Spices and Planets: ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ, ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି ।
ବାସ୍ତୁ ଅନୁଯାୟୀ, ଆମ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। ଏଥି ସହ ଜଡ଼ିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ରେଷେଇ ଘରେ ବ୍ୟବହାର ହେଉଥିବା ମସଲା ମଣିଷର ଭାଗ୍ୟ ବଦଳାଇ ପାରେ ।
ଲବଙ୍ଗ ଏବଂ ଗୋଲ ମରିଚରେ କରନ୍ତୁ ଶନି ଗ୍ରହ ମଜବୁତ:
ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ । ତେଣୁ, ଏହା ସହ ଜଡ଼ିତ ଉପାୟ ଗ୍ରହଣ କରି ଆପଣ ରାଶିଫଳରେ ଶନି ଗ୍ରହକୁ ମଜବୁତ କରିପାରିବେ । ଏଥିପାଇଁ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲ ମରିଚ ପକାଇ ଦୀପ ଜାଳନ୍ତୁ । ଏହା ଶନି ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ଦେବ ଏବଂ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ।
ଜିରା ଦ୍ୱାରା କରନ୍ତୁ ରାହୁ-କେତୁ ଗ୍ରହ ଶାନ୍ତ:
ରାଶିରେ ରାହୁ କେତୁ ଗ୍ରହ ଅଶାନ୍ତି ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ, ଯେଉଁ ରାଶି ମାନଙ୍କରେ ରାହୁ-କେତୁ ଦଶା ଚାଲିଛି, ସେମାନେ ଶନିବାର ଦିନ ଜିରା ଦାନ କରିବା ଉଚିତ । ଯେହେତୁ ଜିରା ରାହୁ-କେତୁ ଗ୍ରହ ସହିତ ଜଡ଼ିତ, ଏହା ସେମାନଙ୍କର ଖରାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ହିଙ୍ଗ ରୁ କରନ୍ତୁ ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ:
ହିଙ୍ଗ ସହିତ ବୁଦ୍ଧ ଏବଂ ବୃହସ୍ପତି ଗ୍ରହ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ମଧ୍ୟାହ୍ନ ଭୋଜନରେ ହିଙ୍ଗ ଖାଇବା ଦ୍ୱାରା ମନ ଶାନ୍ତ ରହିଥାଏ । ଏହା ଦ୍ୱାରା ବୁଦ୍ଧ ଦୋଷରୁ ମୁକ୍ତି ମିଳିବା ସହିତ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ।
ହଳଦୀରେ କରନ୍ତୁ ବୃହଷ୍ପତି ଗ୍ରହ ମଜବୁତ:
ହଳଦୀ ବୃହସ୍ପତି ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ କୁଣ୍ଡଳୀରେ ବୃହସ୍ପତିଙ୍କୁ ମଜବୁତ କରିବା ପାଇଁ ପକେଟରେ ହଳଦୀ ଖଣ୍ଡ କିମ୍ବା ଏକ ଚିମୁଟାଏ ହଳଦୀକୁ ରୁମାଲରେ ବାନ୍ଧି ରଖିବା ଉଚିତ ।
ALSO READ: https://purvapaksa.com/gita-upadesh/