Visa Free Entry: ବିଶ୍ୱରେ ଭାରତୀୟ ପାସପୋର୍ଟର ବ୍ୟବହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଦେଶ ଯାତ୍ରା କରିବାକୁ ଯୋଜନା କରୁଥିବା ଭାରତୀୟ ଏହାର ଲାଭ ଉଠାଇ ପାରିବେ ।
ସାରା ବିଶ୍ୱରେ ପାସପୋର୍ଟ ତାଲିକାରେ ଭାରତ ୮୦ ତମ ସ୍ଥାନରେ ପହଞ୍ଚିଛି ଏବଂ ବର୍ତ୍ତମାନ ଭାରତୀୟ ନାଗରିକମାନେ ଭିସା ବିନା ୬୨ଟି ଦେଶରେ ପ୍ରବେଶ କରିପାରିବେ। ଏହି ତାଲିକାରେ ଥାଇଲାଣ୍ଡଠାରୁ ଆରମ୍ଭ କରି ମାଳଦ୍ବୀପ, ଇଣ୍ଡୋନେସିଆ, ମାଲେସିଆ ପ୍ରଭୃତି ଅନେକ ଦେଶ ରହିଛି । ଏବେ ଶ୍ରୀଲଙ୍କା ମଧ୍ୟ ଅକ୍ଟୋବର ୩୧ରୁ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ ଘୋଷଣା କରିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବିଷୟରେ କହିବୁ ।
ଯଦି ଆପଣ ବି ଜଣେ ଟ୍ରାଭେଲ ଲଭର୍ ଏବଂ କମ୍ ବଜେଟରେ ବିଦେଶ ଟ୍ରିପ୍ ପ୍ଲାନିଂ କରୁଛନ୍ତି, ତାହେଲେ ନିଶ୍ଚୟ ନିଜ ପାର୍ଟନର କିମ୍ବା ସାଙ୍ଗସାଥୀ ସହ ଏଠାକୁ ପ୍ଲାନ କରିପାରିବେ ।
ମାଳଦ୍ୱୀପ:
ନବ ବିବାହିତ କପଲଙ୍କ ପାଇଁ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହେଲା ମାଳଦ୍ବୀପ । ଭାରତୀୟଙ୍କ ଦୃଷ୍ଟିରେ ଏହା ବେଷ୍ଟ ହନିମୁନ ଡେଷ୍ଟିନେସନ । ଏଠାରେ ଭାରତୀୟ ନାଗରିକଙ୍କ ପାଇଁ ଭିସା ଫ୍ରି। ଏହି କାରଣରୁ ଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟକ ପର୍ଯ୍ୟଟକ ମାଳଦ୍ବୀପ ଭ୍ରମଣ କରିଥାନ୍ତି । ଏଠାକାର ସି-ବିଚ୍ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାବ୍ୟତୀତ ମାଳ ଅଟୋଲ, ସନ ଆଇଲ୍ୟାଣ୍ଡ, ବନାନା ରିଫ, ଅଲିମାଥା ଆଇଲାଣ୍ଡ, ଆର୍ଟିଫିସିଆଲ ବିଚ୍ ଓ ବାରୁସ ଆଇଲାଣ୍ଡ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି । ଭାରତୀୟମାନେ ବିନା ଭିସାରେ ଏଠି ୩୦ ଦିନ ଭ୍ରମଣ କରିପାରିବେ ।
ଇଣ୍ଡୋନେସିଆ:
