Alum and Lime Benefits: ସୂର୍ଯ୍ୟକିରଣ, ଧୂଳି ଓ ପ୍ରଦୂଷଣ ଆମ ତ୍ୱଚାକୁ ଭିତରୁ ଖରାପ କରୁଛି।
ଖରାପ ଜୀବନଶୈଳୀ ମଧ୍ୟ ତ୍ୱଚାକୁ ଖରାପ କରିଥାଏ । ଖାଲି ସେତିକି ନୁହେଁ ଆମ ଶରୀରରେ ଏମିତି କିଛି ବିଷାକ୍ତ ପଦାର୍ଥ ମଧ୍ୟ ଥାଏ, ଯାହା ତ୍ୱଚାକୁ ପ୍ରଭାବିତ କରିଥାଏ । ଦାଗ, ବ୍ରଣ କିମ୍ବା କୁଞ୍ଚନ ଥିବା ତ୍ୱଚାକୁ କିଏ ପସନ୍ଦ କରେ? ଏହି ଦାଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ସମୟରେ ଅନେକ ଘରୋଇ ଉପଚାର କରିଥାନ୍ତି, କିନ୍ତୁ ଏଥିରୁ କୌଣସି ବିଶେଷ ଫାଇଦା ଦେଖିବାକୁ ମିଳିନଥାଏ ।
ଆପଣ ଜାଣନ୍ତି କି ଆପଣଙ୍କ ଘରେ ଏମିତି କିଛି ଅଛି ଯାହା ଆପଣଙ୍କୁ ରାତାରାତି ସୁନ୍ଦର ତ୍ୱଚା ଦେଇପାରେ । ମୁହଁର କ୍ଷତ ଭଲ କରିବା, ବ୍ରଣ କୁ ଠିକ୍ କରିବା, ଆଲର୍ଜିରୁ ମୁକ୍ତି ପାଇବା, କୁଞ୍ଚନ କମାଇବା ସହ ମୁହଁରେ ଅନେକ ଫାଇଦା ଦେଇଥାଏ ଫିଟିକିରି। ଏହାର ସଠିକ ବ୍ୟବହାର ଦ୍ୱାରା ଆପଣ ସହଜରେ ମୁହଁର ଦାଗ କୁ ସଫା କରିପାରିବେ ଏବଂ ଚମକଦାର ତ୍ୱଚା ପାଇପାରିବେ।
ସ୍କିନ ପାଇଁ ବେଶ ଲାଭଦାୟକ :
ଶୀତଦିନେ ମୁହଁରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେପରି ସ୍କିନ୍ ଡ୍ରାଏ ହୋଇଯିବା, ମୁହଁରେ କଳା ଦାଗ ଦେଖା ଯିବା ଭଳି ସମସ୍ୟା ଦେଖାଯିବାକୁ ଲାଗେ । ଏଥିପାଇଁ ଆପଣ ଫିଟିକିରି ଏବଂ ଲେମ୍ବୁ ବ୍ୟବହାର କରିପାରିବେ । ଏହା ମୁଁହର ଅନେକ ସମସ୍ୟା ଦୂର କରାଇବାରେ ସାହାଯ୍ୟ କରିବ । ଫିଟିକିରି ଏବଂ ଲେମ୍ବୁ ରସର ମିଶ୍ରଣ ପ୍ରୟୋଗ କରିବା ଦ୍ଵାରା ସ୍କିନ ସଫା ହୋଇଯାଏ । ଏପରି ଭାବେ ଧୀରେ ଧୀରେ ମାଲିସ କରିବା ଦ୍ୱାରା ଚେହେରାକୁ ଚମକ ଆସିବ ।
ଦାଗ ହେବ ଦୂର :
ଯଦି ମୁହଁରେ ଅନେକ ଦାଗ ଥାଏ, ତେବେ ଏଥିପାଇଁ ଫିଟିକିରି ଏବଂ ଲେମ୍ବୁ ବ୍ୟବହାର କରାଯାଇପାରିବ । ପିମ୍ପଲ୍ ଏବଂ ବ୍ରଣର ସମସ୍ୟା ହ୍ରାସ ହୋଇପାରେ ଏବଂ ପୁରୁଣା ଦାଗ ମଧ୍ୟ ସଫା ହେବାକୁ ଆରମ୍ଭ କରିବ । ତେବେ ଲେମ୍ବୁକୁ ଫିଟିକିରିରେ ମିଶାନ୍ତୁ ଏବଂ ମୁହଁରେ ଧୀରେ ଧୀରେ ମାଲିସ୍ କରନ୍ତୁ, ଏହା ମଧ୍ୟ ରଙ୍ଗରେ ଉନ୍ନତି ଆଣିବ ।
କେଶ ପାଇଁ ଲାଭଦାୟକ :
ଫିଟିକିରି ମଧ୍ୟ କେଶକୁ କୋମଳ ଏବଂ ରେଶମୀ କରିବା ପାଇଁ ବ୍ୟବହାର କରିପାରିବେ । ଫିଟିକିରି ଏବଂ ଲେମ୍ବୁର ମିଶ୍ରଣ ପ୍ରୟୋଗ କରିବା ଦ୍ୱାରା କେଶ ମଜବୁତ୍ ହୋଇଥାଏ। ଏହା ବ୍ୟତୀତ କେଶ ଧଳା ହେବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ରୁପିରୁ ପାଇବେ ମୁକ୍ତି :
ଫିଟିକିରି ଏବଂ ଲେମ୍ବୁର ବ୍ୟବହାର କେଶ ପାଇଁ ଲାଭଦାୟକ ପ୍ରମାଣିତ ହୁଏ । ଏହା ସହିତ ରୁପି ସମସ୍ୟା ମଧ୍ୟ ଦୂର କରିଥାଏ। ଫିଟିକିରିରେ ମିଳୁଥିବା ଆଣ୍ଟି-ଫଙ୍ଗଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରୁପିକୁ କମ୍ କରିଥାଏ । ଯାହା ଫଳରେ କେଶ ଭଲ ରହିଥାଏ।
ରିଙ୍କଲ୍ସ ସମସ୍ୟା ଦୂର କରିଥାଏ
ଚେହେରାରେ ଫିଟିକିରି ଏବଂ ଲେମ୍ବୁର ମିଶ୍ରଣ ଲଗାଇ ରିଙ୍କଲ୍ସ ସମସ୍ୟା ଦୂର କରିପାରିବେ । ଏହା ତ୍ୱଚାକୁ ସୁନ୍ଦର କରିଥାଏ ଏବଂ ଦାଗ ମଧ୍ୟ ଦୂର ହୋଇଥାଏ। ତେବେ ଆପଣ ଏହାକୁ କିଛି ସମୟ ପାଇଁ ପ୍ୟାକ୍ ପରି ନିଜ ମୁହଁରେ ଲଗାଇ ରଖିପାରିବେ। ଯାହା ଫଳରେ ସ୍କିନର ଏହି ସବୁ ସମସ୍ୟାରୁ ଆପଣ ଆରାମରେ ମୁକ୍ତି ପାଇ ପାରିବେ।
ALSO READ: https://purvapaksa.com/raw-papaya-benefits/