Kota is becoming a suicide hub: ଜେଇଇ ଓ ମେଡିକାଲ ପ୍ରତିଯୋଗିତା ପାଇଁ କୋଟା ସହର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ। କିନ୍ତୁ କୋଚିଂ ହବ୍ ପାଲଟିଥିବା କୋଟାରେ ପ୍ରତିଦ୍ୱନ୍ଦ୍ୱିତା ଅଭାବରୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି।
ରାଜସ୍ଥାନର କୋଟା ସହର ହେଉଛି ଦେଶର ସବୁଠାରୁ ବଡ କୋଚିଂ ହବ୍। ପ୍ରତିବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ସମେତ ଡାକ୍ତରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏଠାକୁ ଆସନ୍ତି। କିନ୍ତୁ ଗୋଟିଏ ପରେ ଗୋଟିଏ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାରାଭାରତର ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ୨୪ ଘଣ୍ଟା ମଧ୍ୟରେ ପୁଣି ଦୁଇଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଗତ ଦୁଇବର୍ଷ ମଧ୍ୟରେ କୋଟାରେ କେତେଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।
କୋଟାରେ ଆତ୍ମହତ୍ୟାର ନୂଆ ଘଟଣା
ରାଜସ୍ଥାନର କୋଟାରେ ପ୍ରତିବର୍ଷ ଛାତ୍ର ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ବୁଧବାର ଦିନ ଅଭିଷେକ ନାମକ ଜଣେ ୨୦ ବର୍ଷୀୟ ଯୁବକ ନିଜ ପିଜି ରୁମରେ ଥିବା ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଗୁନାର ବାସିନ୍ଦା ଅଭିଷେକ। ଅଭିଷେକ ଜେଇଇ ପ୍ରସ୍ତୁତି ପାଇଁ ଗତ ବର୍ଷ ମେ ମାସରେ କୋଟାର ଏକ କୋଚିଂ ଇନ୍ଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। କୋଟାର ବିଜ୍ଞାନ ନଗର ଥାନା ଅଧିକାରୀ ମୁକେଶ ମୀନା କହିଛନ୍ତି ଯେ କୋଠରୀରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ, ଯାହା ପରେ ଯୁବକଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି।
୨୪ ଘଣ୍ଟା ମଧ୍ୟରେ ୨ ଛାତ୍ରଙ୍କ ଆତ୍ମହତ୍ୟା
ଗତ ୨୪ ଘଣ୍ଟା ମଧ୍ୟରେ ଦେଶର କୋଚିଂ ହବ୍ କୋଟାରେ ଦୁଇଜଣ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ହରିୟାଣାର ଜେଇଇ ପରୀକ୍ଷାର୍ଥୀ ୧୯ ବର୍ଷୀୟ ନୀରଜ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ନୀରଜ କୋଟାର ରାଜୀବ ଗାନ୍ଧୀ ନଗର ଅଞ୍ଚଳରେ ଥିବା ଆନନ୍ଦ କୁଞ୍ଜ ରେସିଡେନ୍ସିରେ ରହି ଗତ ଦୁଇବର୍ଷ ଧରି ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ।
ପ୍ରତିଯୋଗିତାରେ ଅସଫଳତା ପରେ ଆତ୍ମହତ୍ୟା
ପ୍ରତିଯୋଗିତାରେ ସଫଳ ନ ହୋଇପାରିବାରୁ ୧୮ରୁ ୨୫ ବର୍ଷ ବୟସର ଅନେକ ଛାତ୍ରଛାତ୍ରୀ ନିରାଶ ହେଉଥିବା ଅନେକ ରିପୋର୍ଟରେ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ ଅନେକ ଛାତ୍ରଛାତ୍ରୀ ଡିପ୍ରେସନର ଶିକାର ମଧ୍ୟ ହେଉଛନ୍ତି। ବିଶେଷ କରି ରାଜସ୍ଥାନର କୋଟାରେ ଯେତେବେଳେ ଘରଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭଲ ରେଜଲ୍ଟ ପାଉନାହାନ୍ତି, ସେମାନେ ବହୁତ ଭୟଭୀତ ହେବା ସହ ନିରାଶ ହେଉଛନ୍ତି। ୨୦୨୪ରେ କୋଟାରେ ୧୭ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ପୂର୍ବରୁ ୨୦୨୩ରେ ଏହାର ସଂଖ୍ୟା ପ୍ରାୟ ଦୁଇଗୁଣ ଥିଲା। ୨୦୨୩ ମସିହାରେ ୨୬ ଜଣ କୋଚିଂ ଛାତ୍ର ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପାସ୍ କରିନଥିବାରୁ ନିରାଶ ହୋଇଥିଲେ।
