Bipasha Basu Birthday : ବିଶ୍ୱାସ କରାଯାଏ ଯେ ନାୟିକା ହେବା ପାଇଁ ପତଳା ଶରୀର ଏବଂ ଗୋରା ରଙ୍ଗ ରହିବା ଆବଶ୍ୟକ ।
ପ୍ରତ୍ୟେକ ଅଭିନେତ୍ରୀଙ୍କ ପାଇଁ ଏହି ମାନଦଣ୍ଡ ସ୍ଥିର କରାଯାଇଛି । ତେବେ ଅନେକ ଅଭିନେତ୍ରୀ ଏହି ନିର୍ଦ୍ଧାରିତ ମାନଦଣ୍ଡକୁ ଭାଙ୍ଗି ନିଜର ଅଭିନୟ ପ୍ରତିଭାର ପ୍ରମାଣ ଦେଇଛନ୍ତି । ଏହି ତାଲିକାର ଜଣେ ନାମ ବିପାଶା ବସୁ। ବିପାଶା ବସୁ ନିଜର ଅଭିନୟ ଓ ବୋଲ୍ଡ ଷ୍ଟାଇଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ହେଉଛି ତାଙ୍କର ଜନ୍ମଦିନ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ…

ଦିଲ୍ଲୀରେ ପ୍ରାଥମିକ ଶିକ୍ଷା
ବିପାଶା ବସୁ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଅଭିନୟ ଦୁନିଆକୁ ଆସିଥିଲେ । ସେ ୭ ଜାନୁଆରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ବଙ୍ଗୀୟ ପରିବାରରୁ ଆସିଛନ୍ତି। ବିପାଶା ୮ ବର୍ଷ ବୟସ ପର୍ଯ୍ୟନ୍ତ ଦିଲ୍ଲୀରେ ରହି ସେଠାରେ ପାଠ ପଢ଼ିଥିଲେ। ଏହାପରେ ତାଙ୍କ ପରିବାର କୋଲକାତା ଚାଲି ଯାଇଥିଲେ।
ସ୍କୁଲ ସମୟରେ ବିପାଶାଙ୍କୁ ‘ଲେଡି ଗୁଣ୍ଡା’ କୁହାଯାଉଥିଲା। ବାସ୍ତବରେ ସେ କ୍ଲାସର ମନିଟର ଥିଲେ। ତାଙ୍କର କେଶ ଛୋଟ ଥିଲା ଏବଂ ତାଙ୍କର ବ୍ୟକ୍ତିତ୍ୱ ଦୃଢ଼ ଥିଲା, ଯେଉଁକାରଣରୁ ସେ ବହୁତ ପପୁଲାର ହୋଇ ପାରିଥିଲେ ।

ଡିନୋଙ୍କ ସହ ବିବାଦୀୟ ବିଜ୍ଞାପନ
ବିପାଶା ବସୁ କାହାର ପରାମର୍ଶକ୍ରମେ ମଡ଼େଲିଂ ଦୁନିଆରେ ଭାଗ୍ୟ ପରୀକ୍ଷା କରିବାକୁ ଆସିଥିଲେ। ୧୯୯୬ରେ ବିପାଶା ବସୁଙ୍କୁ ମଡ଼େଲ ମେହେର ଜେସିଆ ରାମପାଲ କୋଲକାତାର ଏକ ହୋଟେଲରେ ଦେଖିଥିଲେ । ସେ ବିପାଶାଙ୍କୁ ମଡ଼େଲିଂ କରିବାକୁ ପରାମର୍ଶ ଦେଇଥିଲେ। ସେହି ବର୍ଷ ବିପାଶା ସୁପରମଡ଼େଲ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ।
ଏହାପରେ ସେ ମିଆମିରେ ଆୟୋଜିତ ଫୋର୍ଡ ମଡ଼େଲ ସୁପରମଡ଼େଲ ଅଫ୍ ଦି ୱାର୍ଲ୍ଡ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରିଥିଲେ ଏବଂ ତା’ପରେ ତାଙ୍କ ମଡ଼େଲିଂ ଯାତ୍ରା ଆରମ୍ଭ ହୋଇଥିଲା । ସେହି ସମୟରେ ବିପାଶା ଡିନୋ ମୋରିଆଙ୍କୁ ଭେଟିଥିଲେ ଏବଂ ତା’ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ଦୁହେଁ ଏକାଠି ଏକ ବୋଲ୍ଡ ବିଜ୍ଞାପନ କରିଥିଲେ, ଯାହା ଅତ୍ୟନ୍ତ ବିବାଦୀୟ ଥିଲା ।

୨୦୦୧ରେ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ
ବିପାଶା ବସୁ ୨୦୦୧ରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଅଜନବି’ରେ ନଜର ଆସିଥିଲେ। ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଏହାପରେ ବିପାଶା ୨୦୦୨ରେ ‘ରାଜ’ରେ କାମ କରିଥିଲେ। ଏହି ସିନେମାରେ ତାଙ୍କ ଅଭିନୟ ଅପେକ୍ଷା ବୋଲ୍ଡନେସ୍ କୁ ଅଧିକ ଚର୍ଚ୍ଚାରେ ରଖାଯାଇଥିଲା । ଚଳଚ୍ଚିତ୍ରଟି ଏକ ହିଟ୍ ହୋଇଥିଲା ଏବଂ ଏହାର ଗୀତଗୁଡ଼ିକ ମଧ୍ୟ ବହୁତ ହିଟ୍ ହୋଇଥିଲା । ଏହାପରେ ବିପାଶାଙ୍କ ହାତରେ ଅନେକ ଫିଲ୍ମ ଆସିଥିଲା ।
ସେ ଜିଷ୍ମ, ଜମିନ, ମଦହୋଶି, ବରସାତ, ନୋ ଏଣ୍ଟ୍ରି, ଧୁମ୍-୨, ଫିର୍ ହେରା ଫେରି, ଓମ୍କାରା ଓ ଗୋଲ ଭଳି ଅନେକ ଫିଲ୍ମ କରିଥିଲେ। ସେ ସାଉଥ ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ଏହି ସମୟରେ ସେ ଡିନୋ ମୋରିଆଙ୍କ ସହ ବ୍ରେକ୍ ଅପ୍ କରିଥିଲେ ଏବଂ ଜନ୍ ଆବ୍ରାହମଙ୍କ ନିକଟତର ହୋଇଥିଲେ। ଜନ୍ ଙ୍କ ସହ ବିପାଶାଙ୍କ ପ୍ରେମକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ପରେ ସେମାନଙ୍କ ରାସ୍ତା ବଦଳି ଯାଇଥିଲା। ବିପାଶା ବସୁ ୨୦୧୬ରେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ ଝିଅ ଅଛି।

ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା କହି ବିବାଦରେ ଫସିଲେ କଣ୍ଠଶିଳ୍ପୀ ଅଭିଜିତ