ଆପଣ ଇଣ୍ଡୋନେସିଆ ବୁଲିବାକୁ ପ୍ଲାନ କରୁଥିଲେ, ଏଠାରେ ମଧ୍ୟ ଭିସା ଆବଶ୍ୟକ ନାହିଁ । ଭାରତୀୟ ନାଗରିକମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ଭ୍ରମଣ କରିପାରିବେ । ସୁମାତ୍ରା, ଜାଭା, ବାଲି ଦ୍ୱୀପ ପ୍ରମୁଖ ଇଣ୍ଡୋନେସିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠି ଆପଣ ନିଜ ପାର୍ଟନର ସହ ପ୍ରକୃତି କୋଳରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।
ମାଲେସିଆ:
ମାଲେସିଆ ଏକ ଖୁବ୍ ସୁନ୍ଦର ଟ୍ରାଭେଲ ଡେଷ୍ଟିନେସନ । ଏହି ଦେଶ ନିଜର ପ୍ରାଚୀନ ବହୁସାଂସ୍କୃତିକ ଜୀବନଶୈଳୀ ପାଇଁ ପରିଚିତ । ମାଲେସିଆରେ ଥିବା ପେଟ୍ରୋନାସ ଟ୍ବିନ ଟାୱାର, ବଟୁ ଗୁମ୍ଫା, ଲେଗୋଲ୍ୟାଣ୍ଡ ପ୍ରମୁଖ ଟ୍ୟୁରିଷ୍ଟ ସ୍ପଟ୍ । ଯଦି ଆପଣ ପାହାଡ, ଜଙ୍ଗଲ, ବନ୍ୟଜନ୍ତୁ, ସମୁଦ୍ର ତଟ ବୁଲିବାକୁ ସଉକ ରଖନ୍ତି, ତାହେଲେ ମାଲେସିଆ ଏକ ପରଫେକ୍ଟ ସ୍ଥାନ । ଏଠାରେ ମଧ୍ୟ ଭିସା ଫ୍ରି ଏଣ୍ଟି ୩୦ ଦିନ ।
ଥାଇଲ୍ୟାଣ୍ଡ:
୨୦୨୩ ନଭେମ୍ବରରେ ଥାଇଲ୍ୟାଣ୍ଡ ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଦେଶର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଥାଇଲ୍ୟାଣ୍ଡ ଭାରତ ବ୍ୟତୀତ ଚୀନ ଓ ଅନ୍ୟ କିଛି ଦେଶର ନାଗରିକଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ ଘୋଷଣା କରିଛି । ଭାରତୀୟ ନାଗରିକମାନେ ଚଳିତ ବର୍ଷ ନଭେମ୍ବର ୧୧ ପର୍ଯ୍ୟନ୍ତ ବିନା ଭିସାରେ ଏହି ଦେଶ ଭ୍ରମଣ କରିପାରିବେ । ଦ ଗ୍ରାଣ୍ଡ ପ୍ୟାଲେସ, ଖାଓ ୟାଇ ରାଷ୍ଟ୍ରୀୟ ଉଦ୍ୟାନ ଥାଇଲ୍ୟାଣ୍ଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ।
ନେପାଳ:
ନେପାଳ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଜଣାଶୁଣା । ନେପାଳରେ ଆପଣ ହିମାଳୟ, ସବୁଜ ଘନ ଜଙ୍ଗଲ, ସୁଉଚ୍ଚ ପାହାଡ ଏକ୍ସପ୍ଲୋର କରିପାରିବେ । ମାଉଣ୍ଟ ଏଭରେଷ୍ଟ ସହ ଦୁନିଆର ୮ ସୁଉଚ୍ଚ ଗିରଶୃଙ୍ଗ ନେପାଳରେ ରହିଛି । ଏଠାକାର ବୌଦ୍ଧ ମଠଗୁଡ଼ିକୁ ଦେଖିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ନେପାଳ ବୁଲିବାକୁ ଯାଆନ୍ତି । ଏହାଛଡା ପଶୁପତିନାଥ ମନ୍ଦିର, ବୌଦ୍ଧ ସ୍ତୁପ, ସ୍ବୟମ୍ଭୁ ମହାଚୈତ୍ୟ ପ୍ରଭୃତି ପର୍ଯ୍ୟଟନ ସ୍ଥଳୀ ପ୍ରମୁଖ ଆକର୍ଷଣ ।
ALSO READ: https://purvapaksa.com/side-effect-of-perfume/