ଓଡ଼ିଶାର ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ଖଣି ଲିଜ୍ ଡିଡ୍ ସ୍ୱାକ୍ଷର ହେବାର ଦୁଇ ଦିନ ପରେ ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ)ର ସେୟାର୧.୭୬ ପ୍ରତିଶତ ବୃଦ୍ଧି ପାଇ ୨୧୭.୩୫ ଟଙ୍କାରେ ପହଞ୍ଚିଛି।
କୋଇଲା ଉତ୍ପାଦନ କ୍ଷମତାକୁ ୪ ଏମଟିପିଏକୁ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ଖଣି ଲିଜ୍ ଡିଡ୍ ସ୍ୱାକ୍ଷର କରିବାକୁ କମ୍ପାନୀ ଘୋଷଣା କରିଥିବାରୁ ନାଲକୋର ସେୟାର ଉପରେ ଫୋକସ ରହିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ଭୁବନେଶ୍ୱରସ୍ଥିତ ଆଲୁମିନିୟମ କମ୍ପାନିର ସେୟାର ୧.୭୬ ପ୍ରତିଶତ ବୃଦ୍ଧି ପାଇ ୨୧୭.୩୫ ଟଙ୍କାରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ଖଣି ଲିଜ୍ ଡିଡ୍ ସ୍ୱାକ୍ଷର ହୋଇଥିବା ନେଇ ମଙ୍ଗଳବାର ଏକ ଏକ୍ସଚେଞ୍ଜ ଫାଇଲିଂରେ କଂପାନି ପକ୍ଷରୁ ସୂଚନା ଦିଆଯାଇଛି।
କଂପାନି ଆଶା କରୁଛି ଯେ ଲିଜ୍ ଏହାର କୋଇଲା ଉତ୍ପାଦନ କ୍ଷମତା ୪ ଏମଟିପିଏ ବୃଦ୍ଧି କରିବ, ଯାହା କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ଇନ୍ଧନ ନିରାପତ୍ତା ବୃଦ୍ଧି କରିବ। ଲିଜ୍ ଡିଡ୍ ୨୧ ଏପ୍ରିଲ ୨୦୫୧ ପର୍ଯ୍ୟନ୍ତ ବୈଧ ଅଟେ ।ନାଲକୋ ହେଉଛି ଦେଶର ସବୁଠାରୁ ବଡ଼ ସମନ୍ୱିତ ବକ୍ସାଇଟ-ଆଲୁମିନା-ଆଲୁମିନିୟମ- ପାୱାର କମ୍ପ୍ଲେକ୍ସ । କମ୍ପାନିରେ ଭାରତ ସରକାରଙ୍କ ପାଖରେ ୫୧.୨୮% ପେଡ୍ ଅପ୍ ଇକ୍ୱିଟି ପୁଞ୍ଜି ରହିଛି।
କୋରାପୁଟ ଜିଲ୍ଲା ଦାମନଯୋଡ଼ିଠାରେ ଥିବା ପିଟ୍ ହେଡ୍ ଆଲୁମିନା ବିଶୋଧନାଗାର ଏବଂ ଅନୁଗୁଳରେ ଆଲୁମିନିୟମ ସ୍ମେଲଟର ଆଣ୍ଡ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ପାଇଁ ନାଲକୋ ଏହାର କ୍ୟାପ୍ଟିଭ୍ ପଞ୍ଚପତମାଳି ବକ୍ସାଇଟ୍ ଖଣି ପରିଚାଳନା କରୁଛି।
ନବରତ୍ନ କଂପାନିର ଏକକ ନିଟ୍ ଲାଭ ଆର୍ଥିକ ବର୍ଷ ୨୦୨୫ ର ଦ୍ୱିତୀୟ ତ୍ରୟମାସରେ ୪୧୪.୯୭% ବୃଦ୍ଧି ପାଇ ୧,୦୬୨.୧୮ କୋଟି ଟଙ୍କାରେ ପହଞ୍ଚିଛି। ଅପରେସନରୁ ଆୟ ବାର୍ଷିକ ୩୧.୪୬% ବୃଦ୍ଧି ପାଇ ୪,୦୦୧.୪୮ କୋଟି ଟଙ୍କାରେ ପହଞ୍ଚିଛି।
Also read https://purvapaksa.com/travel-in-odisha/