- ଆକାଶ ଦୀପ ଆହତ, ଖେଳିବେନି ପଞ୍ଚମ ଟେଷ୍ଟ
ସିଡନୀରେ ନୂଆ ବର୍ଷ ଟେଷ୍ଟ ଖେଳାଯିବ। ଏହ ହେବ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିିରିଜର ଅନ୍ତିମ ଟେଷ୍ଟ। ସବୁ ଟେଷ୍ଟ ପୂର୍ବରୁ ଏକାଦଶରେ କିଛି ନା କିଛି ପରିବର୍ତ୍ତନ କରୁଥିବା ଗୌତମ ଗମ୍ଭୀରଙ୍କ ଟିମ ମ୍ୟାନେଜମେଣ୍ଟ ଏଥର ବଡ ପରିବର୍ତ୍ତନ କରୁଥିବା ଅନୁମାନ କରାଯାଉଛି। ପ୍ରଥମ ଥର ପାଇଁ କୌଣସି ଦଳର ଅଧିନାୟକଙ୍କୁ ଏକାଦଶରୁ ବାଦ ଦେବାକୁ ଯୋଜନା କରାଯାଉଛି। ମାତ୍ର ପେସ ବୋଲର ଆକାଶଦୀପ ଆସନ୍ତା କାଲି ଖେଳୁନଥିବା ସ୍ଫଷ୍ଟ ହୋଇଛି। ସେ ସମ୍ପ୍ରତି ଆହତ ଅଛନ୍ତି। ମେଲବର୍ଣ୍ଣରେ ଅନୁଷ୍ଠିତ ବକ୍ସିଂ ଡେ’ ଟେଷ୍ଟ ବେଳେ ଆହତ ହୋଇଥିଲେ। ତାଙ୍କ ପିଠିରେ ଯନ୍ତ୍ରଣା ରହିଥିଲା।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରଜର ପଞ୍ଚମ ଟେଷ୍ଟରୁ ପେସ ବୋଲର ଆକାଶ ଦୀପ ବାଦ ପଡି଼ଛନ୍ତି। ସେ ସମ୍ପ୍ରତି ଆହତ ସମସ୍ୟା ଦେଇ ଜତି କରୁଛନ୍ତି। ମେଲବର୍ଣ୍ଣରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ଆକାଶ ଦୀପ ଆହତ ହୋଇଥିଲେ। ତାଙ୍କ ପିଠିରେ ଯନ୍ତ୍ରଣା ରହିଛି। ଫଳରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ସିଡନୀ ଟେଷ୍ଟରେ ଭାରତ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଅଧିନାୟକ ରୋହିତ ଶର୍ମାଙ୍କୁ ଏକାଦଶରୁ ବାଦ ଦେବାକୁ ଯୋଜନା କରାଯାଉଥିବା ଶୁଣିବାକୁ ମିଳୁଛି। ତାଙ୍କ ସ୍ଥାନରେ ଶୁଭମନ ଗିଲ ଫେରିବେ। ରୋହିତଙ୍କ ସ୍ଥାନରେ କେଏଲ ରାହୁଲ ଓ ଯଶସ୍ୱୀ ଜୈସ୍ୱାଲ ଓପନ କରିବେ। ଆକାଶ ଦୀପଙ୍କ ସ୍ଥାନରେ ଯୁବ ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏକାଦଶକୁ ଡ଼ାକରା ମିଳିପାରେ। ୱିକେଟ କିପର ରିଷଭ ପନ୍ତଙ୍କୁ ମଧ୍ୟ ଏକାଦଶରୁ ବାଦ ଦେବାକୁ ଯୋଜନା କରାଯାଉଛି। ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଖେଳିବା ଏକ ପ୍ରକାର ନିଶ୍ଚିତ।
ଆଜି ଭାରତୀୟ ଦଳ ସିଡନୀ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା। ଗିଲ ଓ ଜୁରେଲ ଆସନ୍ତା କାଲି ଖଳୁଥିବା ଏକ ପ୍ରକାର ବାରି ହୋଇ ପଡ଼ିଥିଲା। ନେଟ୍ସରେ ଗିଲ ଓ ଜୁରେଲ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ। ରୋହିତଙ୍କୁ ଦଳ ସହ ଦେଖିବାକୁ ମିଳୁ ନଥିଲା। ମୁଖ୍ୟ ଗ୍ରାଉଣ୍ଡରେ ରୋହିତ ସେତେବେଳେ ଫୁଟ ଭଲିବଲ ଖେଳୁଥିଲେ। ଏହାପରେ ମଧ୍ୟ ସେ ନେଟ୍ସରେ ପହଞ୍ଚି ନଥିଲେ। ହଠାଥ୍ ମୁଖ୍ୟ ଗ୍ରାଉଣ୍ଡରୁ ଉଭାନ ହୋଇଯାଇଥିଲେ। ପାଖା ପାଖି ଘଣ୍ଟାଏ ପରେ ସେ ନେଟ୍ସକୁ ଆସି ବ୍ୟାଟିଂ ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟରେ ସେ କୌଣସି ବୋଲରଙ୍କୁ ସାମ୍ନା କରିନଥିଲେ। କେବଳ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଓ ଦୟା ତାଙ୍କୁ ଥ୍ରା’ ଡାଉନରେ ଅଭ୍ୟାସ କରାଇଥିଲେ। ସେତେବେଳକୁ ଦଳର ବାକି ସବୁ ଖେଳାଳିଙ୍କ ଅଭ୍ୟାସ ଶେଷ ହୋଇସାରିଥିଲା। ରୋହିତଙ୍କ ସହ କେବଳ ଅଭିମନ୍ୟୁ ଈଶ୍ୱରନ ଓ ତନୁଶ କୋଟିଆନ ଅଭ୍ୟାସ କରିଥିଲେ।
previous article: https://purvapaksa.com/will-rohit-play-in-sydney-gambhir-doesnt-say-yes/