Benefits of Mint: ଧନିଆ ପତ୍ର ଭଳି ପୁଦିନା ପତ୍ର ମଧ୍ୟ ଆମ ଶରୀର ପାଇଁ ଅନେକ ଲାଭଦାୟକ ।
ପ୍ରାୟତଃ ସମସ୍ତଙ୍କ ଘରେ ଏହାକୁ ନିୟମିତ ଖାଇଥାନ୍ତି । ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ମିଣ୍ଟ ହେଉଛି ଏପରି ଏକ ପତ୍ର ଯାହାକି ଏହାର ସତେଜ ସ୍ୱାଦ ଏବଂ ଉତ୍କୃଷ୍ଟ ସୁଗନ୍ଧ ପାଇଁ ଜଣାଶୁଣା । ବହୁତ କମ୍ ଲୋକ ଜାଣନ୍ତି ଯେ ମିଣ୍ଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ।
ବିଶେଷକରି ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଆପଣ ଆଶ୍ଚର୍ଯ୍ୟଜନକ ଲାଭ ପାଇପାରିବେ। ଏହା ଆମ ହଜମ ପ୍ରକ୍ରିୟାକୁ ବଢ଼ାଇବା ପାଇଁ କାମ କରେ । ଏହି ପତ୍ରଗୁଡ଼ିକରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି ଯାହା ପେଟ ସଂକ୍ରମଣ ଇତ୍ୟାଦିରୁ ମୁକ୍ତି ଦେଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଅବସାଦ କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ୁଛନ୍ତି, ତେବେ ଆପଣ ଖାଲି ପେଟରେ ମିଣ୍ଟକୁ ଖାଇ ପାରିବେ ।
ଚିନ୍ତା ଏବଂ ମାନସିକ ଚାପରୁ ଦିଏ ମୁକ୍ତି
ପୁଦିନା ଆପଣଙ୍କୁ ଚିନ୍ତା ଏବଂ ମାନସିକ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ। ପୁଦିନା ସାଧାରଣତଃ ଥଣ୍ଡା ହୋଇଥାଏ। ତେବେ ଆପଣ ଏହାର ପାଣି ବା ଦହି ଇତ୍ୟାଦି ଖାଦ୍ୟ ସହ ଏହାକୁ ଖାଆନ୍ତୁ। ଏହା ଆପଣଙ୍କୁ ଚିନ୍ତା ଏବଂ ଅବସାଦରୁ ରକ୍ଷା କରିବ।
ପାଟି ଦୁର୍ଗନ୍ଧ ଦୂର କରେ
ଆମେ ପ୍ରଥମରୁ କହିଆସିଛୁ ଯେ, ଏହା ହେଉଛି ଏକ ତାଜା ପତ୍ର। ତେଣୁ ଏହାକୁ ଖାଇଲେ ଆପଣ ମଧ୍ୟ ତାଜା ଅନୁଭବ କରିବେ। ତେବେ ଏହା ଆପଣଙ୍କ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧକୁ ଦୂର କରିବା ସହ ପାଟିକୁ ତାଜା କରିଥାଏ। ଏଥିରେ ଜୀବାଣୁନାଶକ ଉତ୍ପାଦ ଥିବାରୁ ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ିଥାଏ। ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଦିଏନାହିଁ।
ALSO READ: https://purvapaksa.com/pomegranate/