ଆହୁରି ୨ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ଏବଂ ଏହା ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୧ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଏହି ସମୟରେ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ।
ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିଆସିଛି। ଫୁଲବାଣୀରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ହୋଇଛି।ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୫.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୧୩.୫ ଡିଗ୍ରିକୁ ଖସି ଆସିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କନ୍ଧମାଳର ହିଲ୍ ଷ୍ଟେସନ ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ଝାରସୁଗୁଡ଼ାରେ ରାତିର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୫.୮ ଡିଗ୍ରୀ କମ୍, ଉତ୍ତର-ପଶ୍ଚିମରୁ ଓଡ଼ିଶା ଆଡ଼କୁ ଥଣ୍ଡା ଓ ଶୁଖିଲା ପବନ ପ୍ରବାହିତ ହେଉଥିବା ବେଳେ ରାଉରକେଲା (୬.୪ ଡିଗ୍ରୀ), ଫୁଲବାଣୀ (୬.୮ ଡିଗ୍ରୀ), କୋରାପୁଟର ସେମିଳିଗୁଡା (୭.୧ ଡିଗ୍ରୀ), ଦାରିଙ୍ଗବାଡ଼ି (୮ ଡିଗ୍ରୀ), ସୁନ୍ଦିଗୁଡା (୮ ଡିଗ୍ରୀ ସେଲସିୟସ) ରହିଛି ।
ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ସରିନଥିଲେ ରାସନ କାର୍ଡ ରଦ୍ଦ କରିବେ ଓଡ଼ିଶା ସରକାର : ମନ୍ତ୍ରୀ