କରେ ଷ୍ଟ୍ରଙ୍ଗ୍ : ଶୀତରେ ନିଜର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ୍ ରଖିବା ପାଇଁ ଖାଇପାରିବେ ସବୁଜ ପିଆଜ । ଏଥିରେ ଥିବା ଭିଟାମିନ୍ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ୍।
ALSO READ: https://purvapaksa.com/health-benefits-of-eating-water-chestnut/