Odisha to be developed into mega IT hub: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଟି, ଏଆଇ ଓ ସେମିକଣ୍ଡକ୍ଟର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ୨-୩ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରିବାକୁ ଯୋଜନା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରି ଏକ ବିଶ୍ୱସ୍ତରୀୟ ଆଇଟି ପ୍ରତିଷ୍ଠାନ ପ୍ରତିଷ୍ଠା ଏବଂ ରେଳ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଓଡ଼ିଶା ଏକ ମେଗା ଆଇଟି ହବ୍ରେ ପରିଣତ ହେବ।
ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି।
ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଆମେ ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରିବୁ। ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ଅତ୍ୟାଧୁନିକ ମେସିନ୍ ଲର୍ଣ୍ଣିଂ, ଆଇଓଟି ଓ ଇଣ୍ଡଷ୍ଟ୍ରି ୪.୦ ରେ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ ଏକ ପ୍ରମୁଖ ଆଇଟି ହବ୍ ଭାବେ ବିକଶିତ କରି ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ କରାଯିବ।
କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା ମଧ୍ୟ କହିଛନ୍ତି ଯେ ସେ ଏବଂ ସିଏମ୍ ମାଝୀ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଆଗାମୀ କିଛି ମାସ ମଧ୍ୟରେ ଏ ଦିଗରେ ପ୍ରଥମ ପଦକ୍ଷେପ ନିଆଯିବ।
ଓଡ଼ିଶାରେ ଆଇଟି ଷ୍ଟାର୍ଟଅପ୍ର ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା, ଆଇଆଇଆଇଟି ଭୁବନେଶ୍ୱର ଓ ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଭଳି ୪ଟି ବୈଷୟିକ ଅନୁଷ୍ଠାନରେ ‘ଚିପ୍ ଟୁ ଷ୍ଟାର୍ଟଅପ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
କେନ୍ଦ୍ର ସରକାର ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଆଇଟି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି।
ରାଜ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଏବଂ ଅନ୍ୟାନ୍ୟ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।
ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି।
କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଦଳ କ୍ଷମତାକୁ ଆସିବା ପରେ ଓଡ଼ିଶାରେ ରେଳବାଇର ବିକାଶ ରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସୁନିଶ୍ଚିତ କରିବ।
ରାଜ୍ୟରେ ୭୩ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୈଷ୍ଣବ ମୁଖ୍ୟମନ୍ତ୍ରୀ ମାଝିଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ରେଳବାଇ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନେବ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳଲାଇନ୍ ନିର୍ମାଣ ହୋଇଛି, ଯାହା ଶ୍ରୀଲଙ୍କାର ରେଳ ନେଟୱାର୍କଠାରୁ ଅଧିକ।
ଏହି ସମୟ ମଧ୍ୟରେ ୪୨୭ଟି ରେଳ ଅଣ୍ଡରବ୍ରିଜ୍ ମଧ୍ୟ ନିର୍ମାଣ କରାଯାଇଛି।
ଓଡ଼ିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତିକରଣ କରାଯିବ।
କୁମ୍ଭମେଳାର ମୌନି ବାବା, ଯାହାଙ୍କ ପାଖରୁ କୋଚିଂ ନେଇ ପ୍ରତିବର୍ଷ କିଛି ହେଉଛନ୍ତି ଆଇଏଏସ୍, ଆଇପିଏସ୍
