Prashant Kishor arrested: ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ବିହାର ପୋଲିସ ସୋମବାର ସକାଳେ ଗିରଫ କରିଛି।
ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ। ପାଟନାର ଗାନ୍ଧୀ ମଇଦାନଠାରେ ପ୍ରଶାସନ୍ତ ଆମରଣ ଅନଶନ ଚଳାଇଥିବାବେଳେ ସୋମବାର ଭୋର ସକାଳୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ପ୍ରଶାସନ୍ତ ଆମରଣ ଅନଶନ କରୁଥିଲେ।
ବିପିଏସସିର ୭୦ ତମ ପରୀକ୍ଷା ଆୟୋଜନ ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ପରୀକ୍ଷା ବାତିଲ କରିବାକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଦାବି କରିବା ସହିତ ୨ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି। ତେଣୁ ଗତ ୨ ତାରିଖରୁ ପ୍ରଶାନ୍ତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଗାନ୍ଧୀ ମଇଦାନରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଏହା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ତାରିଖ ଜାନୁୟାରୀ ୪ରେ ପରୀକ୍ଷା ଆୟୋଜନ କରାଯାଇଥିଲା। ତେବେ ପ୍ରଶାନ୍ତ ଅନଶନରୁ ଉଠି ନ ଥିଲେ। ସୋମଭାର ଭୋର ୪ଟାରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ଏହି ସମୟରେ ପ୍ରଶାନ୍ତଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା।
ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି, ହଁ, ଗାନ୍ଧୀ ମଇଦାନରେ ଧାରଣାରେ ବସିଥିବା କିଶୋର ଓ ତାଙ୍କ ସମର୍ଥକଙ୍କୁ ସୋମବାର ସକାଳେ ପୁଲିସ ଗିରଫ କରିଛି। ଏବେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
ସେମାନଙ୍କଧାରଣା ବେଆଇନ ବୋଲି କହିବା ସହ ନିଷିଦ୍ଧ ସ୍ଥାନ ନିକଟରେ ଧାରଣା ଦେଉଛନ୍ତି ବୋଲି ସେ କହିଛନ୍ତି।
ଡିସେମ୍ବର ୧୩ ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା ପରିଚାଳିତ ସମନ୍ବିତ ୭୦ତମ ମିଳିତ (ପ୍ରାଥମିକ) ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କରିବା ଦାବିରେ ଜନ ସୁରାଜ ପ୍ରତିଷ୍ଠାତା ଗୁରୁବାରଠାରୁ ଆମରଣ ଅନଶନରେ ବସିଥିଲେ।
Also readhttps://purvapaksa.com/four-aspirants-for-pcc-presidents-post/
