Declining trend of rupee :ଶୁକ୍ରବାର ଇନ୍ଟ୍ରା ଡେ’ କାରବାର ସମୟରେ ଟଙ୍କା ମୂଲ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ପାଇଥିଲା। ବାସ୍ତବରେ, ମାସ ଶେଷରେ ଆମଦାନୀକାରୀଙ୍କ ନିକଟରେ ଡଲାର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତବର୍ଷ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟଙ୍କା ମୂଲ୍ୟରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ।
ସୁଧୁରୁନି ଘରୋଇ ମୁଦ୍ରା ‘ଟଙ୍କା’ର ସ୍ଥିତି। ଦିନକୁ ଦିନ ରସାତଳ ହେଉଛି ଟଙ୍କାର ମୂଲ୍ୟ। ଆମେରିକୀୟ ଡଲାରର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ତେବେ ଶୁକ୍ରବାର ଇନ୍ଟ୍ରା ଡେ’ କାରବାର ସମୟରେ ଟଙ୍କା ମୂଲ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ପାଇଥିଲା। ବାସ୍ତବରେ, ମାସ ଶେଷରେ ଆମଦାନୀକାରୀଙ୍କ ନିକଟରେ ଡଲାର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତବର୍ଷ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟଙ୍କା ମୂଲ୍ୟରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ। ବିଦେଶୀ ବିନିମୟ ବଜାରରେ ବର୍ତ୍ତମାନ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଯେଉଁ ହ୍ରାସ ଘଟି ତାହା ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। କାରଣ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ୮୫.୮୦ ସ୍ତରକୁ ଖସିଆସିଛି। ଶେଷରେ ଏହା ୮୫.୫୦ ସ୍ତରରେ କାରବାର ଶେଷ କରିଛି।
ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସକୁ ନେଇ ଚିନ୍ତିତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଶେଷରେ ହସ୍ତକ୍ଷେପ କରିବାକୁ ପଡ଼ିଛି। କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୨.୫ ବିଲିୟନ ଡଲାର ବିକ୍ରି କରି ମୂଲ୍ୟରେ ସ୍ଥିରତା ଆଣିବାକୁ ପ୍ରୟାସ କରିଛି। ଗୋଟିଏ ଦିନ ପୂର୍ବରୁ ଡଲାର ତୁଳନାରେ ଟଙ୍କା ୮୫.୨୭ ସ୍ତରରେ ବନ୍ଦ ହୋଇଥିଲା। ଚଳିତମାସରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧.୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଯାହା ଫଳରେ ଟଙ୍କା ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ମଧ୍ୟରେ ସାମିଲ ହୋଇଯାଇଛି।
ଆରବିଏଲ ବ୍ୟାଙ୍କର ଟ୍ରେଜେରୀ ହେଡ ଅନସୁଲ ଚାଣ୍ଡୋକ୍ କହିଛନ୍ତି, ଏହା ବର୍ଷର ଶେଷ ଦିନ ହୋଇଥିବାରୁ ବ୍ୟବସାୟ ହ୍ରାସ ପାଉଛି ଯାହାଦ୍ୱାରା କାରବାରରେ ଅନେକ ଅସ୍ଥିରତା ଦେଖିବାକୁ ମିଳୁଛି। ଆମର ଅନୁମାନ ମାର୍ଚ୍ଚ ଶେଷ ସୁଦ୍ଧା ଟଙ୍କା ପ୍ରତି ଡଲାର ପିଛା ୮୬ ସ୍ତରରେ ପହଞ୍ଚିପାରେ। ବର୍ତ୍ତମାନ ଯଦି ଏହା ଡଲାର ପିଛା ୮୬.୫୦ ସ୍ତରରେ ପହଞ୍ଚେ, ତେବେ ଆମେ ଆଦୌ ଆଶ୍ଚର୍ଯ୍ୟ ହେବୁନାହିଁ। କ୍ରମାଗତଭାବେ ୭ମ ବର୍ଷ ପାଇଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ତରରେ ବନ୍ଦ ହେବାକୁ ଯାଉଛି। ୨୦୨୪ରେ ଏ ପର୍ଯ୍ୟନ୍ତ ଟଙ୍କା ଡଲାର ତୁଳନାରେ ୨.୭ ପ୍ରତିଶତ ହ୍ରାସ ପାଇଛି। ୟୁରୋପରେ ଯୁଦ୍ଧ ପରେ ୨୦୨୨ରେ ଟଙ୍କା ମୂଲ୍ୟରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲା। ମାତ୍ର ୨୦୨୩ରେ ଆରବିଆଇର ହସ୍ତକ୍ଷେପ ପରେ ଘରୋଇ ମୁଦ୍ରା ମୂଲ୍ୟ ଅପେକ୍ଷାକୃତ ସ୍ଥିର ରହିଛି। ଟ୍ରେଡରମାନଙ୍କ ମତରେ ମୂଲ୍ୟ ହ୍ରାସକୁ ରୋକିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ତିନୋଟି ବଜାର, ସ୍ପଟ୍, ଅଫଶୋର ଏବଂ ଫରୱାର୍ଡ ସେଗମେଣ୍ଟରେ ଡଲାର ବିକ୍ରି କରି ଏଥିରେ ହସ୍ତକ୍ଷେପ କରିଥିଲା।
Also readhttps://purvapaksa.com/vice-chancellors-post-vacant-in-major-universities-of-the-state/
