Ranbir Kapoor: ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧୁମ୍’ର ତିନୋଟି ଭାଗ ରିଲିଜ୍ ହୋଇସାରିଛି।
ପ୍ରତ୍ୟେକ ଭାଗ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଦେଇଥିଲା । ଏଭଳି ସ୍ଥିତିରେ ଦର୍ଶକ ଏବେ ଫିଲ୍ମର ପରବର୍ତ୍ତୀ ସିକ୍ୱେଲ ଅର୍ଥାତ୍ ‘ଧୁମ୍ ୪’କୁ ଅପେକ୍ଷା କରିଛନ୍ତି। ଅନେକ ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁର ‘ଧୁମ୍ ୪‘ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ‘ଧୁମ୍ ୪’କୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।
କୁହାଯାଉଛି ଯେ ରଣବୀର କପୁରଙ୍କ ନୂଆ ଲୁକ୍ ‘ଧୁମ୍ ୪’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଦୁଇ ଜଣ ଅଭିନେତ୍ରୀଙ୍କୁ ନିଆଯିବ ଏବଂ ଖଳନାୟକ ଭୂମିକାରେ ଜଣେ ସାଉଥ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଇଣ୍ଡିଆ ଟୁଡେ ଅନୁଯାୟୀ, କପୁରଙ୍କୁ ‘ଧୁମ୍ ୪’ ପାଇଁ ଏକ ଭିନ୍ନ ଲୁକ୍ ର ଆବଶ୍ୟକତା ପଡ଼ିବ ଏବଂ ଏହାକୁ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କର ବର୍ତ୍ତମାନର ଦୁଇଟି ପ୍ରୋଜେକ୍ଟ ଶେଷ କରିବେ।
ଖଳନାୟକ ହେବେ ସାଉଥ ଅଭିନେତା, ଏପ୍ରିଲରେ ଆରମ୍ଭ ହେବ ସୁଟିଂ
ରିପୋର୍ଟରେ ଦାବି କରାଯାଇଛି ଯେ ଆସନ୍ତା ଏପ୍ରିଲରେ ଆକ୍ସନ ଭରା ଫିଲ୍ମ ‘ଧୁମ୍ ୪’ର ସୁଟିଂ ଆରମ୍ଭ ହେବ। ‘ଧୁମ୍-୪’ର ପ୍ରଯୋଜନା ଦଳ ଏବେ ଫିଲ୍ମ ପାଇଁ ଦୁଇ ଜଣ ମୁଖ୍ୟ ଅଭିନେତ୍ରୀଙ୍କୁ ଖୋଜୁଛନ୍ତି। ଏହାବ୍ୟତୀତ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କୁ ମଧ୍ୟ ଖୋଜା ଚାଲିଛି । ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତାଙ୍କୁ ନିଆଯାଇପାରେ ।
ରଣବୀର କପୁର ୱାର୍କଫ୍ରଣ୍ଟ
ରଣବୀର କପୁରଙ୍କୁ ଶେଷ ଥର ପାଇଁ ଫିଲ୍ମ ଆନିମଲରେ ଦେଖିବାକୁ ମିଳିଥିଲା । ୨୦୨୩ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ତାଙ୍କର କେବେ ଦେଖିବାକୁ ମିଳିନଥିବା ଭୟଙ୍କର ଅବତାର ଦେଖିବାକୁ ମିଳିଥିଲା। ଏବେ ଏହି ଅଭିନେତାଙ୍କ ପାଖରେ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଲଭ୍ ଆଣ୍ଡ ୱାର’ ପାଇପଲାଇନ ମଧ୍ୟ ରହିଛି। ଏହି ଫିଲ୍ମ ୨୦୨୬ ମାର୍ଚ୍ଚ ୨୦ରେ ରିଲିଜ ହେବ । ସେହିପରି ନିତେଶ ତିୱାରୀଙ୍କ ‘ରାମାୟଣ’ ରଣବୀର କପୁରଙ୍କ ଏକ ବଡ଼ ପ୍ରୋଜେକ୍ଟ। ଫିଲ୍ମଟି ଦୁଇଟି ଭାଗରେ ତିଆରି ହେଉଛି । ପ୍ରଥମ ଭାଗ ୨୦୨୬ ଓ ୨୦୨୭ରେ ପରଦାକୁ ଆସିବ।
ALSO READ: https://purvapaksa.com/the-new-crush-of-the-younger-generation/